Posted inଜାତୀୟ

ଆମ ଦେଶ ପ୍ରେମର ଦେଶ, ଘୃଣାର ନୁହେଁ: ରାହୁଲ

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାରି ରହିଛି। ଏହି ଯାତ୍ରା ସୋମବାର ଦୌସାର ଅଲୱାର ଜିଲାରେ ପହଞ୍ଚିଛି। ଅଲୱାରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ସୋମବାର କଡ଼ା ସମାଲୋଚନା କରିଛନ୍ତି। ଭାଜପା ପଚାରୁଛି ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀ କଣ କରୁଛନ୍ତି? ଏହି ପ୍ରଶ୍ନର ଜବାବରେ ରାହୁଲ କହିଛନ୍ତି, ମୁଁ ଘୃଣାର ବଜାରରେ ପ୍ରେମର ବାର୍ତ୍ତା ଦେଉଛି। ଆମ ଦେଶ ପ୍ରେମର ଦେଶ, ଘୃଣାର ନୁହେଁ। ମୁଁ ଭାଜପାକୁ ଘୃଣା କରେ ନାହିଁ। ମୁଁ ତାଙ୍କ ବିଚାରଧାରା ବିରୋଧରେ ଲଢେଇ କରୁଛି। ଏଥିସହ ଭାଜପା ନେତାଙ୍କୁ ଏକ ବାର୍ତ୍ତା ଦେଇ ରାହୁଲ କହିଛନ୍ତି,ତୁମେ ମୋତେ ଘୃଣା କର, ଏହା ତୁମର ହୃଦୟର କଥା। ତୁମର ଦୋକାନ ଘୃଣାର ଏବଂ ମୋର ଦୋକାନ ପ୍ରେମର ଅଟେ। ଆପଣ ସମସ୍ତେ ଏହି ବଜାରରେ ପ୍ରେମର ଦୋକାନ ଖୋଲନ୍ତୁ। ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ଆମ୍ବେଦକର ସମସ୍ତେ ଘୃଣାର ବଜାରରେ ପ୍ରେମ ଦୋକାନ ଖୋଲିଥିଲେ। ତୁମକୁ ମଧ୍ୟ ଏହା କରିବାକୁ ପଡିବ କାରଣ ଆମ ଦେଶ ଘୃଣାର ନୁହେଁ ପ୍ରେମର ଦେଶ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ନିର୍ବାଚନ ପ୍ରଚାର ଶେଷ

ଅହମଦାବାଦ,୪।୧୨: ଦ୍ୱିତୀୟ ପର୍ଯ୍ୟାୟ ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଚାଲିଥିବା ହାଇଭୋଲ୍ଟେଜ୍‌ ପ୍ରଚାର ଶନିବାର ଅପରାହ୍ନ ୫ଟାରେ ଶେଷ ହୋଇଛି। ୫ ତାରିଖରେ ୯୩ ଆସନ...

ଲ୍ୟାପ୍‌ଟପ ବିସ୍ଫୋରଣରୁ କୋଠା ଜଳିଗଲା

ଗାଜିଆବାଦ,୨୭।୧୧: ରଖିଲେ ହରି ମାରିବ କିଏ। ଏହି ଉକ୍ତିଟି ସଫଳ ହୋଇଥିବା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗାଜିଆବାଦରେ। ରାଜନଗରର ନୋଏଡ଼ା ସେକ୍ଟର-୬୨ରେ ସଫ୍ଟୱେୟାର ଇଞ୍ଜିନିୟର ରାହୁଲ...

ଜିନ୍ଦଲ, ହିଣ୍ଡାଲ୍‌କୋକୁ ମିଳିଲା ଓଡ଼ିଶାର ୨ କୋଲ୍‌ ବ୍ଲକ୍‌

ନୂଆଦିଲ୍ଲୀ,୧୨ା୨: ବ୍ୟବସାୟିକ ବ୍ୟବହାର ପାଇଁ କୋଲ୍‌ ବ୍ଲକ୍‌ ନିଲାମିର ଦ୍ୱିତୀୟ ଓ ତୃତୀୟ ଦିନରେ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାରକୁ ଓଡ଼ିଶାର ଉତ୍କଳ-ସି କୋଇଲା ଖଣି...

୩୫ ବର୍ଷରେ ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ଏବେ ବି ମିଳିନି ମୃତକଙ୍କୁ ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୫ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି...

ଶିକ୍ଷକଙ୍କୁ କମଲ ନାଥଙ୍କ ଦୀପାବଳି ଉପହାର

ଭୋପାଳ,୨୭।୧୦: ଦୀପାବଳି ଅବସରରେ ମଧ୍ୟ ପ୍ରଦେଶର କମଲ ନାଥ ସରକାର ଶିକ୍ଷକମାନଙ୍କୁ ଏକ ଭେଟି ଦେଇଛନ୍ତି। ରାଜ୍ୟର ପ୍ରାୟ ୧ଲକ୍ଷ ୭୮ ହଜାର ଶିକ୍ଷକଙ୍କୁ ସପ୍ତମ...

ଗୋପାଳ କାଣ୍ଡାଙ୍କ ସମର୍ଥନ ନ ନେଇପାରେ ଭାଜପା

ନୂଆଦିଲ୍ଲୀ,୨୫।୧୦: ହରିୟାଣା ଲୋକହିତ ପାର୍ଟିର ନେତା ତଥା ସିରସା ବିଧାନସଭା ଆସନର ବିଜୟୀ ପ୍ରାର୍ଥୀ ଗୋପାଳ କାଣ୍ଡାଙ୍କ ସମର୍ଥନକୁ ଭାରତୀୟ ଜନତା ପାର୍ଟି(ଭାଜପା) ଗ୍ରହଣ ନ...

ଶ୍ରୀଲଙ୍କା ବିସ୍ଫୋରଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୌଦ୍ଧ ଭିକ୍ଷୁ

ଗୟା,୨୨।୪: ବୋଧ ଗୟାର ମହାବୋଧି ମନ୍ଦିରରେ ଥିବା ବୌଦ୍ଧ ଭିକ୍ଷୁମାନେ ଶ୍ରୀଲଙ୍କା ବିସ୍ଫୋରଣରେ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରବିବାର ସନ୍ଧ୍ୟାରେ ଏକ ମହମବତୀ...

‘ସମ୍ବିଧାନ ପୁଣି ଲେଖାଯିବ’ ଟିପ୍ପଣିକୁ ନେଇ ଅଡୁଆରେ ପଡିପାରନ୍ତି କେସିଆର୍‌, ଭାଜପା କରିପାରେ ଦେଶଦ୍ରୋହ ମାମଲା

ହାଇଦ୍ରାବାଦ,୮ ।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ନିକଟରେ ଭାରତରେ ପୁଣିଥରେ ସମ୍ବିଧାନ ଲେଖାଯିବ ବୋଲି ଟିପ୍ପଣି ଦେଇଥିଲେ । ଭାରତୀୟ ଜନତା ପାର୍ଟି(ଭାଜପା), କଂଗ୍ରେସ...

Advertisement
Archives

Model This Week