ଗ୍ରାମବାସୀ ତିଆରି କଲେ ପୋଲ

କେନ୍ଦୁଝର,୪ା୭: ସରକାର ସମସ୍ତ ଗ୍ରାମ/ସାହିକୁ ସବୁଦିନିଆ ଯାତାୟାତ ପାଇଁ ରାସ୍ତାଘାଟ, ପୋଲ ଆଦି ବିଭିନ୍ନ ଯୋଜନାରେ ନିର୍ମାଣ କରୁଛନ୍ତି। ହେଲେ କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ଘେରା ଅଞ୍ଚଳର ଲୋକେ ଏବେ ବି ସବୁଦିନିଆ ରାସ୍ତା ସୁବିଧା ପାଇପାରୁନାହାନ୍ତି। ବିଶେଷକରି ବର୍ଷାଦିନରେ ଅଧିକ ସମସ୍ୟା ଭୋଗୁଛନ୍ତି। ତେଲକୋଇ ବ୍ଲକ ଅଞ୍ଚଳରେ ଏବେବି ଏଭଳି ଏକ ଗ୍ରାମ ରହିଛି, ଯେଉଁଠିକୁ ସବୁଦିନିଆ ରାସ୍ତା ପାଇଁ ପ୍ରଶାସନ ନିକଟରେ ଲୋକେ ବାରମ୍ବାର ଦାବି କରିବା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ନିଜ ଅର୍ଥ ଓ ଶ୍ରମଦାନରେ କଙ୍କ୍ରିଟ ଓ କାଠରେ ପୋଲ ନିର୍ମାଣ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ପ୍ରକାଶ ଯେ, ତେଲକୋଇ ବ୍ଲକ ଅନ୍ତର୍ଗତ ସଲେଇକେନା ପଞ୍ଚାୟତର ଦାମଦରଗୌଣୀ ଗ୍ରାମରେ ହନୁମନ୍ତିଆ ନାଳ ପ୍ରବାହିତ ହେଉଛି। ବଣପାହାଡ଼ ଅଞ୍ଚଳ ହୋଇଥିବାରୁ ବର୍ଷ ତମାମ ପାଣି ରହୁଥିବାବେଳେ ବର୍ଷା ଦିନେ ପାହାଡ଼ ଓ ଜଙ୍ଗଲ ପାଣି ପ୍ରବାହିତ ହୋଇ ପ୍ରଖର ହୋଇଯାଏ। ଏହି ପୋଲ ଉପରେ ସ୍ଥାନୀୟ ଲୋକଙ୍କ ବ୍ୟତୀତ ପ୍ରାୟ ୮/୧୦ ଟି ଗ୍ରାମ/ସାହିର ଲୋକେ ନିର୍ଭର କରୁଛନ୍ତି। ଏଠାରେ ପୋଲ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ହେଁ ନ ଶୁଣିବାରୁ ସ୍ଥାନୀୟ ଲୋକେ ନିଜେ ଏହି ପୋଲ ନିର୍ମାଣ କରିଛନ୍ତି। କଙ୍କ୍ରିଟ ପିଲାର ଉଠାଇ ଏହା ଉପରେ କାଠ ପୋଲ ନିର୍ମାଣ କରିଛନ୍ତି। ଏଥିପାଇଁ ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆଦାୟ କରି ଖର୍ଚ୍ଚ କରିଥିବା ବେଳେ ଗ୍ରାମବାସୀ ମିଳିମିଶି ଶ୍ରମଦାନ କରି ନିର୍ମାଣ କରିଥିବା କହିଛନ୍ତି।
