Posted inଜାତୀୟ

ଲକ୍‌ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ପାଦରେ ଚାଲିବାକୁ ବାଧ୍ୟ କରିଥିଲେ ମୋଦି: ରାହୁଲ

ପାଟନା,୨୮ ।୧୦: ବିହାର ବିଧାନସଭା ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଉଛି । ଇତିମଧ୍ୟରେ ଦ୍ୱିତୀୟ ତଥା ତୃତୀୟ ପର୍ଯ୍ୟାୟ ମତଦାନରେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷତ କରିବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେଠାରେ ନିର୍ବାଚନ ରାଲିରେ ଯୋଗ ଦେଇଛନ୍ତି । ପ୍ରଥମେ ସେ ପଶ୍ଚିମ ଚମ୍ପାରନରେ ଏକ ରାଲିରେ ଯାଗ ଦେଇଛନ୍ତି । ସେଠାରେ ସେ ଜନତାଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ରାହୁଲ କହିଛନ୍ତି ମୋଦି କିଛି ବର୍ଷ ପୂର୍ବରେ ଏଠାକୁ ଆସିଥିଲେ । ସେତେବେଳେ ସେ କହିଥିଲେ ଏହା ଆଖୁ ଉତ୍ପାନଦନ ଅଞ୍ଚଳ । ତେଣୁ ଏଠାରେ ଏକ ଚିନି କଳ ଚାଲୁ କରାଯିବ । ଆର ଥରକୁ ଆସିଲେ ମୁଁ ଆପଣମାନଙ୍କ ସହ ଏହି ଚିନିରେ ଚା ମିଶାଇ ଏକାଠି ପିଇବି । ହେଲେ ଏହା କ’ଣ ସମ୍ଭବ ହୋଇଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କରୋନା ମହାମାରୀକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ମୋଦି ପ୍ରବାସୀ ଶ୍ରମିକଙ୍କୁ ପାଦରେ ଚାଲି ଚାଲି ଘରକୁ ଫେରିବାକୁ ବାଧ୍ୟ କରିଛନ୍ତି । କାରଣ ସେହି ସମୟରେ ମୁଁ ଯେତେବେଳେ ପ୍ରବାସୀ ଶ୍ରମିକଙ୍କୁ ଭେଟିଥିଲି ସେମାନେ କହିଥିଲେ ସରକାର ଆମ ପାଇଁ କୌଣସି ବ୍ୟବସ୍ଥା କରି ନାହାଁନ୍ତି । ହେଲେ ଆମକୁ ଆଉ କିଛି ସମୟ ଦେଇଥିଲେ ହୁଏତ ଆମେ ଆମ ବ୍ୟବସ୍ଥା କରି ଥାଆନ୍ତୁ ବୋଲି ଶ୍ରମିକମାନେ ଲୁହଭରା ଆଖି ଓ କୋହଭରା କଣ୍ଠରେ କହିଥିଲେ । ମୋଦି ତଥା ତାଙ୍କ ଦଳ ଅର୍ଥାତ୍ ଭାରତୀୟ ଜନତା ପାର୍ଟି(ଭାଜପା) ବାରମ୍ବାର ଜନତାଙ୍କୁ ମିଛ କହି ଆସୁତିବା ବେଳେ ଏଥର ଜନତା ନିଶ୍ଚିତ ଭାବେ ତାଙ୍କୁ ତଡି ଦେବେ ବୋଲି ରାହୁଲ କହିଛନ୍ତି । ବାଲ୍ମିକି ନଗରରେ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ରାହୁଲ କହିଛନ୍ତି ଲକ୍ ଡାଉନରେ କେବଳ ଗରିବ, କୃଷକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱପ୍ନକୁ ମୋଦି ସରକାର ଭାଙ୍ଗି ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ଯୁବକଙ୍କୁ ନିସ୍ତୁକ ପିଟିଲେ ଟ୍ରାଫିକ୍‌ ପୋଲିସ

ଲକ୍ଷ୍ନୌ,୧୩।୯: ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଏହାର ଦୂରୁପଯୋଗ ହେବାସହ ରାସ୍ତାରେ ଅଜବ ଅଜବ ଘଟଣା ସମ୍ନାକୁ ଆସିଛି। ଶୁକ୍ରବାର...

