Posted inଜାତୀୟ

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ଘର ଠିକଣା ଲୋକ କଲ୍ୟାଣ ମାର୍ଗ ରଖିଦେଲେ ଲୋକଙ୍କ କଲ୍ୟାଣ ହୁଏନା…

ନୂଆଦିଲ୍ଲୀ, ୪।୬ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି, ବେକାରୀ ସମସ୍ୟା ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଲଗାତାର ଟାର୍ଗେଟ କରିବା ଜାରି ରଖିଛନ୍ତି। ପୁଣିଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।

ସେ କହିଛନ୍ତି ଯେ ଘରର ଠିକଣା ଲୋକ କଲ୍ୟାଣ ମାର୍ଗ ରଖିଦେଲେ ଲୋକଙ୍କ କଲ୍ୟାଣ ହୁଏନା। ରାହୁଲ ମୁଦ୍ରାସ୍ଫୀତି ପାଇଁ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ଏବଂ ଲୋକଙ୍କ ଆୟ ହ୍ରାସ ପାଉଛି।

ରାହୁଲ ଟୁଇଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୁଦ୍ରାସ୍ପୀତି ବୃଦ୍ଧି କରି ସାଢ଼େ ୬ କୋଟି କର୍ମଚାରୀଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତକୁ ନଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଦରଦାମ୍‌ ବୃଦ୍ଧି ଏବଂ ଆୟ ହ୍ରାସ ମଡେଲ ଦେଶରେ ଲାଗୁ କରିଛନ୍ତି।

ଏହାପୂର୍ବରୁ ରାହୁଲ ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରି ଥିଲେ। ସେ ଟୁଇଟ କରି କହିଛନ୍ତି ଯେ ବ୍ୟାଙ୍କ ମ୍ୟାନେଜର, ଶିକ୍ଷକ ଏବଂ ଅନେକ ନିରୀହ ଲୋକଙ୍କୁ ପ୍ରତିଦିନ ହତ୍ୟା କରାଯାଉଛି। ସରକାର କାଶ୍ମୀରୀ ପଣ୍ଡିତମାନେ ପଳାୟନ କରୁଛନ୍ତି। ସରକାର ସେମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଫିଲ୍ମର ପ୍ରମୋଶନରେ ଲାଗି ରହିଛନ୍ତିି।

ଭାଜପା ସରକାର କଶ୍ମୀରକୁ କେବଳ ନିଜ କ୍ଷମତାର ଶିଡ଼ି କରିଛି। କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ରାଜଧାନୀ ସମେତ ଉତ୍ତର ଭାରତ

ନୂଆଦିଲ୍ଲୀ,୯।୧୧: ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତି ୧ଟା ୫୭ରେ ଜୋରଦାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର...

କରୋନା ମୁକାବିଲା ପାଇଁ ଆବଶ୍ୟକ ୧୦ ଲକ୍ଷ ଭେଣ୍ଟିଲେଟର: ଭାରତରେ ରହିଛି ୫୦ ହଜାର

ନୂଆଦିଲ୍ଲୀ,୨୩।୪: ଭାରତରେ କରୋନା ସଂକ୍ରମଣ ନେଇ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଗୁରୁତର କରୋନା ସଂକ୍ରମିତଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ। ଏପରିସ୍ଥଳେ ଭାରତରେ ସମ୍ପ୍ରତି...

କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

ଅହମଦାବାଦ,୫।୬: ଗୁଜରାଟରେ ରାଜ୍ୟ ସଭା ନିର୍ବାଚନ ଘୋଷଣା ହେବା ପରେ ଏବେ କଂଗ୍ରେସ ଦଳର ବିଧାୟକଙ୍କ ଇସ୍ତଫା ଦେବା ଜାରି ରହିଛି। ଗୁଜରାଟରେ ଏବେ ପର୍ଯ୍ୟନ୍ତ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର, ୨୨।୯: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ମଙ୍ଗଳବାର ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ୯୨-ବେସ୍‌ ହସ୍ପିଟାଲରେ...

ଚାଳକଙ୍କୁ ହୃଦ୍‌ଘାତ ଯୋଗୁ ପେଟ୍ରୋଲ ପମ୍ପରେ ପଶିଲା ଟ୍ରକ

ଭୋପାଳ,୪।୯: ମଧ୍ୟପ୍ରଦେଶ ସାଗର ସହର କେଣ୍ଟ ଥାନା ଅଞ୍ଚଳ ନିକଟ ଏକ ବାଇପାସ୍‌ରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଗ୍ୟାସ ସିଭିଣ୍ଡର ଭର୍ତ୍ତି ଥିବା ଟ୍ରକ୍‌ଟି...

ଇସ୍ତାହାରରେ ଭାରତର ଭୁଲ ମାନଚିତ୍ର ପାଇଁ କ୍ଷମା ମାଗିଲେ ଥରୁର

ନୂଆଦିଲ୍ଲୀ,୩୦।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ବରିଷ୍ଠ ନେତା ଶଶୀ ଥରୁର ଆଣିଥିବା ଇସ୍ତାହାରରେ ଭାରତର ଭୁଲ୍‌ ମାନଚିତ୍ର ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।...

ଭାରତରେ ସରିଆସୁଛି କରୋନା ଆୟୁଷ: ମେ’ ୨୧ ସୁଦ୍ଧା ୯୭% ବିଲୋପ

ନୂଆଦିଲ୍ଲୀ,୨୮ା୪: ମହାମାରୀ କରୋନା(କୋଭିଡ୍‌-୧୯)କୁ ପ୍ରତିହତ କରିବା ପାଇଁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ। ଫଳରେ କୋଟି କୋଟି ଲୋକ ନିଜ...

ପିଆଇବି ଫ୍ୟାକ୍ଟ ଚେକ୍‌ ପ୍ରସ୍ତାବ: ଲାଗୁ ପୂର୍ବରୁ ହିତାଧିକାରୀଙ୍କ ସହ ଆଲୋଚନା କରିବେ ସରକାର…

ନୂଆଦିଲ୍ଲୀ,୨୪।୧ : ସୋସିଆଲ ମିଡିଆରେ ମିଥ୍ୟା ଖବର ଉପରେ ନଜର ରଖିବା ପାଇଁ ପ୍ରେସ ଇନଫରମେଶନ ବ୍ୟୁରୋ (ପିଆଇବି)କୁ ସଶକ୍ତ କରିବାକୁ ଯୋଜନାକୁ ନେଇ ବିରୋଧ...

Advertisement
Archives

Model This Week