ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଆରମ୍ଭ କରାଯାଇଥିଲା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଦଳର ଅନେକ ବରିଷ୍ଠ ନେତା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିଥିଲେ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦରୁ ହଟାଯାଉ ବୋଲି କଂଗ୍ରେସ ଦାବି କରିଥିଲା। କଂଗ୍ରେସର ଏହି ବିକ୍ଷୋଭ ପ୍ରଦର୍ଶନ ବିଷୟରେ ଜାଣିବା ପରେ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ, ରାହୁଲ ଗାନ୍ଧୀଙ୍କୁ ବୁଝାଇବା ପାଇଁ ସେଠାରେ ପହଞ୍ଚିଥିଲେ।
#WATCH | Lok Sabha LoP Rahul Gandhi, protesting with Opposition leaders and workers at Lok Kalyan Marg, detained by Delhi Police. pic.twitter.com/mkctEgsybl
— ANI (@ANI) July 21, 2026
ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୋସିଆଲ ମିଡିଆରେ ଜଣାଇଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଦାବିଗୁଡ଼ିକୁ ସରକାର ଗ୍ରହଣ କରିନେଇଥିଲେ। ହେଲେ ଯେମିତି ହିଁ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଦାବି ଗ୍ରହଣ କରାଯାଇଥିବା ନେଇ ସୂଚନା ଦିଆଗଲା, ସେ ଅନ୍ୟ ଦାବିଗୁଡ଼ିକ ସାମ୍ନାକୁ ଆଣିଥିଲେ।
ଏହାପରେ ଦିଲ୍ଲୀ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦେଇଥିଲା। କଂଗ୍ରେସର ଏହି ବିକ୍ଷୋଭ ପ୍ରଦର୍ଶନରେ ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ ଏବଂ ଏନସିପି (NCP) ନେତ୍ରୀ ସୁପ୍ରିୟା ସୁଲେ ମଧ୍ୟ ପହଞ୍ଚିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ଅଧିକରୁ ଅଧିକ ସଂଖ୍ୟାରେ ଏହି ଧାରଣାରେ ସାମିଲ ହେବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଥିଲେ।
मोदी की तानाशाही देखिए।
देश के नेता विपक्ष के साथ ऐसा सुलूक किया जा रहा है।
शर्मनाक! pic.twitter.com/mPvojsUnbA
— Congress (@INCIndia) July 21, 2026
ଏହାପରେ ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀ ଏବଂ ଅଖିଲେଶ ଯାଦବଙ୍କୁ ଧାରଣା ସ୍ଥଳରୁ ହଟାଇ ଅଟକ ରଖିଥିଲା। ଏହା ବ୍ୟତୀତ ଅନେକ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୋଲିସ ପୂର୍ବରୁ ହିଁ ଅଟକ ରଖିସାରିଥିଲା।

