ଦୁଇଥର ଛାଡପତ୍ର ପାଇବା ପରେ ୧୮ ବର୍ଷ ସାନ ରୁଷୀୟ ମଡେଲଙ୍କ ହାତ ଧରିଛନ୍ତି ଏହି ସେଲିବ୍ରିଟି; ବିବାହ ପରେ..

ବମ୍ବେ: ବିଗ୍‌ବସ୍‌ ୧୪ରେ ପ୍ରତିଯୋଗୀ ଭାବେ ସାମିଲ ହେବାପରେ ଚର୍ଚ୍ଚାରେ ରାହୁଲ ମହାଜନ। ପୂର୍ବରୁ ୨୦୦୮ରେ ସମାନ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେତେବେଳେ ଅନ୍ୟ ପ୍ରତିଯୋଗୀ ପାୟଲ ରୋହତଗୀଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ ସେ। କିଛି ଦିନ ଏହା ଖବର ଶିରୋନାମା ପାଲଟିଥିଲା। ସେବେଠାରୁ ଏବେ ପର୍ଯ୍ୟନ୍ତ ରାହୁଲଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ ରହିଆସିଛି।

୨୦୦୬ରେ ସେ ଶ୍ୱେତା ସିଂହଙ୍କୁ ବିବାହ କରିଥିଲେ। ଦୀର୍ଘ ୧୩ ବର୍ଷ ଧରି ତାଙ୍କ ସହ ରହିବା ପରେ ହାତ ଧରିବାକୁ ନିଷ୍ପତ୍ତି ନେଇଥିଲେ ସେ। ହେଲେ ବିବାହର ଗୋଟିଏ ବର୍ଷ ପରେ ୨୦୦୭ରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏପରିକି ସ୍ତ୍ରୀ ତାଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଲଗାଇଥିଲେ। ପରେ ୨୦୦୮ରେ ଉଭୟଙ୍କ ଛାଡ଼ପତ୍ର ଉପରେ ମୋହର ଲାଗିଥିଲା।
ପରେ ସ୍ବୟମ୍ବର କରି ବିବାହ ନିମନ୍ତେ ପାତ୍ରୀ ଖୋଜିଥିଲେ ସେ। ରିଆଲିଟି ଶୋ’ରେ ବର ସାଜି ଡିମ୍ପି ଗାଙ୍ଗୁଲୀଙ୍କୁ ବିବାହ ମଧ୍ୟ କରିଥିଲେ ସେ। ହେଲେ ପ୍ରଥମ ସ୍ତ୍ରୀଙ୍କ ଭଳି ଡିମ୍ପି ମଧ୍ୟ ଘରୋଇ ହିଂସା ନେଇ ଅଭିଯୋଗ କରି ୨୦୧୫ରେ ରାହୁଲଙ୍କୁ ଛାଡ଼ପତ୍ର ଦେଇଥିଲେ। ଏବେ ସେ ଅନ୍ୟତ୍ର ବିବାହ କରିସାରିଲେଣି।

ରାହୁଲ ମଧ୍ୟ ରୁଷିୟ ମଡେଲ ନତାଲ୍ୟା ଇଲିନାଙ୍କ ହାତ ଧରିଛନ୍ତି। ତୃତୀୟ ସ୍ତ୍ରୀ ଇଲିନା ରାହୁଲଙ୍କ ପାଇଁ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଉଭୟଙ୍କ ମଧ୍ୟରେ ୧୮ ବର୍ଷର ତଫାତ ରହିଛି। ବିବାହ ବେଳେ ରାହୁଲ ୪୩ ବର୍ଷର ହୋଇଥିବା ବେଳେ ଇଲିନାଙ୍କୁ ହୋଇଥିଲା ମାତ୍ର ୨୫ ବର୍ଷ। ଦେଖିବାକୁ ସେ ବହୁତ ସୁନ୍ଦର ଏବଂ ଗ୍ଲାମରସ୍‌ ମଧ୍ୟ। ଏବେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ରାହୁଲ ଉଭୟଙ୍କ ଏକାଧିକ ଫଟୋ ଶେୟାର ମଧ୍ୟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?