ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର ତାଙ୍କ ଲାହୋରସ୍ଥିତ ବାସଭବନରୁ ତାଙ୍କୁ ହେପାଜତକୁ ନିଆଯାଇଥିବା ଖବର ସାମ୍ନାକୁ ଆସିଛି । ୨୭ ସେପ୍ଟେମ୍ବରରେ PTI ପକ୍ଷରୁ ଇମ୍ରାନ ଖାନ୍‌ଙ୍କ ମୁକ୍ତି ଦାବିରେ ପ୍ରସ୍ତାବିତ ରାଷ୍ଟ୍ରବ୍ୟାପୀ ବିରୋଧ ପୂର୍ବରୁ ଏହି ଗିରଫଦାରୀ ହୋଇଛି।

ଅଲିମା ଖାନ୍‌ ଇମ୍ରାନ ଖାନ୍‌ଙ୍କ ସମର୍ଥନରେ ହେବାକୁ ଥିବା ଆନ୍ଦୋଳନର ପ୍ରସ୍ତୁତି ଓ ରଣନୀତିରେ ସକ୍ରିୟ ଥିଲେ । ତେବେ ତାଙ୍କୁ କେଉଁ କାରଣରୁ ଗିରଫ କରାଯାଇଛି, ସେନେଇ ଲାହୋର ପୋଲିସ୍‌ କିମ୍ବା ସରକାରଙ୍କ ପକ୍ଷରୁ ତୁରନ୍ତ କୌଣସି ଅଧିକାରିକ ବିବୃତି ଦିଆଯାଇନାହିଁ। PTI ଆସନ୍ତା ୨୭ ସେପ୍ଟେମ୍ବରରେ ଇସ୍‌ଲାମାବାଦ ଅଭିମୁଖେ ମାର୍ଚ୍ଚ କରିବାକୁ ଘୋଷଣା କରିଛି । ଦଳର ପ୍ରମୁଖ ଦାବି ମଧ୍ୟରେ ଇମ୍ରାନ ଖାନ୍‌ଙ୍କ ମୁକ୍ତି ରହିଛି । PTI ଅଧ୍ୟକ୍ଷ ବାରିଷ୍ଟର ଗୋହର ଅଲି ଖାନ୍‌ ଏହି ମାର୍ଚ୍ଚକୁ ଶାନ୍ତିପୂର୍ଣ୍ଣ ରଖିବା କଥା କହିଥିଲେ। ଆନ୍ଦୋଲନ ପୂର୍ବରୁ ଇସ୍‌ଲାମାବାଦରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ରିପୋର୍ଟ ଅନୁସାରେ, ପୋଲିସ୍‌ PTI କାର୍ଯ୍ୟକର୍ତ୍ତାଙ୍କ ଗତିବିଧି ଉପରେ ନଜର ରଖିବା ସହ ରାଜଧାନୀର ପ୍ରବେଶପଥଗୁଡ଼ିକରେ ସୁରକ୍ଷା ବଢ଼ାଇଛି।

ଅଲିମା ଖାନ୍‌ଙ୍କ ଗିରଫଦାରୀ ପୂର୍ବରୁ ଇସ୍‌ଲାମାବାଦ ପୋଲିସ୍‌ ୪ ଜଣ PTI କର୍ମୀ ଓ ସମର୍ଥକଙ୍କୁ ହେପାଜତକୁ ନେଇଥିଲା। ୨୭ ସେପ୍ଟେମ୍ବରର ମାର୍ଚ୍ଚ ସମ୍ପର୍କିତ ଏକ ବୈଠକ ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ପୋଲିସ୍‌ ସେମାନଙ୍କ ବିରୋଧରେ ଦଙ୍ଗା, ସରକାରୀ କାର୍ଯ୍ୟରେ ବାଧା ଏବଂ ପୋଲିସ୍‌ ଉପରେ ଆକ୍ରମଣ ସମେତ ବିଭିନ୍ନ ଅଭିଯୋଗ ଲଗାଇଛି। ଇମ୍ରାନ ଖାନ୍‌ ୨୦୨୩ ଅଗଷ୍ଟରୁ ଜେଲ୍‌ରେ ଅଛନ୍ତି। ତାଙ୍କ ପରିବାର ତାଙ୍କ ସ୍ୱାସ୍ଥ୍ୟ ଓ ଜେଲ୍‌ରେ ଚିକିତ୍ସା ସମ୍ପର୍କରେ ବାରମ୍ବାର ଚିନ୍ତା ପ୍ରକାଶ କରିଆସିଛନ୍ତି। PTI ମଧ୍ୟ ତାଙ୍କ ଚିକିତ୍ସା ଓ ଆଇନଗତ ଅଧିକାରକୁ ନେଇ ଦାବି କରିଛି । ଅଲିମା ଖାନ୍‌ଙ୍କ ଗିରଫଦାରୀ ପରେ ୨୭ ସେପ୍ଟେମ୍ବରର PTI ମାର୍ଚ୍ଚକୁ ନେଇ ପାକିସ୍ତାନରେ ରାଜନୈତିକ ଉତ୍ତେଜନା ଆହୁରି ବଢ଼ିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା।…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?