Posted inଜାତୀୟ

ଭାଜପା କାର୍ଯ୍ୟକ୍ରମରେ ସାମିଲ ହେବେ ରାହୁଲ ଦ୍ରାବିଡ

ଶିମ୍‌ଲା,୧୦।୫: ଚଳିତ ବର୍ଷ ଶେଷ ସୁଦ୍ଧା ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ, ଆସନ୍ତା ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଧର୍ମଶାଳାରେ ଭାଜପା ଯୁବା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ କମିଟି ଆୟୋଜିତ ହେବ। ଏଥିରେ ଦଳର ଜାତୀୟ ନେତୃତ୍ୱ ବ୍ୟତୀତ ହିମାଚଳ ପ୍ରଦେଶର ବହୁ ବଡ ନେତା ମଧ୍ୟ ସାମିଲ ହେବେ। ଏହା ବ୍ୟତୀତ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଧର୍ମଶାଳା ବିଧାୟକ ବିଶାଲ ନାହେରିଆ କହିଛନ୍ତି। ସେ ତାଙ୍କ ସଫଳତା ବିଷୟରେ ଯୁବକମାନଙ୍କୁ ପ୍ରେରିତ କରିବେ।
ରାହୁଲ ଦ୍ରାବିଡଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ଭାରତୀୟ ଜନତା ପାର୍ଟି ହିମାଚଳ ଏବଂ କର୍ନାଟକ ବିଧାନସଭା ନିର୍ବାଚନରେ ଯୁବକମାନଙ୍କୁ ସିଧାସଳଖ ଆକର୍ଷିତ କରିବାକୁ ଚାହୁଁଛି। ତେବେ ରାହୁଲ ଭାଜପାରେ ଯୋଗଦେବେ କି ନାହିଁ ଏହି କଳ୍ପନାଜଳ୍ପନା ମଧ୍ୟ କରାଯାଉଛି।
ହିମାଚଳ ପ୍ରଦେଶ ବିଧାନସଭାର ୬୮ଟି ଆସନ ପାଇଁ ନିର୍ବାଚନ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତା ବର୍ଷ କର୍ନାଟକ ବିଧାନସଭାର ୨୨୪ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନେତାଙ୍କ ସମେତ ୩ ଜଣଙ୍କୁ ଗୁଳି କରି ହତ୍ୟା, ମୁଣ୍ଡ କାଟିବାକୁ କଲେ ଉଦ୍ୟମ…

କୋଲକାତା, ୭।୭ : ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲାରେ ଟିଏମସି ନେତା ସ୍ବପନ ମାଝିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ସହ ଅନ୍ୟ...

ଶ୍ରୀମନ୍ଦିର ସଂସ୍କାର ମାମଲା: ରିପୋର୍ଟ ଅସମ୍ପୂର୍ଣ୍ଣ, ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯ା୧(ସ୍ବ.ପ୍ର.): ସୁପ୍ରିମ୍‌କୋର୍ଟରେ ବୁଧବାର ଥିଲା ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇତିମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ...

ପିଲାଦିନର ପ୍ରେମକୁ ପାଇବା ପାଇଁ ୪ ଥର ଘର ଛାଡ଼ିଥିଲେ ପ୍ରେମିକା, ଶେଷରେ ଥାନାରେ ହେଲା ବିବାହ

ପାଟଣା,୨୪ା୭: ବିହାରର ରୋହତାସ ଜିଲା ଡେହରିସ୍ଥିତ ମହିଳା ଥାନାରେ ଏକ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଥାନାଧିକାରୀଙ୍କ ଉପସ୍ଥିତିରେ ହୋଇଛି। ପଣ୍ଡିତ ମନ୍ତ୍ର...

ବର୍ଷକରେ କଶ୍ମୀରରେ ୧୮୬ ଆତଙ୍କବାଦୀ ନିହତ, ୧୫୯ ଗିରଫ

ଜମ୍ମୁ,୧।୧: ଜମ୍ମୁ-କଶ୍ମୀରରେ ବିଦାୟୀ ବର୍ଷ ୨୦୨୨ରେ ମୋଟ ୧୮୬ ଆତଙ୍କବାଦୀ ନିହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୬ ଜଣ ପାକିସ୍ତାନୀ। ଏହା ବ୍ୟତୀତ ବର୍ଷକ ମଧ୍ୟରେ...

ସୀମାରେ ଡ୍ରୋନ୍‌ ଦ୍ୱାରା ନିଶା କାରବାର, ୧୫ କୋଟି ଟଙ୍କାର ହେରୋଇନ ଜବତ…

ଶ୍ରୀଗଙ୍ଗାନଗର, ୭।୬ : ଇଣ୍ଡୋ-ପାକ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟ ବନ୍ଦ ହେବାର ନା ଧରୁନି। ଭାରତ-ପାକ ସୀମାରେ ଥିବା ଶ୍ରୀଗଙ୍ଗନଗର ଜିଲାରେ ସାଢ଼େ...

ମମତାଙ୍କ ବିରୋଧରେ କହିଲେ ପିଠିରେ ମାଡ଼ ଖାଇବାକୁ ପ୍ରସ୍ତୁତ ରୁହ, ଟିଏମ୍‌ସି ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ…

କୋଲକାତା,୪।୯ : ତୃଣମୂଳ କଂଗ୍ରେସ(ଟିଏମସି) ଏମ୍‌ପି ସୌଗତ ରାୟ ପୁଣି ଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା...

ପଦ୍ମ ପୁରସ୍କାର ଉତ୍ସବ ସ୍ଥଗିତ

ନୂଆଦିଲ୍ଲୀ,୧୫ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବକୁ ସ୍ଥଗିତ ରଖାଯାଇଛି। ଏହି ଉତ୍ସବ ମାର୍ଚ୍ଚ ୨୬ ଓ ଏପ୍ରିଲ ୩ରେ ଅନୁଷ୍ଠିତ ହେବାର...

୩୭ ବର୍ଷ ପରେ ଭାଜପାକୁ ଦ୍ୱିତୀୟ ଥର ବିଜୟୀ କରି ଇତିହାସ ରଚିଲେ ଯୋଗୀ

ଲକ୍ଷ୍ନୌ,୧୧ ।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନୂଆ ଇତିହାସ ଲେଖିଛନ୍ତି । ଦୀର୍ଘ ୩୭ ବର୍ଷ ପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ...

Advertisement
Archives

Model This Week