ଆଜି ଦେଶବ୍ୟାପୀ ରେଳରୋକୋ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୋମବାର ସାରାଦେଶରେ ୬ ଘଣ୍ଟିଆ ରେଳରୋକୋ ହେବ। ପୂର୍ବାହ୍ନ ୧୦ରୁ ରେଳରୋକୋ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ। କୃଷକ ଗଣହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରାଯିବା ସହ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ, ନୂତନ କୃଷି ଆଇନକୁ ରଦ୍ଦ କରିବା ଓ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନଗତ ବ୍ୟବସ୍ଥା କରିବା ଆଦି ଦାବିରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ଦେଶବ୍ୟାପୀ ରେଳରୋକୋ ପାଇଁ ଜନ ସାଧାରଣଙ୍କ ସମର୍ଥନ ଓ ସହଯୋଗ ଲୋଡ଼ିଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ଓଡିଶାରେ ମଧ୍ୟ ସମସ୍ତ ରେଳ ଷ୍ଟେଶନରେ ଏହି ଆନ୍ଦୋଳନ ହେବ ବୋଲି ରାଜ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚା ଆବାହକ ସୁରେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ଆନ୍ଦୋଳନକୁ ଦେଶରେ ସମସ୍ତ ବାମ ଦଳ, ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ସମର୍ଥନ ଜଣାଇଛନ୍ତି। ଏହାକୁ ପୂର୍ଣ୍ଣମାତ୍ରାରେ ସଫଳ କରିବାପାଇଁ ରାଜ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri