Posted inଖେଳ

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ତଥାପି, ଟିମ୍ ଇଣ୍ଡିଆର ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ଅକ୍ଟୋବର-ନଭେମ୍ବର ମାସରେ ନିର୍ଦ୍ଧାରିତ ହୋଇଛି, ଯେତେବେଳେ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ। ସେଠାରେ ସେମାନେ ୫ଟି ଦିନିକିଆ, ୫ଟି ଟି-୨୦ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ତେବେ, ଏହି ଗସ୍ତର କାର୍ଯ୍ୟସୂଚୀ ଏପରି ଏକ ପରିସ୍ଥିତି ସୃଷ୍ଟି କରିଛି ଯେଉଁଥିରେ ଟିମ୍ ଇଣ୍ଡିଆକୁ ସିରିଜ୍ ମଝିରେ ଅଧିନାୟକ ପରିବର୍ତ୍ତନ କରିବାକୁ ପଡ଼ିପାରେ ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି।

ରିପୋର୍ଟ ଅନୁସାରେ, ଏହି ଘନିଷ୍ଠ ସିଡ୍ୟୁଲ୍‌ ଯୋଗୁଁ ODI ସିରିଜ୍‌ ମଝିରେ ଭାରତୀୟ ଦଳର ନେତୃତ୍ୱରେ ପରିବର୍ତ୍ତନ ହୋଇପାରେ। ବର୍ତ୍ତମାନ ଭାରତର ODI କ୍ୟାପ୍ଟେନ୍‌ ହେଉଛନ୍ତି ଶୁଭମନ ଗିଲ୍‌ ଏବଂ ଶ୍ରେୟସ ଆୟର ଉପକ୍ୟାପ୍ଟେନ୍‌। ବିସିସିଆଇର ନିକଟତମ ଘୋଷଣାରେ ମଧ୍ୟ ଏହି ଦାୟିତ୍ୱ ନିଶ୍ଚିତ ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍‌ର ଶେଷ ମ୍ୟାଚ୍‌ ନଭେମ୍ବର ୧୫ରେ ଖେଳାଯିବ । ଏହାର ମାତ୍ର ୪ ଦିନ ପରେ, ନଭେମ୍ବର ୧୯ରୁ ୱେଲିଂଟନ୍‌ରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଅର୍ଥାତ୍‌ ODI ସିରିଜ୍‌ ଶେଷ ହେବା ପରେ ଟେଷ୍ଟ ପୂର୍ବରୁ ଦଳକୁ ମିଳିବ ଅତ୍ୟନ୍ତ କମ୍‌ ସମୟ।ଏହି କାରଣରୁ ଗିଲ୍‌ଙ୍କ ସମେତ ଜସପ୍ରୀତ ବୁମ୍ରା, କେଏଲ୍‌ ରାହୁଲ ଏବଂ ମହମ୍ମଦ ସିରାଜଙ୍କ ଭଳି ଟେଷ୍ଟ ଦଳର ସମ୍ଭାବ୍ୟ ଖେଳାଳିଙ୍କୁ ରେଡ୍‌-ବଲ୍‌ କ୍ରିକେଟ୍‌ ପାଇଁ ପ୍ରସ୍ତୁତିର ସମୟ ଦେବା ନେଇ ଆଲୋଚନା ହେଉଛି।

ଏକ ରିପୋର୍ଟର ଦାବି ଅନୁସାରେ, ଗିଲ୍‌ ଶେଷ ଦୁଇଟି ODIରୁ ବିଶ୍ରାମ ନେଇ ଟେଷ୍ଟ ପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିପାରନ୍ତି । ଏପରି ହେଲେ ଶ୍ରେୟସ ଆୟରଙ୍କୁ ଶେଷ ଦୁଇ ମ୍ୟାଚ୍‌ରେ ଦଳର ନେତୃତ୍ୱ ଦିଆଯାଇପାରେ। ତେବେ ଏହି ପରିବର୍ତ୍ତନ ଏପର୍ଯ୍ୟନ୍ତ ଅଧିକାରିକ ଭାବେ ଘୋଷଣା ହୋଇନାହିଁ। ଏହା ଏକ ରିପୋର୍ଟ ଆଧାରିତ ସମ୍ଭାବନା।

ରିପୋର୍ଟ ଅନୁସାରେ, ODI ଓ ଟେଷ୍ଟ ସିରିଜ୍‌ ମଧ୍ୟରେ କମ୍‌ ବ୍ରେକ୍‌ ଥିବାରୁ କୋଚିଂ ଷ୍ଟାଫ୍‌ଙ୍କୁ ମଧ୍ୟ ଦୁଇ ଭାଗରେ ବାଣ୍ଟାଯାଇପାରେ । ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ତୃତୀୟ ODI ପରେ ଟେଷ୍ଟ ଦଳ ସହ ଯୋଗ ଦେଇପାରନ୍ତି। ତାଙ୍କ ସହ କିଛି ସହାୟକ କୋଚ୍‌ ମଧ୍ୟ ଟେଷ୍ଟ ଦଳ ସହ ରହିବାର ସମ୍ଭାବନା ରହିଛି। ନ୍ୟୁଜିଲାଣ୍ଡ ଦୌରାରେ ଭାରତ ୫ଟି T20I, ୫ଟି ODI ଓ ୨ଟି ଟେଷ୍ଟ ଖେଳିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ବଡ଼ ଘୋଷଣା: ନଭେମ୍ବର ୨୬ରେ…ସରକାରଙ୍କ ବଢିଲା ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୬।୧୧: ସମ୍ବିଧାନ ଦିବସ ଅବସରରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ଆୟୋଜନ କରାଯିବ। ନଭେମ୍ବର ୨୬ ତାରିଖରେ ହେବାକୁ ଥିବା ଏହି ପଦଯାତ୍ରାର ନାମ ‘ସମ୍ବିଧାନ ବଞ୍ଚାଅ…

ବସ ଭଡ଼ା ବୃଦ୍ଧି ପରେ ଶିବକୁମାରଙ୍କୁ ଶିଶୁ ଭାବରେ ଚିତ୍ରଣ କଲା ଭାଜପା, ଶେୟାର କଲା AI-ନିର୍ମିତ ଭିଡିଓ, ଦେଖନ୍ତୁ…

ବେଙ୍ଗାଲୁରୁ,୬।୧୧: ସାଧାରଣ ପରିବହନ ଭଡ଼ା ଏବଂ କ୍ଷୀର ଦର ବୃଦ୍ଧିକୁ ନେଇ କର୍ନାଟକ ଭାଜପା କଂଗ୍ରେସ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛି। ଭାଜପା ମୁଖ୍ୟମନ୍ତ୍ରୀ ଡିକେ…

ନଭେମ୍ବର ୭ରେ ତୁଳା ରାଶିକୁ ଚନ୍ଦ୍ରମାଙ୍କ ଗୋଚର: କର୍କଟ-ତୁଳା ସମେତ ୪ ରାଶିଙ୍କ ଭାଗ୍ୟ ଚମକିବ, ଚାକିରିରେ ବଡ଼ ପଦୋନ୍ନତି

ନୂଆଦିଲ୍ଲୀ,୬।୧୧: ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ଚନ୍ଦ୍ରମା ନିଜ ରାଶି ପରିବର୍ତ୍ତନ କରିବେ। ନଭେମ୍ବର ୭ ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟରେ ଚନ୍ଦ୍ରମା କନ୍ୟା…

‘ଘର ଖାଲି ଖାଲି ଲାଗୁଛି,’ଦୀପାବଳି ପୂର୍ବରୁ ନିଜ ମନ ତଳର କଷ୍ଟ ବଖାଣିଲେ ଗୋବିନ୍ଦାଙ୍କ ପତ୍ନୀ ସୁନିତା, କହିଲେ…

ମୁମ୍ବାଇ: ବଲିଉଡର ‘ହିରୋ ନମ୍ବର ୧’ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା ନିକଟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୩୯ ବର୍ଷର…

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ, ୮ ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ଭୁବନେଶ୍ୱର/ପୁରୀ,୬।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି…

ବିବାହକୁ ୪ ମାସ ନ ପୂରୁଣୁ ଘର ଛାଡ଼ିଲେ ଅମିର ଖାନ: ତୃତୀୟ ସ୍ତ୍ରୀଙ୍କ ସହ….

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ମିର ଖାନ ପୁଣି ଚର୍ଚ୍ଚାରେ। ପ୍ରଥମ ଦୁଇଟି ବିବାହରେ ବିଚ୍ଛେଦ ପରେ ଅଭିନେତା ନିଜ ଜୀବନର ତୃତୀୟ ଅଧ୍ୟାୟ ଆରମ୍ଭ କରିଛନ୍ତି। ପ୍ରେମିକା…

ଏତିକି ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ସବ୍‌-ରେଜିଷ୍ଟ୍ରାର, ଚାକିରି ଜୀବନ ଆରମ୍ଭରୁ ଦୁର୍ନୀତି ପଙ୍କରେ…

ବାଲିଆପାଳ,୬ା୧୧: ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମହିଳା ଅଧିକାରୀଙ୍କୁ ପଡ଼ିଛି ଭାରି। ସାଧାରଣ ଲୋକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ…

ବଡ଼ ଟ୍ରେନ ଦୁର୍ଘଟଣା: ‘କର୍ମଭୂମି ଏକ୍ସପ୍ରେସ’ର ୪ ବଗିରେ ଭୟଙ୍କର ନିଆଁ, ଅନେକ ଯାତ୍ରୀ ଆହତ ହୋଇଥିବା ଆଶଙ୍କା

ଚଣ୍ଡିଗଡ଼,୬।୧୧: ପଞ୍ଜାବରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ପଞ୍ଜାବର ରାଜପୁରା ଠାରେ ‘କର୍ମଭୂମି ଏକ୍ସପ୍ରେସ’ରେ ନିଆଁ ଲାଗିଯାଇଥିଲା, ଯାହା ଟ୍ରେନର ଚାରୋଟି ବଗିକୁ ବ୍ୟାପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?