Posted inଜାତୀୟ

ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲୁଛି: ରାହୁଲ ଗାନ୍ଧୀ

ଜୟପୁର,୧୯।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାରି ରହିଛି। ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ସୋମବାର ଅଲଓ୍ବାର ଜିଲାରେ ପ୍ରବେଶ କରିଥିଲା। ଏହି ଅବସରରେ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଭାଜପାକୁ କଟାକ୍ଷ କରିଛନ୍ତି ରାହୁଲ। ଏହି ଯାତ୍ରାରେ ମୁଁ କ’ଣ କରୁଛନ୍ତି ବୋଲି ଭାଜପା ନେତାମାନେ ପ୍ରଶ୍ନ କରୁଛନ୍ତି। ସେମାନଙ୍କୁ କହିବାକୁ ଚାହିଁବି, ମୁଁ ଘୃଣାର ବଜାରରେ ପ୍ରେମର ବାର୍ତ୍ତା ଦେଉଛି ବୋଲି ରାହୁଲ କହିଛନ୍ତି।

ଭାଜପା ନେତାମାନଙ୍କୁ ଏକ ବାର୍ତ୍ତା ଦେଇ ରାହୁଲ କହିଛନ୍ତି, ଆପଣ ମୋତେ ଘୃଣା କରନ୍ତୁ, ଏହା ଆପଣଙ୍କ ହୃଦୟର କଥା। ଆପଣଙ୍କର ଦୋକାନ ମଧ୍ୟ ଘୃଣାର। ହେଲେ ମୋ ଦୋକାନରେ ପ୍ରେମ ମିଳେ। ଆପଣ ସମସ୍ତେ ମଧ୍ୟ ଏହି ବଜାରରେ ପ୍ରେମର ଦୋକାନ ଖୋଲନ୍ତୁ। ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ଆମ୍ବେଦକର ପ୍ରମୁଖ ଘୃଣା ବଜାରରେ ପ୍ରେମ ଦୋକାନ ଖୋଲିଥିଲେ। ଆପଣଙ୍କୁ ବି ସେଭଳି କରିବାକୁ ହେବ। କାରଣ ଆମ ଦେଶ ଘୃଣାର ଦେଶ ନୁହେଁ, ପ୍ରେମର ଦେଶ। ମୁଁ ଭାଜପା ନେତାଙ୍କୁ ମଧ୍ୟ ଘୃଣା କରେ ନାହିଁ। କେବଳ ତାଙ୍କର ବିଚାରଧାରା ସହ ଲଢ଼ିଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଡାଟା ସେଣ୍ଟର ପରିକଳ୍ପନାକୁ ବିପଦ ରୌଦ୍ରତାପ: ପ୍ରଶ୍ନ ଘେରରେ…

ନୂଆଦିଲ୍ଲୀ, ୨୩ା୫:ଭାରତ ଭଳି ଏକ କ୍ରମବର୍ଦ୍ଦିଷ୍ଣ ଅର୍ଥନୈତିକ ରାଷ୍ଟ୍ରରେ ବିଭିନ୍ନ କ୍ଷେତ୍ରର ସମ୍ପ୍ରସାରଣ କରାଯାଉଥିବାବେଳେ ଡିଜିଟାଲ ବ୍ୟବସ୍ଥାର ଭିତ୍ତିଭୂମି ବୃଦ୍ଧି ଦେଶକୁ ବିଭିନ୍ନ ଦିଗରେ ରୂପାନ୍ତରିତ କରିଛି।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଟୋପି, ଚଷମା ଏବଂ ମାସ୍କ… ମୁହଁ ଲୁଚାଇ ଆତ୍ମସମର୍ପଣ କରିବାକୁ କୋର୍ଟରେ ପହଞ୍ଚିଲେ ଟ୍ବିଶାଙ୍କ ସ୍ବାମୀ ସମର୍ଥ

ଜବଲପୁର,୨୨।୫: ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ସ୍ୱାମୀ ସମର୍ଥ ସିଂହ ଶୁକ୍ରବାର ଦିନ ମୁହଁ ଲୁଚାଇ ଜବଲପୁର ଜିଲା କୋର୍ଟରେ…

ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୦୦ ସହର ମଧ୍ୟରେ ଭାରତର ୯୭! ୪୮ ଡିଗ୍ରୀ ଟପିଲାଣି ଓଡ଼ିଶାର ତାପମାତ୍ରା

ନୂଆଦିଲ୍ଲୀ,୨୨।୫: ଭାରତର ଅଧିକାଂଶ ରାଜ୍ୟର ଲୋକମାନେ ପ୍ରବଳ ଗରମ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର…

ସ୍ୱାସ୍ଥ୍ୟ ସେବା ଉପରେ ଯୁଦ୍ଧର ଚେଙ୍କ: ବଢ଼ିପାରେ ପାରାସିଟାମଲ ଏବଂ ଆଣ୍ଟିବାୟୋଟିକ୍ସ ଦାମ୍‌!

ନୂଆଦିଲ୍‌ଲୀ,୨୨।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ଖାଡ଼ି ଅଞ୍ଚଳରେ ଦେଖାଦେଇଥିବା ଅସ୍ଥିରତା ଯୋଗୁଁ ଭାରତର ପ୍ରାୟ ୫୦ ଅରବ ଡଲାର (୫୦ ବିଲିୟନ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକାତା,୨୨।୫: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ପଶ୍ଚିମବଙ୍ଗର ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି: ମାଗଣା ବସ ଯାତ୍ରା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଭାଜପା…

ଟ୍ବିଶା ମାମଲାରେ ହାଇକୋର୍ଟଙ୍କ ପ୍ରମୁଖ ରାୟ: ପୁଣିଥରେ ପୋଷ୍ଟମର୍ଟମ କରିବେ AIIMS ଦିଲ୍ଲୀ ଟିମ୍‌

ଜବଲପୁର,୨୨।୫: ଭୋପାଳରେ ହୋଇଥିବା ବହୁଚର୍ଚ୍ଚିତ ଟ୍ବିଶା ମୃତ୍ୟୁ ମାମଲା ସମ୍ପର୍କରେ ହାଇକୋର୍ଟଙ୍କ ଶୁଣାଣି ସମୟରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଶୁଣାଣି ସମୟରେ, ସମର୍ଥ ସିଂହଙ୍କ ପ୍ରତିନିଧିତ୍ୱ କରୁଥିବା…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri