Posted inଜାତୀୟ

ହାଥରସ ବଳାତ୍କାର ପୀଡ଼ିତାଙ୍କ ପରିବାରର ଦୁଃଖ ଦେଖୁଛି ଦେଶ: ରାହୁଲ

ଚଣ୍ଡିଗଡ଼,୬ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍କଳବାର ହାଥରସ ବଳାତ୍କାର ଘଟଣାକୁ ନେଇ ପୁଣିଥରେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଏକ ଖବରଦାତା ସମ୍ମିଳନୀରେ ହାଥରସ ଘଟଣାରେ ମୋଦିଙ୍କ ନିରବତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଏହାସହ ନୂଆ କୃଷି ନୀତିକୁ ନେଇ ମଧ୍ୟ ମୋଦିଙ୍କ ଉପରେ ବର୍ଷିଛନ୍ତି ରାହୁଲ । ସୂଚନାଯୋଗ୍ୟ, ରାହୁଲ ଦୁଇଦିନ ହେବ ପଞ୍ଜାବରେ ଟ୍ରାକ୍ଟର ରାଲି ଜରିଆରେ କୃଷି ଆଇନକୁ ବିରୋଧ କରି ଆସୁଛନ୍ତି । ମଙ୍ଗଳବାର ସେ ପଟିଆଲାରେ ଖବରଦାତାଙ୍କ ସହ କଥା ହୋଇ କୃଷି ଆଇନକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ପ୍ରଥମେ ବିମୁଦ୍ରିକରଣ ହେଲା ଯେଉଁଥିରେ ଗରିବ ଜନତା ଅସୁବିଧାରେ ପଡିଲେ । ଏହାପରେ ଜିଏସ୍‌ଟି ଆସିଲା ତ ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଲା । ଏବେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ହେଲା ତ ଗରିବ ରାସ୍ତାରେ ପଡି ମରିଗଲେ । ତେବେ ହାଥରସ ଘଟଣାକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ହାଥରସ ଗସ୍ତ ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ତାଙ୍କ ସହ ଯେଉଁଭଳି ବ୍ୟବହାର କରାଗଲା ସେଥିରେ ସେ ଦୁଃଖିତ ନୁହେଁ । ବରଂ ହାଥରସ ପୀଡ଼ିତାଙ୍କ ପରିବାର ଏକେଲା ନୁହେଁ ଏହା ଆମେ ଜଣାଇ ଦେବାକୁ ଚାହୁଁଥିଲୁ । ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପୀଡ଼ିତା ପରିବାରକୁ ଟାର୍ଗେଟ କରି ଥିବା କହିଥିଲେ ରାହୁଲ ଏହାସହ ମୋଦି କାହିଁକି ଏହା ଉପରେ ମୁହଁ ଖୋଲୁ ନାହାଁନ୍ତି ବୋଲି ମଧ୍ୟ ରାହୁଲ ପ୍ରଶ୍ନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜଳପ୍ରଳୟରୁ ବଞ୍ଚାଇଥିବା ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା

ସାଙ୍ଗଲି,୧୨।୮: ଗତ କିଛି ଦିନ ହେବ ମହାରାଷ୍ଟ୍ର ସାଙ୍ଗଲିରେ ବନ୍ୟା ବିତ୍ପାତ ଦେଖାଦେଇଛି। ସେଠାରେ ବହୁ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ହଜାର ହଜାର ଲୋକଙ୍କୁ...

ଦେଶରେ ୧୨ ଘଣ୍ଟାରେ ଚିହ୍ନଟ ହେଲେ ୪୯୦ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୬ ।୪: ଦେଶରେ ଗତ ୧୨ ଘଣ୍ଟା ମଧ୍ୟରେ ୪୯୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା...

ଲକ୍ଷ୍ମୀପୁର ହିଂସା: ମୃତକ ଖବରଦାତା, କୃଷକଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା-ରାହୁଲ

ଲକ୍ଷ୍ନୌ,୭ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରିର ତିକୁନିୟାରେ ଅକ୍ଟାବର ୩ରେ ହୋଇଥିବା ହିଂସା ପରେ ରାଜନୀତି ହୋଇଛି ସରଗରମ । କଂଗ୍ରେସ ନେତା ରାହୁଲ...

ୟୁଜିସି ନିୟମରେ ପରିବର୍ତ୍ତନ, ଗୋଟିଏ ସମୟରେ ପଢ଼ିହେବ ଦୁଇ ପାଠ୍ୟକ୍ରମ…

ନୂଆଦିଲ୍ଲୀ, ୨୪।୪ : ଭାରତୀୟ ଛାତ୍ରୀଛାତ୍ରମାନେ ବର୍ତ୍ତମାନ ଡିପ୍ଲୋମା ଏବଂ ଗ୍ରାଜୁଏଶନ କିମ୍ବା ଗ୍ରାଜୁଏଶନ ଏବଂ ପୋଷ୍ଟ ଗ୍ରାଜୁଏଶନ କିମ୍ବା ଦୁଇଟି ଗ୍ରାଜୁଏଶନ ପାଠ୍ୟକ୍ରମରେ ନାମ...

ମାୟାବତୀଙ୍କ ନିର୍ଦ୍ଦେଶକୁ ପାଳିଲେ ନାହିଁ ବିଧାୟକ: କହିଲେ, ଟୁଇଟ୍‌ ଦେଖି ନ ଥିଲି

ବେଙ୍ଗାଲୁରୁ, ୨୪।୭: କୁମାରସ୍ବାମୀ ସରକାରଙ୍କ ଆସ୍ଥାଭୋଟ ବେଳେ ବିଧାନସଭାରେ ଅନୁପସ୍ଥିତ ରହିଥିବା ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଏକମାତ୍ର ବିଧାୟକ ଏନ୍‌. ମହେଶଙ୍କୁ ମଙ୍ଗଳବାର ରାତିରେ...

ବହୁ ଆଡ଼ମ୍ବରରେ ରାଜନେତା ପାଳିଲେ ହୋଲି

ନୂଆଦିଲ୍ଲୀ,୧୮।୩: ରଙ୍ଗର ପବ ହୋଲିକୁ ସାରା ଦେଶରେ ଶୁକ୍ରବାର ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। କରୋନା ମହାମାରୀ ଯୋଗୁ ଗତ ୨ବର୍ଷ ହେଲାଣି ଲୋକମାନେ...

କମିଲା ପେଟ୍ରୋଲ ୫, ଡିଜେଲ ୧୦ ଟଙ୍କା

ନୂଆଦିଲ୍ଲୀ,୩।୧୧: ଲଗାତାର ୭ ଦିନ ଧରି ତୈଳ ଦର ବୃଦ୍ଧି ଘଟିବା ପରେ ବୁଧବାର ଦେଶବାସୀଙ୍କୁ କିଛିଟା ଆଶ୍ୱସ୍ତୀ ଦେଇଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଓ...

ପାକିସ୍ତାନ- ଚାଇନାକୁ ଝଟକା: ୟୁଏନଏସସିରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ୯ଟି ଭୋଟ ସପକ୍ଷରେ ଆଣିପାରିଲେ ନାହିଁ ଦୁଇଦେଶ

ନ୍ୟୁୟର୍କ/ନୂଆଦିଲ୍ଲୀ, ୧୬।୮: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନଏସସି)ରେ ପାକିସ୍ତାନକୁ ପୁଣି ଝଟକା। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ବିଚଳିତ ପାକିସ୍ତାନକୁ ୟୁଏନଏସସିରେ କେବଳ ଚାଇନାକୁ...

Advertisement
Archives

Model This Week