Posted inଜାତୀୟ

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ଘର ଠିକଣା ଲୋକ କଲ୍ୟାଣ ମାର୍ଗ ରଖିଦେଲେ ଲୋକଙ୍କ କଲ୍ୟାଣ ହୁଏନା…

ନୂଆଦିଲ୍ଲୀ, ୪।୬ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି, ବେକାରୀ ସମସ୍ୟା ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଲଗାତାର ଟାର୍ଗେଟ କରିବା ଜାରି ରଖିଛନ୍ତି। ପୁଣିଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।

ସେ କହିଛନ୍ତି ଯେ ଘରର ଠିକଣା ଲୋକ କଲ୍ୟାଣ ମାର୍ଗ ରଖିଦେଲେ ଲୋକଙ୍କ କଲ୍ୟାଣ ହୁଏନା। ରାହୁଲ ମୁଦ୍ରାସ୍ଫୀତି ପାଇଁ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ଏବଂ ଲୋକଙ୍କ ଆୟ ହ୍ରାସ ପାଉଛି।

ରାହୁଲ ଟୁଇଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୁଦ୍ରାସ୍ପୀତି ବୃଦ୍ଧି କରି ସାଢ଼େ ୬ କୋଟି କର୍ମଚାରୀଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତକୁ ନଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଦରଦାମ୍‌ ବୃଦ୍ଧି ଏବଂ ଆୟ ହ୍ରାସ ମଡେଲ ଦେଶରେ ଲାଗୁ କରିଛନ୍ତି।

ଏହାପୂର୍ବରୁ ରାହୁଲ ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରି ଥିଲେ। ସେ ଟୁଇଟ କରି କହିଛନ୍ତି ଯେ ବ୍ୟାଙ୍କ ମ୍ୟାନେଜର, ଶିକ୍ଷକ ଏବଂ ଅନେକ ନିରୀହ ଲୋକଙ୍କୁ ପ୍ରତିଦିନ ହତ୍ୟା କରାଯାଉଛି। ସରକାର କାଶ୍ମୀରୀ ପଣ୍ଡିତମାନେ ପଳାୟନ କରୁଛନ୍ତି। ସରକାର ସେମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଫିଲ୍ମର ପ୍ରମୋଶନରେ ଲାଗି ରହିଛନ୍ତିି।

ଭାଜପା ସରକାର କଶ୍ମୀରକୁ କେବଳ ନିଜ କ୍ଷମତାର ଶିଡ଼ି କରିଛି। କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋର୍ଟାଲ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୮: ଅନ୍‌-ସ୍କ୍ରିନ୍‌ ମାର୍କିଂ (ଓଏସ୍‌ଏମ୍‌) ବ୍ୟବସ୍ଥା ବିରୋଧରେ ଅଭିଯୋଗ କରିଥିବା ଛାତ୍ରୀଛାତ୍ରଙ୍କ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତାର ପୁନଃ ମୂଲ୍ୟାୟନ ପାଇଁ ସିବିଏସ୍‌ଇ ପୋର୍ଟାଲ ପୁଣିଥରେ ଖୋଲିବା ନିମନ୍ତେ…

୨୨ରୁ ବିଧାନସଭା ଅଧିବେଶନ: ୯ ଦିନ ଚାଲିବ ଗୃହ

ଭୁବନେଶ୍ୱର,୨୬ା୮(ରବିନାରାୟଣ ଜେନା): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri