Posted inଜାତୀୟ

ଗାୟକ ସିଧୁଙ୍କ ପରିବାର ଲୋକଙ୍କୁ ଭେଟିବେ ରାହୁଲ

ଚଣ୍ଡୀଗଡ଼,୬।୬: ଗାୟକ ସିଧୁ ମୂସେ ୱାଲାଙ୍କ ହତ୍ୟା ଘଟଣାର ଏକ ସପ୍ତାହ ପରେ ତାଙ୍କ ପରିବାର ଲୋକଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭେଟିବେ। ମଙ୍ଗଳବାର ରାହୁଲ ଗାନ୍ଧୀ ପଞ୍ଜାବର ମନସା ଜିଲାରେ ଅବସ୍ଥିତ ମୂସେ ୱାଲାଙ୍କ ଗାଁ ମୁସା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷେ ମୁସେ ୱାଲା କଂଗ୍ରେସ ଟିକଟରୁ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ମନସା ଆସନରୁ ନିର୍ବାଚନ ଲଢ଼ିଥିଲେ। ହେଲେ ଆମ୍‌ ଆଦମୀ ପାର୍ଟି ପ୍ରାର୍ଥୀ ବିଜୟ ସାଙ୍ଗଲାଙ୍କଠାରୁ ସେ ପରାଜିତ ହୋଇଥିଲେ।

ସୋମବାର କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ ସିଧୁ ମୂସେ ୱାଲା ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି। କେବଳ ସଚିନ ପାଇଲଟ ନୁହନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁସେ ୱାଲାଙ୍କ ପରିବାର ଲୋକଙ୍କୁ ଭେଟି ସାରିଛନ୍ତି। ଅନ୍ୟପକ୍ଷେ ସିଧୁ ମୂସେ ୱାଲାଙ୍କ ପରିବାର ଲୋକେ ଘଟଣାର ଏନ୍‌ଆଇଏ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ସୌମ୍ୟ ମୃତ୍ୟୁ: ବିବାଦୀୟ ADGଙ୍କ ବଦଳି, ମା ଆଣିଥିଲେ ସାଂଘାତିକ…

ଭୁବନେଶ୍ୱର,୨୨।୫: ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି କରାଯାଇଛି। ତାଙ୍କୁ ADGP (କମ୍ୟୁନିକେସନ) ପଦରୁ ହଟାଯାଇ ଗୃହ ବିଭାଗରେ OSD (ଅଫିସର ଅନ୍ ସ୍ପେସିଆଲ୍ ଡ୍ୟୁଟି)…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

୧୫୦ ହଜିଥିବା ମୋବାଇଲ୍  ହିତାଧିକାରୀଙ୍କୁ ହସ୍ତାନ୍ତର: ୧୬ ମାସ ପୂର୍ବରୁ ହଜିଯାଇଥିବା ଆଇଫୋନ୍‌ ଫେରିପାଇଲେ…

ଭଞ୍ଜନଗର, ୨୫।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପୋଲିସ ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୧୫୦ଟି ଫୋନ୍ ଜବତ…

ଝଗଡ଼ା ପରେ ସୀମା ପାର୍ କଲେ କୋହଲିଙ୍କ ଫ୍ୟାନ୍ସ, ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଗାଳିଗୁଲଜ

ନୂଆଦିଲ୍ଲୀ,୨୫ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍ ମୁହାଁମୁହିଁ ହୋଇଥିଲେ । ଫଳସ୍ୱରୂପ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri