Posted inଜାତୀୟ

ବାଳିକାଙ୍କୁ ସାଣ୍ଡାଲ ପିନ୍ଧାଇଲେ ରାହୁଲ, ଭିଡ଼ିଓ ଭାଇରାଲ …

ହରିପାଦ, ୧୮।୯ : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରା ରବିବାର କେରଳର ହରିପାଦରୁ ଆରମ୍ଭ ହୋଇଛି। ଏଥିରେ ଶତାଧିକ ଦଳର କର୍ମୀ ଏବଂ ନେତା ଯୋଗ ଦେଇଛନ୍ତି। ଯାତ୍ରା ଏକାଦଶ ଦିନରେ ପ୍ରବେଶ କରିଛି। ଏହି ସମୟରେ ସୋସିଆଲ ମିଡିଆରେ ରାହୁଲଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଜଣେ ବାଳିକାକୁ ସାଣ୍ଡାଲ ପିନ୍ଧିବାରେ ସାହାଯ୍ୟ କରୁଥିବା ନଜର ଆସିଛନ୍ତି।

କୁହାଯାଉଛି ଯେ ଏହି ଭିଡିଓ ଆଲାପୁଜା ଜିଲାର ଅମ୍ବାଲାପୁଜା ସହରର। ରାହୁଲ ଦଳର ଅନ୍ୟ ନେତାଙ୍କ ସହ ରାସ୍ତାରେ ପଦଯାତ୍ରା କରୁଥିବା ସମୟରେ ଜଣେ ଲୋକ ଛୋଟ ଝିଅର ହାତ ଧରି ଯାଉଥିଲେ। ରାହୁଲ ତାଙ୍କୁ ଡାକି ଅଟକାଇ ଝିଅର ସାଣ୍ଡାଲ ଖୋଲା ଥିବା ସୂଚନା ଦେଇଛନ୍ତି। ଏହା ପରେ ସେ ନିଜେ ବାଳିକାଙ୍କୁ ସାଣ୍ଡାଲ ପିନ୍ଧାଇବା ଆରମ୍ଭ କରିଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ୟୁଜରମାନେ ରାହୁଲଙ୍କ ଏହି ସାହାଯ୍ୟକୁ ବହୁତ ପ୍ରଶଂସା କରିଛନ୍ତି।

ରାସ୍ତାର ଉଭୟ ପାର୍ଶ୍ୱରେ ଅପେକ୍ଷା କରିଥିବା ଲୋକଙ୍କୁ ଭେଟିବା ପାଇଁ ରାହୁଲ ସୁରକ୍ଷା କର୍ଡନ ଭାଙ୍ଗିଥିବାର ନଜର ଆସିଛନ୍ତି। ଏକ ଘଣ୍ଟାରୁ ଅଧିକ ଚାଲିବା ପରେ ସେ ରାସ୍ତାରେ ଥିବା ଏକ ହୋଟେଲରେ ଚା ’ପାଇଁ ଅଟକି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ରୋବୋ ପୋଲିସ: ଏତଲା ରଖିବ, ସମାଧାନ ବି କରିବ

ବିଶାଖାପାଟଣା: ଥାନାରେ ପୋଲିସ୍‌ କର୍ମଚାରୀଙ୍କୁ କାମରେ ସହଯୋଗ କରିବ ରୋବୋ। ଏତଲା ରଖିବାଠାରୁ ଆରମ୍ଭ କରି ମାମଲା ସମାଧାନ ହେବାରେ ଏହା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ...

ସ୍କୁଲ ଛାତ ଭୁଷୁଡି ୨୭ ଛାତ୍ରୀଛାତ୍ର ଆହତ

ଗନ୍ନୌର,୨୩ ।୯: ହରିୟାଣାର ସୋନିପତର ଗନ୍ନୌରରେ ଗୁରୁବାର ଏକ ସ୍କୁଲ ଛାତ ଭୁଷୁଡି ଅତିକମରେ ୨୭ ଛାତ୍ରୀଛାତ୍ର ଓ ୩ ଜଣ ଶ୍ରମିକ ଆହତ ହୋଇଥିବା...

ପୁଲଓ୍ବାମା ଏନ୍‌କାଉଣ୍ଟର: ଜଣେ ଯବାନ ଶହୀଦ, ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ଟଳିପଡ଼ିଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି।...

ଶୋପିଆନ୍‌ରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୩।୬: ଦକ୍ଷିଣ କଶ୍ମୀରର ଶୋପିଆନ୍‌ରେ ଅପରେଶନ୍‌ ଅଲଆଉଟ୍‌ ଅନ୍ତର୍ଗତ ମିଳିତ ସୁରକ୍ଷାକର୍ମୀଙ୍କୁ ସୋମବାର ବଡ଼ ସଫଳତା ମିଳିଛି। ଏଠାରେ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।...

ଦେଢ ବର୍ଷ ପରେ ୯୮ ହିନ୍ଦୁ ତୀର୍ଥଯାତ୍ରୀ ଫେରିଲେ ପାକିସ୍ତାନ

ନୂଆଦିଲ୍ଲୀ,୭ ।୯: ପାକିସ୍ତାନରେ ରହୁଥିବା ୯୮ ହିନ୍ଦୁ ପରିବାର ଦୀର୍ଘ ଦେଢ ବର୍ଷ ପରେ ପୁଣିଥରେ ସେମାନଙ୍କ ଘର ପାକିସ୍ତାନକୁ ଫେରି ଯାଇଛନ୍ତି । ଏମାନେ...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେ ନାହିଁ ମମତା

କୋଲକତା, ୨୯।୫: ନରେନ୍ଦ୍ର ମୋଦି ଗୁରୁବାର ପୁଣି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ମୋଦିଙ୍କ ଶପଥଗ୍ରହଣ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି...

ବିଲ୍‌କିସ୍‌ ମାମଲା: ସତ୍ୟପାଠ ଉପରେ ଜବାବ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍‌କିସ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ କ୍ଷମା ପ୍ରଦାନ...

କୃଷକଙ୍କ ଝିଅ ଜିତିଲେ ୩ କୋଟି ଟଙ୍କାର ସ୍କଲାରଶିପ୍‌

ଚେନ୍ନାଇ,୨୧।୧୨:ଜଣେ କୃଷକଙ୍କ ଝିଅ କେବଳ ଦେଶରେ ନୁହେଁ ବରଂ ବିଶ୍ୱରେ ନିଜ ତଥା ନିଜ ଅଞ୍ଚଳର ନାମକୁ ଆଲୋକିତ କରିଛି । ମାତ୍ର ୧୭ ବର୍ଷ...

Advertisement
Archives

Model This Week