ଭାଇକୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ଆଣିଲେ ବଡ଼ ଭାଇ

ନାକଟିଦେଉଳ,୧୯ା୧୨(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅଧୀନ କିସିଣ୍ଡା ଗ୍ରାମ ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ରେଢ଼ାଖୋଲ ଥାନା ଶୁଣ୍ଢିମୁଣ୍ଡା ଗ୍ରାମର ଅଜିତ ପୃଷ୍ଟି (୨୭)।

ମିଳିଥିବା ସୂଚନା ମୁତାବକ, ଅଜିତଙ୍କ ବାପା ଭାଗିରଥୀ ପୃଷ୍ଟିଙ୍କ ପୃଷ୍ଟି ଟ୍ରାଭେଲ୍ସ ନାମରେ ଏକ ବସ୍‌ କିସିଣ୍ଡା ଅଞ୍ଚଳକୁ ଚଳାଚଳ କରୁଛି। ଏହି ବସ୍‌ରେ କଣ୍ଡକ୍ଟର ଭାବେ କାମ କରୁଥିବା ସାନପୁଅ ଅଜିତ କିସିଣ୍ଡାରେ ଏକ ଘର ଭଡ଼ା ନେଇ ରହୁଥିଲେ। ରବିବାର ଅଜିତ ଡ୍ୟୁଟି ସାରି ଭଡ଼ା ଘରକୁ ଫେରିଥିଲେ।

ସୋମବାର ସକାଳୁ ବଡ଼ଭାଇ ବୁଲୁ ଅଜିତଙ୍କ ମୋବାଇଲକୁ କଲ୍‌ କରିଥିଲେ ମଧ୍ୟ ତାହା ସୁଇଚ୍‌ ଅଫ୍‌ ଥିବା ଜଣାପଡିଥିଲା। ପରେ ସେ ଘର ମାଲିକଙ୍କୁ ଫୋନ କରି ଅଜିତଙ୍କୁ ଉଠାଇବାକୁ କହିଥିଲେ। ଘର ମାଲିକ ସେଠାରେ ପହଞ୍ଚିବା ପରେ ଅଜିତ ଛାତରେ ଓହଳି ପଡିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପରିବାର ଲୋକେ କିସିଣ୍ଡାରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଥିଲେ। ତେବେ ଅଜିତଙ୍କର ୨ ଗୋଡ଼ ମାଟିରେ ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ବଡ଼ଭାଇ ବୁଲୁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୧୨୮/୨୨) ରୁଜୁ କରି ଘଟଣାର ତଦନ୍ତ କରୁଥିବା ନେଇ କିସିଣ୍ଡା ଥାନା ଅଧିକାରୀ ଲୋକନାଥ ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ସ୍ପେଶାଲ ଟ୍ରେନ୍‌ରେ ପହଞ୍ଚିଲେ ପ୍ରବାସୀ

ବଲାଙ୍ଗୀର ଅଫିସ, ୧ା୬: ବଲାଙ୍ଗୀର ରେଳଷ୍ଟେଶନ୍‌ରେ ରବିବାର ରାତିରେ ୨ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିଥିଲା। ତାମିଲନାଡୁର ତିରପୁରରୁ ରାଉରକେଲା ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌...

ଓଡିଶା ନିର୍ମାଣ ସଂଘର ବିକ୍ଷୋଭ

ଫୁଲବାଣୀ ଅଫିସ, ୨୦ା୧-ବିଭିନ୍ନ ଦାବି ନେଇ ଓଡିଶା ନିର୍ମାଣ ସଂଘ କନ୍ଧମାଳ ଶାଖା ପକ୍ଷରୁ ଫୁଲବାଣୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାଦିକୁନ୍ଦା ଛକଠାରେ ଶ୍ରମିକମାନେ...

ଆଠଗଡ଼ ଡିଏସ୍‌ପିଙ୍କ ସମେତ ୫ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୯।୬: କଟକ ଜିଲାର ବଡ଼ମ୍ବା ଥାନା ଆଇଆଇସି ରବିବାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାର ଗୋଟିଏ ଦିନ ନ ବିତୁଣୁ ସୋମବାର ଆଠଗଡ଼...

ଦହଗଞ୍ଜ ହେଉଛନ୍ତି ଦିବ୍ୟାଙ୍ଗ

ପରଜଙ୍ଗ, ୨୦।୩ (ନିଗମାନନ୍ଦ ଦଳବେହେରା) କାହାର ଗୋଡ଼ ତ ଆଉ କାହାର ଅଚଳ ହୋଇଯାଇଛି ହାତ। କିଏ ଦୃଷ୍ଟିଶକ୍ତି ହରାଇଛନ୍ତି ତ ଆଉ କିଏ ଜନ୍ମରୁ...

ହାତ ଦେଖାଇଲେ ଆପେ ସ୍ପ୍ରେ ହେବ ସାନିଟାଇଜର

କଟକ ଅଫିସ,୨୧।୫: କରୋନା ମୁକାବିଲା ପାଇଁ ଦେଶର ବିଭିନ୍ନ କ୍ଷେତ୍ରରୁ ପ୍ରୟାସ ଚାଲିଛି। ଏହି କ୍ରମରେ କରୋନା ଲଢ଼େଇରେ ସାମିଲ ହୋଇଛି କଟକସ୍ଥିତ ଖପୁରିଆ ସରକାରୀ...

କାଠ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ ଜବତ,୨ ଗିରଫ

ପୋଲସରା,୨୩।୧୨(ଡି.ଏନ୍‌.ଏ.): ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ପୋଲସରା ବନବିଭାଗ ପକ୍ଷରୁ ବୁଧବାର ରାତିରେ ଏକ କାଠ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନକୁ ଜବତ କରାଯାଇଛି। ସୂଚନାଯୋଗ୍ୟ, ଏକ...

ହାତୀ ଶାବକ ଜନ୍ମ , ଗ୍ରାମବାସୀ ଭୟଭୀତ

ବାଙ୍ଗିରିପୋଷି,୮ା୧(ଡ଼ି.ଏନ୍‌.ଏ.)- ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ବଣକାଟି ଓ ଗୋଲାମୁଣ୍ଢାକଟା ଆଦି ୪ଟି ପଞ୍ଚାୟତରେ ହାତୀପଲ ଉପଦ୍ରବ ଚଳାଇ ବିପୁଳ ଫସଲ ନଷ୍ଟ କରିଛନ୍ତି। ତେବେ ଏହି...

ବନ କର୍ମଚାରୀଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

କପ୍ତିପଦା,୨୩ା୧୦(ଡ଼ି.ଏନ.ଏ): ଶିକାରୀ ଭାବି ବନ ବିଭାଗ କର୍ମଚାରୀମାନେ ଜଣେ ଯୁବକଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲା କପ୍ତିପଦା...

Advertisement
Archives

Model This Week