Posted inଜାତୀୟ

ରାହୁଲ ଗାନ୍ଧୀ ଜଣେ ଧୈର୍ଯ୍ୟହୀନ ବ୍ୟକ୍ତି, କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଧୈର୍ଯ୍ୟହୀନ ବ୍ୟକ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି। ସରମା କହିଛନ୍ତି, ଆସାମର ସଂସ୍କୃତି ବିଷୟରେ ରାହୁଲ ଗାନ୍ଧୀ ବେଶୀ କିଛି ଜାଣନ୍ତି ନାହିଁ। ଆସାମ ବିଷୟରେ ଜାଣିବାକୁ ରାହୁଲ ଗାନ୍ଧୀଙ୍କ ଧୈର୍ଯ୍ୟ ନାହିଁ। ଗୋଟିଏ ରାଜ୍ୟର ସଂସ୍କୃତି, ଏହାର ପ୍ରସଙ୍ଗ ବୁଝିବା ପାଇଁ ଅନେକ ସମୟ ଅତିବାହିତ କରିବାକୁ ପଡିବ।
ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ସମୟରେ ରାସ୍ତାରେ ବହୁତ ଗଣ୍ଡଗୋଳ ହୋଇଥିଲା। କଂଗ୍ରେସ ଦଳର ଅନେକ ନେତା ଏଥିରେ ରାଗିଛନ୍ତି। ଲୋକ ସଭା ନିର୍ବାଚନ ପରେ ବହୁ ସଂଖ୍ୟାରେ ଆସାମ କଂଗ୍ରେସ ନେତା ଭାଜପାରେ ଯୋଗଦେବେ ବୋଲି ସରମା ଦାବି କରିଛନ୍ତି।
ସରମା କହିଛନ୍ତି, ରାହୁଲ ଗାନ୍ଧୀ ରାଜ୍ୟର ସଂସ୍କୃତି ବିଷୟରେ ଜାଣି ନାହାଁନ୍ତି ଏବଂ ସେ ଏ ବିଷୟରେ ପଢନ୍ତି ନାହିଁ କିମ୍ବା ସହକର୍ମୀଙ୍କ ସହ ଆଲୋଚନା ମଧ୍ୟ କରନ୍ତି ନାହିଁ। ସେ କେବଳ ଆସି ତାଙ୍କ ବିବୃତ୍ତିରେ ଲୋକଙ୍କୁ ଅସୁବିଧାରେ ପକାନ୍ତି। ଯଦି ଆପଣ କୌଣସି ରାଜ୍ୟକୁ ଯାଆନ୍ତି, ତେବେ ପ୍ରଥମେ ଆମେ ସେହି ରାଜ୍ୟର ସଂସ୍କୃତି ବ୍ୟକ୍ତିତ୍ୱ ବିଷୟରେ ଜାଣିବା ଉଚିତ୍‌। କ’ଣ କହିବା ଆବଶ୍ୟକ ଏବଂ କ’ଣ ନୁହେଁ ଏବଂ କେଉଁ ପ୍ରସଙ୍ଗ ରାଜ୍ୟ ପାଇଁ ସମ୍ବେଦନଶୀଳ ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇବା ଉଚିତ୍‌।
ଭରତ ଯୋଡୋ ନ୍ୟାୟ ଯାତ୍ରା ୧୮ ରୁ ୨୫ ଜାନୁୟାରୀ ପର୍ଯ୍ୟନ୍ତ ଆସାମରେ ଥିଲା। ଏହି ସମୟ ମଧ୍ୟରେ ବହୁତ ଉତ୍ତେଜନା ଦେଖାଦେଇଥିଲା ଏବଂ ରାହୁଲ ଗାନ୍ଧୀ ହିମନ୍ତ ବିଶ୍ୱ ସର୍ମାଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ସିଏମ ବୋଲି କହିଥିଲେ। ସିଏମ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଉପରେ କାଉଣ୍ଟର ଆକ୍ରମଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

ସେମାନେ ମୋ ଗୃହମନ୍ତ୍ରୀଙ୍କୁ ଜେଲରେ ପୂରାଇଥିଲେ, ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୪: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଦୁଇଟି ପର୍ଯ୍ୟାୟ ମତଦାନ ହୋଇସାରିଛି। ଏହି ସମୟରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ,...

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ...

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri