Posted inଜାତୀୟ

ଓସମାନିଆ ବିଶ୍ୱବିଦ୍ୟାଳୟରେ ରାହୁଲଙ୍କ ପ୍ରବେଶ ମନା…

ହାଇଦ୍ରାବାଦ୍‌, ୨।୫ : ଓସମାନିଆ ବିଶ୍ୱବିଦ୍ୟାଳୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରବେଶକୁ ମନା କରାଯାଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାହୁଲଙ୍କ ଅଣ-ରାଜନୈତିକ ପରିଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ। ଯଦିଓ ଏହା ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ, କିନ୍ତୁ ବିଶ୍ୱ ବିଦ୍ୟାଳୟର ଏହି ନିଷ୍ପତ୍ତି ତେଲେଙ୍ଗାନାରେ ଏକ ନୂତନ ରାଜନୈତିକ ବିବାଦ ସୃଷ୍ଟି କରିଛି।

ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, କାର୍ଯ୍ୟନିର୍ବାହୀ କମିଟିର ଅଭିଯୋଗ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଏହି କାର୍ଯ୍ୟକ୍ରମର ଆୟୋଜକମାନଙ୍କୁ ଲିଖିତ ଆକାରରେ କୌଣସି ସୂ ଚନା ପ୍ରଦାନ କରାଯାଇ ନାହିଁ।

ଏନେଇ କଂଗ୍ରେସ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଏଥିସହିତ ରାହୁଲଙ୍କ ଗସ୍ତ ପାଇଁ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେବା ପାଇଁ କିଛି ଛାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରବିବାର କଂଗ୍ରେସ ନେତାମାନେ କହିଛନ୍ତି ଯେ ସେମାନେ ଏପ୍ରିଲ ୨୩ ରେ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଲୋଡିଥିଲେ। ଏହି କାର୍ଯ୍ୟକ୍ରମଟି ଅଣ-ରାଜନୈତିକ ହେବ ବୋଲି ଅନୁମତି ପ୍ରତ୍ରରେ ଉଲ୍ଲେଖ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି ଯେ ୨୦୧୭ ମସିହାରୁ କାର୍ଯ୍ୟନିର୍ବାହୀ ପରିଷଦ ଏକ ସଂକଳ୍ପ ଗ୍ରହଣ କରିଥିଲେ ଯେଉଁଥିରେ କ୍ୟାମ୍ପସରେ ରାଜନୈତିକ ବୈଠକ ସମେତ ଅଣ ଏକାଡେମିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଅଧିକାରୀ କହିଛନ୍ତି ଯେ ଜୁନ ୨୦୧୭ ରେ ଏଭଳି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେ କହିଛନ୍ତି ଯେ ଏକ ବର୍ଷ ପୂର୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ରାଜନୈତିକ ଏବଂ ସାଧାରଣ ସଭାକୁ ଅନୁମତି ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ସମୟ ମଧ୍ୟରେ ରାଜନୈତିକ କାର୍ଯ୍ୟକଳାପ ଯୋଗୁଁ ଲଗାତାର ଅସୁବିଧା ହେତୁ ଏହି ପିଟିଶନ ଦାଖଲ କରାଯାଇଥିଲା।

ବିଶ୍ୱବିଦ୍ୟାଳୟ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଯୋଗୁ କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି କରିଛି। ଶନିବାର ଦିନ ୟୁୟୁ ଆର୍ଟ କଲେଜରେ ବହୁ ଯୁବ କଂଗ୍ରେସ ନେତା ଓ ସମର୍ଥକ ଏନେଇ ପ୍ରଦର୍ଶନ କରିଥିଲେ। ଏଥି ସହିତ, ଏହାର ଜବାବରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ଜଡିତ ଛାତ୍ର ସଂଗଠନ ଏବଂ ଟିଆରଏସ ପକ୍ଷରୁ ଏହାର ବିରୋଧୀ ପ୍ରଦର୍ଶନ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ତେଲେଙ୍ଗାନା ନିରୁଦୟୋଗ ବିଦ୍ୟାର୍ଥୀ ଯୁଗ୍ମ କାର୍ଯ୍ୟ ସମିତିର ମନବତା ରାୟ କହିଛନ୍ତି ଯେ ଏହି ନିଷ୍ପତ୍ତି ବିଷୟରେ ପ୍ରଶାସନ ଲିଖିତ ଭାବେ ଜଣାଇ ନାହାଁନ୍ତି। ସେ କହିଛନ୍ତି, ସୋମବାର ପ୍ରଶାସନ କିଛି ନୂଆ ପଦକ୍ଷେପ ଗ୍ରହଣ କରିବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?