Posted inଜାତୀୟ

ରାହୁଲ ଗାନ୍ଧୀ କାଗଜ ବାଘ: କବିତାଙ୍କ କଟାକ୍ଷ…

ହାଇଦ୍ରାବାଦ,୨୧।୧୦ : ସମସ୍ତ ରାଜନୈତିକ ଦଳ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାରେ ଲାଗିଛନ୍ତି। ନିଜ ନିଜ ବିଜୟ ଦାବି କରି ଦଳର ନେତାମାନେ ରାଜ୍ୟ ନିର୍ବାଚନ ରାଲିରେ ସମ୍ବୋଧିତ କରୁଛନ୍ତି। କଂଗ୍ରେସର ବିଜୟରେ ଆତ୍ମବିଶ୍ୱାସ ପ୍ରକାଶ କରି ରାହୁଲ ଗାନ୍ଧୀ ମଧ୍ୟ ତେଲେଙ୍ଗାନା ଗସ୍ତରେ ଯାଇଥିଲେ। ରାଜ୍ୟରେ ନିର୍ବାଚନ ରାଲିରେ ମଧ୍ୟ ଭାଜପାର ବରିଷ୍ଠ ନେତାମାନେ ଯୋଗଦେଉଛନ୍ତି। ଅଭିଯୋଗ ଏବଂ ପ୍ରତିବାଦ ରାଜନୀତି ମଧ୍ୟରେ ପରସ୍ପରକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମାଲୋଚନା ଯାଉଛି।

ଗୋଟିଏ ପଟେ ରାହୁଲ ଗାନ୍ଧୀ ବିଆରଏସ ସରକାର ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ ଏବଂ ବିଆରଏସ ଏମଏଲସି କେ. କବିତା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। ରାହୁଲ ଜଣେ କାଗଜ ବାଘ। ସେ ସ୍ଥାନୀୟ ରାଜନୀତି ବୁଝନ୍ତି ନାହିଁ। ସ୍ଥାନୀୟ ପରମ୍ପରା କିମ୍ବା ସଂସ୍କୃତି ବିଷୟରେ ତାଙ୍କର କୌଣସି ଜ୍ଞାନ ନାହିଁ। ଆପରଣ ତେଲେଙ୍ଗାନାକୁ ଆସନ୍ତୁ, କିନ୍ତୁ ଆପଣ ଦୟାକରି ସର୍ବସାଧାରଣରେ କ’ଣ କହୁଛନ୍ତି ତାହାର ସମୀକ୍ଷା କରନ୍ତୁ। ମନେରଖନ୍ତୁ ତେଲେଙ୍ଗାନା ହେଉଛି ସର୍ବୋଚ୍ଚ ରାଜନୈତିକ ସଚେତନ ଥିବା ରାଜ୍ୟ। କାରଣ ଆମେ ଆମ ରାଜ୍ୟ ପାଇଁ ଲଢୁଛୁ। ଆମେ ଆମ ରାଜ୍ୟ ପାଇଁ ଜୀବନ ଦେଇଛୁ।

ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ରାଜ୍ୟକୁ ଆସିବେ, ଦୋସା ଷ୍ଟଲରେ ଦୋସା ଖାଇବା ପରିବର୍ତ୍ତେ ଶହୀଦଙ୍କ ମାତାଙ୍କ ନିକଟକୁ ଯାଆନ୍ତୁ। ଆପଣ ସେମାନଙ୍କର ଯନ୍ତ୍ରଣା ଜାଣିବେ। ଖାଲି ଦୋସା ଖାଇଲେ ଚଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri