Posted inଜାତୀୟ

‘କଂଗ୍ରେସକୁ ବୁଡ଼ାଇବାକୁ ଆଉ କାହାର ଆବଶ୍ୟକତା ନାହିଁ, ରାହୁଲ-ପ୍ରିୟଙ୍କା ଯଥେଷ୍ଟ’

ଲକ୍ଷ୍ନୌ,୧୪।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରର ପିଠି ଥାପୁଡାଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ସହ ଜଡିତ ଏକ ପ୍ରଶ୍ନ ଉପରେ ଯୋଗୀ ଆଦିତ୍ୟନାଥ କହିଛନ୍ତି, କଂଗ୍ରେସକୁ ବୁଡ଼ାଇବାକୁ ଆଉ କାହାର ଆବଶ୍ୟକତା ନାହିଁ, ଭାଇ ଓ ଭଉଣୀ(ରାହୁଲ ଗାନ୍ଧୀ-ପ୍ରିୟଙ୍କା ଗାନ୍ଧୀ) ଯଥେଷ୍ଟ। ୟୁପିରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ସଂଖ୍ୟା ପୂର୍ବରୁ ହୋଇ ନାହିଁ। ଆମ ସରକାରରେ ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟର ବିକାଶକୁ ବିରୋଧୀ ଦଳ ଦେଖୁନାହାଁନ୍ତି, ତେଣୁ ସେମାନେ ଅର୍ଥହୀନ ବିବୃତ୍ତି ଦେଉଛନ୍ତି। ଆମେ ଯାହା କହିଛୁ ତାହା କରିଛୁ। ଡବଲ ଇଞ୍ଜିନ ସରକାର ଲୋକଙ୍କ ଆଶା ପୂରଣ କରିଛନ୍ତି।ଭାଜପାର ବିଜୟ ଉପରେ ଯୋଗୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ପରେ ୟୁପିରେ ବହୁମତ ସହ ଭାଜପା ସରକାର ଗଠନ କରିବ ବୋଲି ପରିସ୍ଥିତି ସ୍ପଷ୍ଟ ହୋଇଯାଉଛି। ଆମ ସହିତ ୮୦ ପ୍ରତିଶତ ଲୋକ ଅଛନ୍ତି।
ସୂଚନାଯୋଗ୍ୟ,ୟୁପି ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆରେ ମତଦାନ ଚାଲିଛି। ୟୁପିର ୫୫ଟି ବିଧାନସଭା ଆସନରେ ମତଦାନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଦ୍ଧୁ ଅଟକ, ଚନ୍ନିଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ, ୪।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାରେ ୪ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ପଞ୍ଜାବ କଂଗ୍ରେସ ନେତା ନବଜ୍ୟୋତ୍‌...

ପାଟ୍ରୋଲିଂ ବେଳେ ଭାରତ-ପାକିସ୍ତାନ ସୀମାରୁ ଠାବ ହେଲା ସୁଡଙ୍ଗ

ଜମ୍ମୁ,୨୯।୮-ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରୁ ଠାବ ହୋଇଛି ଏକ ସୁଡଙ୍ଗ। ଜମ୍ମୁର ସାମ୍ବା ସେକ୍ଟର ନିକଟରୁ ଏହି ସୁଡଙ୍ଗକୁ ବିଏସଏଫ ଯବାନମାନେ ଠାବ କରିଛନ୍ତି। ପାଟ୍ରୋଲିଂ ଚାଲିଥିବାବେଳେ...

ମୁଁ ସର୍ବଦା କହୁଛି ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି: ଚାଇନାର ମ୍ୟାପ୍‌ ବିବାଦକୁ ନେଇ କହିଲେ ରାହୁଲ

ନୂଆଦିଲ୍ଲୀ,୩୦।୮: ଚାଇନା ସୋମବାର ଆନୁଷ୍ଠାନିକ ଭାବେ ଏହାର ‘ଷ୍ଟାଣ୍ଡାର୍ଡ ମ୍ୟାପ୍‌’ ୨୦୨୩ ସଂସ୍କରଣ ଜାରି କରିଛି। ଏଥିରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇକୁ ନିଜ ଭୂଖଣ୍ଡର...

ଏଏମ୍‌ୟୁରେ କୁରାନ ସହିତ ରହିଛି ଗୀତା-ରାମାୟଣ : ମୋଦି

ଅଲୀଗଡ଼,୨୨।୧୨: ଅଲୀଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ)ର ଶତାବ୍ଦୀ ବର୍ଷ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଶିକ୍ଷାର୍ଥୀଙ୍କୁ ଦେଶଗଠନ ପାଇଁ ଆଗେଇ ଆସିବାକୁ ଆହ୍ବାନ ଜଣାଇଛନ୍ତି।...

ଆୟୁର୍ବେଦିକ ଡାକ୍ତର ଏଲୋପାଥିକ ପ୍ରତିପକ୍ଷଙ୍କ ଭଳି ଦରମା ପାଇବାକୁ ଯୋଗ୍ୟ…

ନୂଆଦିଲ୍ଲୀ, ୨୭।୩ : ଏନଆରଏଚଏମ୍‌/ଏନଏଚଏମ୍‌ ଯୋଜନା ଅନୁଯାୟୀ ଆୟୁର୍ବେଦିକ ଡାକ୍ତରମାନେ ଏଲୋପାଥିକ ମେଡିକାଲ ଅଫିସର ଏବଂ ଦନ୍ତ ଚିକିତ୍ସା ଅଧିକାରୀଙ୍କ ସହିତ ସମାନ ଦରମା ସମାନତା...

ପୁଣି ମାଡ଼ି ଆସିଲା ବିପଦ: ସାବଧାନ ନ ହେଲେ ଯିବ ଜୀବନ…

ନୂଆଦିଲ୍ଲୀ,୧୭।୪: ଦେଶରେ କରୋନାର ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟ କୋକୁଆ ଭୟ ସୃଷ୍ଟି ହୋଇଛି। ପୁଣି...

ଏକ୍‌ଜିଟ୍‌ ପୋଲ୍‌ ଭବିଷ୍ୟବାଣୀ: ଝାଡ଼ଖଣ୍ଡରେ ଝୁଲା ବିଧାନସଭା

ନୂଆଦିଲ୍ଲୀ/ରାଞ୍ଚତ୍,୨୧ା୧୨ : ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପୁନଃ କ୍ଷମତାସୀନ ହେବା ଆଶା ଧୂଳିସାତ୍‌ ହୋଇଛି। କାରଣ ଶୁକ୍ରବାର ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା...

ଦିନକୁ ଦିନ ଦୁର୍ବଳ ହେଉଛି ପାକିସ୍ତାନ: ଇନ୍ଦ୍ରେଶ କୁମାର

ନୂଆଦିଲ୍ଲୀ,୧୩।୯: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର ପ୍ରଚାରକ ଇନ୍ଦ୍ରେଶ କୁମାର ଶୁକ୍ରବାର ପାକିସ୍ତାନକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନ ଦିଦକୁ...

Advertisement
Archives

Model This Week