ବର୍ଷାଦିନେ ଏହି ନାଳରେ ପାଣି ବଢିହେଲେ ଯାତାୟାତ ବନ୍ଦ ହୋଇଯାଏ। ଲୋକେ ନାଳ ପାର ହୋଇ ପଞ୍ଚାୟତ ଅଫିସ, ବ୍ଲକ ଅଫିସ, ହାଟବଜାର କରିପାରନ୍ତି ନାହିଁ। ସେହିପରି ପିଲାମାନେ ସ୍କୁଲ, କଲେଜ ତଥା ଅଙ୍ଗନଓ୍ବାଡି କେନ୍ଦ୍ର ଯାଇପାରନ୍ତି ନାହିଁ। ରାଶନ ସାମଗ୍ରୀ କିମ୍ବା ଭତ୍ତା ଆଣିବା ପାଇଁ ବହୁ ଅସୁବିଧା ଭୋଗନ୍ତି। ଦେହ ଖରାପ ହେଲେ ଡାକ୍ତରଖାନାକୁ ରୋଗୀ ନେବା ମଧ୍ୟ କଷ୍ଟକର ହୋଇ ପଡେ। ଏଣୁ ଏହି ପୋଲ ନିର୍ମାଣ ପାଇଁ ବହୁ ବାର ନିବେଦନ କରିଆସୁଥିଲେ ହେଁ ପ୍ରଶାସନ ନ ଶୁଣିବାରୁ ବାଧ୍ୟ ହୋଇ ନିଜେ ପୋଲ ନିର୍ମାଣ କରିଥିବା କହିଛନ୍ତି। ପାଖାପାଖି ୧୧ଟି କଙ୍କ୍ରିଟ ପିଲାର ନିର୍ମାଣ କରି ଏହା ଉପରେ ପ୍ରାୟ ୬୦ ଫୁଟ ଲମ୍ବର କାଠରେ ପୋଲ ନିର୍ମାଣ କରିଛନ୍ତି। ଏଥିପାଇଁ ଗ୍ରାମର ପିଲାଠାରୁ ବୁଢା ସମସ୍ତେ ଶ୍ରମଦାନ କରିଥିବାବେଳେ ମାସାଧିକ ସମୟ ନିର୍ମାଣ ଶେଷ ହେବାକୁ ଲାଗିଥିଲା ବୋଲି ଗ୍ରାମବାସୀ କହିଛନ୍ତି। ଏହି ପୋଲ ଅଣଓସାରିଆ ହୋଇଥିବାରୁ କେବଳ ଦୁଇ, ତିନିଚକିଆ ଯାନ ଯାତାୟାତ କରିପାରୁଛି। ତେବେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଯିବା ସୁବିଧା ହେବନାହିଁ। ଏଣୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ କଙ୍କ୍ରିଟରେ ପୋଲ ନିର୍ମାଣ କଲେ ଆମ୍ବୁଲାନ୍ସ ମଧ୍ୟ ଯାତାୟାତ କରିପାରିବ ବୋଲି ମତବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ସଲେଇକେନା ସରପଞ୍ଚ ପାଙ୍ଗେଲା ମୁଣ୍ଡା କହିଛନ୍ତି, ଏଭଳି ପୋଲ ନିର୍ମାଣ ପାଇଁ ପଞ୍ଚାୟତର ସମ୍ବଳ ନାହିଁ। ଏଣୁ ସେ ପ୍ରଶାସନକୁ ଜଣାଇଥିଲେ। ଗତବର୍ଷ ପିଡି ଆସି ଦେଖିଯାଇଥିଲେ। ନ ଶୁଣିବାରୁ ଗ୍ରାମବାସୀ ନିଜ ଉଦ୍ୟମରେ ଏହି କାମ କରିଦେଖାଇଛନ୍ତି। ଏଥିପାଇଁ ସେ କିଛି ଅର୍ଥ ଦେଇଥିବା ବେଳେ ବାକି ସବୁ ଗ୍ରାମବାସୀ ଘର ପିଛା ଆଦାୟ କରି ପୋଲ ନିର୍ମାଣ କରିଛନ୍ତି। ଏନେଇ କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁଙ୍କୁ ପଚାରିବାରୁ ସମସ୍ତ ବିଭାଗ ସହିତ ଆଲୋଚନା କରି ଏହାର ସମାଧାନ କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ତ୍ରୟୋଦଶ ଚଉଷଠି ଯୋଗିନୀ ମହୋତ୍ସବ ଉଦ୍‌ଯାପିତ: ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ନୃତ୍ୟ ପ୍ରତିଭା ସମ୍ମାନ