ଅର୍ଥଶାସ୍ତ୍ରୀ ଅଭିଜିତ ସେନଙ୍କ ପରଲୋକ

ନୂଆଦିଲ୍ଲୀ,୩୦ ।୮: ଗ୍ରାମୀଣ ଅର୍ଥ ବ୍ୟବସ୍ଥାର ମୁଖ୍ୟ ବିଶେଷଜ୍ଞ ତଥା ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ପ୍ରଫେସର ଅଭିଜିତ ସେନଙ୍କର ପରଲୋକ ହୋଇଛି । ବେଶ...

ରୋହିଙ୍ଗ୍ୟାଙ୍କୁ ତତ୍କାଳ ନିର୍ବାସିତ କରିବା ଯୋଜନା ନାହିଁ, ସାନି ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର…

ନୂଆଦିଲ୍ଲୀ,୨।୧୧: କର୍ନାଟକରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏବେ ନିର୍ବାସିତ କରିବାର କୌଣସି ଯୋଜନା ନାହିଁ। ପରବର୍ତ୍ତୀ ସମୟରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ। ତେବେ ତତ୍କାଳ...

ବୋହୂଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ନେଲେ ଏମିତି ନିଷ୍ପତ୍ତି

ଗୁରୁଗାଓଁ,୨୫।୧୨: ଦିଲ୍ଳୀର ଗୁରୁଗାଓଁରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ ଘରେ କାମ କରୁଥିବାବେଳେ ଜଣେ ମହିଳାଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ଏବଂ ଦିଅର...

ଆଳୁ ପରଟା, ପାଳଙ୍ଗ ପନିର ଭଳି ବ୍ୟଞ୍ଜନ ଶେୟାର କରି ଭାଜପାକୁ ପ୍ରସ୍ତୁତ କରିବାକୁ କହିଲା କଂଗ୍ରେସ

ନୂଆଦିଲ୍ଲୀ, ୯।୧୨: କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳମାନେ କୃଷକଙ୍କ ପକ୍ଷରୁ ଡକାଯାଇଥିବା ଭାରତ ବନ୍ଦକୁ ସମର୍ଥନ କରିଥିଲେ। ତେବେ କୃଷକ ସମର୍ଥନରେ କଂଗ୍ରେସ ଲଗାତାର...

ପୋଖରାନରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜନାଥ

ଜଇପୁର,୧୬।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଜସ୍ଥାନର ପୋଖରାନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାରଣ ୧୯୯୮ରେ ବାଜପେୟୀ...

ଗୃହରେ କ୍ଷମା ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ,୨୯।୧୧: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ଦେଶ ଭକ୍ତ କହି ବିବାଦ ଘେରକୁ ଆସିଥିବା ଏମ୍‌ପି ପ୍ରଜ୍ଞା ଠାକୁର ଶୁକ୍ରବାର ଲୋକ ସଭାରେ କ୍ଷମା...

ପାକିସ୍ତାନର ଡ୍ରୋନ ନେଟୱର୍କ ଧ୍ୱଂସ, ୬ ଆତଙ୍କବାଦୀ ଗିରଫ, ୪ ଏକେ ୪୭ ସହ ୧୦ ପିସ୍ତଲ ଜବତ

ଜମ୍ମୁ,୧୯ ।୭: ପାକିସ୍ତାନରୁ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ମଗାଇ ବଡ ଆକ୍ରମଣ କରିବା ଯୋଜନାରେ ଥିବା ୩ ଆତଙ୍କବାଦୀ ଗ୍ରୁପକୁ ଧ୍ୱଂସ କରି ଦିଆଯାଇଛି ।...

Advertisement
Archives

Model This Week