Posted inଜାତୀୟ

ଓସମାନିଆ ବିଶ୍ୱବିଦ୍ୟାଳୟରେ ରାହୁଲଙ୍କ ପ୍ରବେଶ ମନା…

ହାଇଦ୍ରାବାଦ୍‌, ୨।୫ : ଓସମାନିଆ ବିଶ୍ୱବିଦ୍ୟାଳୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରବେଶକୁ ମନା କରାଯାଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାହୁଲଙ୍କ ଅଣ-ରାଜନୈତିକ ପରିଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ। ଯଦିଓ ଏହା ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ, କିନ୍ତୁ ବିଶ୍ୱ ବିଦ୍ୟାଳୟର ଏହି ନିଷ୍ପତ୍ତି ତେଲେଙ୍ଗାନାରେ ଏକ ନୂତନ ରାଜନୈତିକ ବିବାଦ ସୃଷ୍ଟି କରିଛି।

ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, କାର୍ଯ୍ୟନିର୍ବାହୀ କମିଟିର ଅଭିଯୋଗ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଏହି କାର୍ଯ୍ୟକ୍ରମର ଆୟୋଜକମାନଙ୍କୁ ଲିଖିତ ଆକାରରେ କୌଣସି ସୂ ଚନା ପ୍ରଦାନ କରାଯାଇ ନାହିଁ।

ଏନେଇ କଂଗ୍ରେସ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଏଥିସହିତ ରାହୁଲଙ୍କ ଗସ୍ତ ପାଇଁ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେବା ପାଇଁ କିଛି ଛାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରବିବାର କଂଗ୍ରେସ ନେତାମାନେ କହିଛନ୍ତି ଯେ ସେମାନେ ଏପ୍ରିଲ ୨୩ ରେ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଲୋଡିଥିଲେ। ଏହି କାର୍ଯ୍ୟକ୍ରମଟି ଅଣ-ରାଜନୈତିକ ହେବ ବୋଲି ଅନୁମତି ପ୍ରତ୍ରରେ ଉଲ୍ଲେଖ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି ଯେ ୨୦୧୭ ମସିହାରୁ କାର୍ଯ୍ୟନିର୍ବାହୀ ପରିଷଦ ଏକ ସଂକଳ୍ପ ଗ୍ରହଣ କରିଥିଲେ ଯେଉଁଥିରେ କ୍ୟାମ୍ପସରେ ରାଜନୈତିକ ବୈଠକ ସମେତ ଅଣ ଏକାଡେମିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଅଧିକାରୀ କହିଛନ୍ତି ଯେ ଜୁନ ୨୦୧୭ ରେ ଏଭଳି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେ କହିଛନ୍ତି ଯେ ଏକ ବର୍ଷ ପୂର୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ରାଜନୈତିକ ଏବଂ ସାଧାରଣ ସଭାକୁ ଅନୁମତି ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ସମୟ ମଧ୍ୟରେ ରାଜନୈତିକ କାର୍ଯ୍ୟକଳାପ ଯୋଗୁଁ ଲଗାତାର ଅସୁବିଧା ହେତୁ ଏହି ପିଟିଶନ ଦାଖଲ କରାଯାଇଥିଲା।

ବିଶ୍ୱବିଦ୍ୟାଳୟ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଯୋଗୁ କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି କରିଛି। ଶନିବାର ଦିନ ୟୁୟୁ ଆର୍ଟ କଲେଜରେ ବହୁ ଯୁବ କଂଗ୍ରେସ ନେତା ଓ ସମର୍ଥକ ଏନେଇ ପ୍ରଦର୍ଶନ କରିଥିଲେ। ଏଥି ସହିତ, ଏହାର ଜବାବରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ଜଡିତ ଛାତ୍ର ସଂଗଠନ ଏବଂ ଟିଆରଏସ ପକ୍ଷରୁ ଏହାର ବିରୋଧୀ ପ୍ରଦର୍ଶନ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ତେଲେଙ୍ଗାନା ନିରୁଦୟୋଗ ବିଦ୍ୟାର୍ଥୀ ଯୁଗ୍ମ କାର୍ଯ୍ୟ ସମିତିର ମନବତା ରାୟ କହିଛନ୍ତି ଯେ ଏହି ନିଷ୍ପତ୍ତି ବିଷୟରେ ପ୍ରଶାସନ ଲିଖିତ ଭାବେ ଜଣାଇ ନାହାଁନ୍ତି। ସେ କହିଛନ୍ତି, ସୋମବାର ପ୍ରଶାସନ କିଛି ନୂଆ ପଦକ୍ଷେପ ଗ୍ରହଣ କରିବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri