ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ଶତ୍ରୁଘ୍ନ କୁମାର ପାଣ୍ଡେ, ଛତିଶଗଡ଼ର ଧର୍ମଦାସ ମାଣିକପୁରୀ ଏବଂ ସ୍ଥାନୀୟ ଚମାଖଣ୍ଡି ଅଞ୍ଚଳର ଜଗଦୀଶ ସେଠୀ।

ରମ୍ଭା ଥାନା ଅଧୀନ ଗଜପତିନଗରରେ ଭଡ଼ା ଘରେ ରହି ଏହି ବେଟିଂ ନେଟ୍‌ଓ୍ବର୍କ ପରିଚାଳନା କରାଯାଉଥିଲା। ଚଢ଼ାଉ ସମୟରେ ୭୮ଟି ଏଟିଏମ୍‌ କାର୍ଡ, ୮୬ଟି ସିମ୍‌କାର୍ଡ, ୧୪ଟି ସ୍ମାର୍ଟଫୋନ, ୨ଟି ଲାପ୍‌ଟପ୍‌, ୧ଟି କ୍ରୋମବୁକ୍‌, ୧୬ଟି ବ୍ୟାଙ୍କ ପାସ୍‌ବୁକ୍‌, ଗୋଟିଏ ବାଇକ୍‌ ଏବଂ ବହୁ ପରିଚୟପତ୍ର ଓ ଦଲିଲ ମିଳିଛି।

‘ରେଡ୍ଡୀ ପ୍ଲେ ୧୧’, ’ଲାଫ୍‌ ୭୭୭’, ’୧୦୦ ପ୍ୟାନେଲ ଆଦି ବେଟିଂ ଆପ୍‌ର ୟୁଜର୍‌ ଆଇଡି, ପାସଓ୍ବାର୍ଡ ଏବଂ ଆର୍ଥିକ ନେଣଦେଣ ରେକର୍ଡ ଜବତ ହୋଇଛି।

ଛତ୍ରପୁରଠାରେ ଆୟୋଜିତ ପ୍ରେସମିଟ୍‌ରେ ଗଞ୍ଜାମ ଏସ୍‌ପି ହରିଶ ବିଶି ଏହି ସୂଚନା ଦେଇଛନ୍ତି। ପୋଲିସ କେସ୍‌ ନଂ ୨୦/୨୬ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ସହ ଡିଜିଟାଲ ଉପକରଣଗୁଡ଼ିକର ଫରେନସିକ୍‌ ଯାଞ୍ଚ ଚଳାଇଛି। ଛତ୍ରପୁର ଏସ୍‌ଡିପିଓ ଚନ୍ଦନ କୁମାର ଘଡ଼ାଇ, ସାଇବର ଥାନା ଆଇଆଇସି ଜ୍ୟୋତି ରଞ୍ଜନ ବେହେରାଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଉଲ୍ଲାସ ପକ୍ଷରୁ ନିଆରା ପ୍ରୟାସ, ୧୮ ରୁ୬୦ ବର୍ଷର ଲୋକଙ୍କୁ ସାକ୍ଷାରତା କରିବ…

କେସିଙ୍ଗା,୨୦ା୯(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ୧୮ ରୁ ୬୦ବର୍ଷର ଲୋକଙ୍କୁ ସାକ୍ଷରତା କରିବା ପାଇଁ ଉଲ୍ଲାସ ପକ୍ଷରୁ ରବିବାର ପରୀକ୍ଷା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ…

ଭଞ୍ଜନଗର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା; ଜଗଦିଶ ସଭାପତି, ଶିଶିର କାର୍ଯ୍ୟକାରୀ ସମ୍ପାଦକ

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କାଳିଞ୍ଜି ସମାଜ ଗୃହରେ ରବିବାର ନୂତନ ପେନସନ ଯୋଜନା (NPS) ଅନ୍ତର୍ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ସଂଘର ନୂତନ କର୍ମକର୍ତ୍ତା…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?