ବାଳକାଟୀ,୨୬ା୧୨(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ ଅନ୍ତର୍ଗତ ହୀରାପୁରସ୍ଥିତ ତନ୍ତ୍ରପୀଠ ଚଉଷଠି ଯୋଗିନୀଙ୍କ ପୀଠରେ ଆୟୋଜିତ ତ୍ରୟୋଦଶ ଅନ୍ତର୍ଜାତୀୟ ଯୋଗିନୀ ମହୋତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ୱରର ନୃତ୍ୟ...

ପଲିଥିନ୍‌ ବ୍ୟବହାର ପ୍ରତିବନ୍ଧକକୁ ମାନୁନାହାନ୍ତି ଲୋକେ, ସୌନ୍ଦର୍ଯ୍ୟ ହରାଉଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୨।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରର ସୌନ୍ଦର୍ଯ୍ୟ ଦିନକୁ ଦିନ ହରାଇବାକୁ ବସିଛି। ସରକାରଙ୍କ ପକ୍ଷରୁ ପଲିଥିନ୍‌ ବେଆଇନ ଘୋଷଣା ପରେ ବି ଲୋକେ...

ବ୍ୟାପକ ହେବ ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟର

ଢେଙ୍କାନାଳ ଅଫିସ, ୧।୨ – କପିଳାସ ଚିଡ଼ିଆଖାନା ପରିସରରେ ଥିବା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରକୁ ଅଧିକ ବ୍ୟାପକ କରାଯିବ। ଅଗ୍ରାଧିକାର ଭିତ୍ତିରେ ଜୁ’ରେ ଥିବା ପ୍ରାଣୀଙ୍କ...

ମୃତଦେହ ଗଦାରେ ହଜି ଯାଉଛି ମାନବିକତା, ନକଲି ଦାବିଦାରଙ୍କ ସଂଖ୍ୟା ବଢୁଛି, ଏବେ ଅସଲି ପ୍ରିୟପରିଜନଙ୍କ ଚିହ୍ନଟ ପାଇଁ ହେବ ଡିଏନଏ ଟେଷ୍ଟ…

ବାହାନଗା,୭।୬ : ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ମୃତଦେହ ଗଦାରେ ମାନବିକତା, ହଜି ଯାଉଛି। ଟଙ୍କା...

ଓଡ଼ିଶାରେ ଘଟିଲା ଏମିତି ଆଶ୍ଚର୍ଯ୍ୟଜନକ ଘଟଣା: ଚିତିବୋଡାକୁ ଖାଇଦେଲା ତେନ୍ତୁଳିଆ ବିଛା

କଣ୍ଟାପଡା,୧୩।୭(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ସ୍ଥିତ ଓଲଟପୁରଠାରେ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏକ ୧୦ ଇଞ୍ଚ ଲମ୍ବର ଚିତିବୋଡା ସାପକୁ ଏକ...

ଜିଲାସ୍ତରୀୟ ବିଜ୍ଞାନଡ୍ରାମା ପ୍ରତିଯୋଗୀତା

ନୂଆପଡା ଅଫିସ,୨|୮-ସ୍ଥାନୀୟ ନ୍ୟାଶନାଲ ହାଇସ୍କୁଲରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଜିଲାସ୍ତରୀୟ ବିଜ୍ଞାନଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର...

୪ ଭଉଣୀଭାଇଙ୍କ ସମେତ ୬ ଗିରଫ

ଖୋର୍ଦ୍ଧା ଅଫିସ,୨୨ା୧୦: ବ୍ରାଉନସୁଗାର କାରବାରର ହବ୍‌ ପାଲଟିଛି ଖୋର୍ଦ୍ଧା ସହର। କୋଲକାତା, ବାଲେଶ୍ୱର, ଜଳେଶ୍ୱର ଆଦି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧାକୁ ଆସୁଛି। ଏଠାରୁ...

ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର: ପୋଲିସ ହାତରେ ଲାଗିଲା ଠୋସ୍‌ ପ୍ରମାଣ

ଖୋର୍ଦ୍ଧା ଅଫିସ୍‌, ୧୭।୧୨: ଖୋର୍ଦ୍ଧା ଜିଲାର ଏକ କ୍ଲିନିକରେ ପଶି ଡାକ୍ତର ଏବଂ ଔଷଧ ଦୋକାନୀଙ୍କୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିଛି।...

Advertisement
Archives

Model This Week