Posted inଖେଳ

ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଡ୍ରାଭିଡ୍‌ଙ୍କୁ ଦିଆଯାଇପାରେ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୧୪।୧୦: ଆସନ୍ତା ଟି୨୦ ବିଶ୍ୱକପ୍‌ ପରେ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେବା ନିଶ୍ଚିତ। ତାଙ୍କ ପଦବି ପୂରଣ କରିବା ଲାଗି ବିସିସିଆଇ ପକ୍ଷରୁ ବିଜ୍ଞାପନ ଜାରି କରାଯିବ। କିନ୍ତୁ ବିଶ୍ୱକପ୍‌ ପରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ଗସ୍ତ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କୁ ଅନ୍ତରୀଣ କୋଚ୍‌ ଭାବେ ନିଯୁକ୍ତ କରିପାରେ।

ନୂଆ କୋଚ୍‌ଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଅନ୍ତରୀଣ କୋଚ୍‌ ଭାବେ ଡ୍ରାଭିଡ୍‌ ଭାରତୀୟ ଦଳର ଦାୟିତ୍ୱ ନେଇପାରନ୍ତି। ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

କୋଚ୍‌ ପଦ ପାଇଁ ଆମେ ଶ୍ରେଷ୍ଠ ପ୍ରାର୍ଥୀ ଚାହୁଁଛୁ। ଆମେ ସେଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ଚାହୁଁନୁ, ଯେଉଁଥିରେ ଆବେଦନକାରୀଙ୍କ ମଧ୍ୟରେ କୌଣସି ଉପଯୁକ୍ତ ପ୍ରାର୍ଥୀ ହିଁ ନ ଥିବେ। ଏହା ବୋର୍ଡ ଓ ପ୍ରାର୍ଥୀମାନଙ୍କ ପାଇଁ ଲଜ୍ଜାଜନକ ହେବ। ଏଣୁ ଯେଉଁ ପର୍ଯ୍ୟନ୍ତ ଉପଯୁକ୍ତ ପ୍ରାର୍ଥୀ ନ ମିଳିଛନ୍ତି, ସେ ପର୍ଯ୍ୟନ୍ତ ଡ୍ରାଭିଡ୍‌ଙ୍କୁ ଅନ୍ତରୀଣ କୋଚ୍‌ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ଏହି ବିରଳ ରେକର୍ଡ, ଯାହା ଆଜି ବି ରହିଛି ଅତୁଟ

କ୍ରିକେଟରେ ଅନେକ ବଡ ରେକର୍ଡ କରାଯାଇଥିଲା। କିନ୍ତୁ କିଛି ଖେଳାଳିଙ୍କ ଏମିତି ରେକର୍ଡ କରିଛନ୍ତି ଯାହା ଭାଙ୍ଗିବା କଷ୍ଟକର। ଇଂଲଣ୍ଡର ବାମହାତୀ ସ୍ପିନ ବୋଲର ହେଡଲି...

କୋଭିଡ୍‌ ଭ୍ୟାକ୍ସିନ୍‌ ପରେ ଅନ୍ତର୍ଜାତୀୟ ହକି

ଲାଉସାନେ, ୨୧ା୫ (ପି.ଟି.)-କରୋନା ଭାଇରସ୍‌ ମହାମାରୀରୁ ଆରୋଗ୍ୟ ଲାଭ କରିବା ଲାଗି ଭ୍ୟାକ୍ସିିନ୍‌ ବାହାରିବା ପରେ ଯାଇ ଅନ୍ତର୍ଜାତୀୟ ହକି ଆରମ୍ଭ ହୋଇ ପାରେ ବୋଲି...

ଦଳରେ ସାମିଲ ହେବା ପରେ କୋହଲିଙ୍କୁ ନେଇ ଏଭଳି କହିଲେ ଟେଓ୍ବାଟିଆ, ଡ୍ରେସିଂ ରୁମ୍‌ରେ…

ନୂଆଦିଲ୍ଲୀ,୨୧।୨: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ ପାଇଁ ଭାରତର ୧୯ ସଦସ୍ୟ ବିଶିଷ୍ଟ ଟିମ୍‌ର ଘୋଷଣା କରାଯାଇଛି। ଏଥିରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିଛି।...

ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ଭେଟିବ ଓ୍ବେଷ୍ଟଇଣ୍ଡିଜ

ନଟ୍ଟିଂହାମ, ୬।୬- ଚଳିତ ଆଇସିସି ବିଶ୍ୱକପ୍‌ର ୧୦ମ ମ୍ୟାଚ୍‌ରେ ଗୁରୁବାର ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଉଭୟ ଦଳ ବିଶ୍ୱକପ୍‌ରେ...

ହାଇ ସ୍କୋରିଂ ମ୍ୟାଚ୍‌ରେ ବାଜିମାରିଲା ଦିଲ୍ଲୀ

ମୁମ୍ବାଇ,୫।୫: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇ ଦେଇଛି। ଓପନର...

ଏସିଆ କପ୍‌ ବାତିଲ ସପକ୍ଷରେ ନାହିଁ ପାକିସ୍ତାନ

କରାଚୀ, ୧୬ା୪ (ପି.ଟି.)- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏସିଆ କପ୍‌ ବାତିଲ ସପକ୍ଷରେ ନାହିଁ ବୋଲି କହିଛନ୍ତି ଏହାର ଚେୟାରମ୍ୟାନ ଏହେସାନ ମନି। ଆସନ୍ତା...

ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ଧୋନୀଙ୍କ ନିଷ୍ପତ୍ତି

ଶାରଜା, ୨୨।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୩ତମ ସଂସ୍କରଣର ୪ର୍ଥ ମୁକାବିଲାରେ ମଙ୍ଗଳବାର ଗତଥରର ରନର୍ସଅପ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ...

ସେରେନା, ନାଡାଲ, ହାଲେପ ବିଜୟୀ

ଆଡିଲେଡ୍‌, ୩୦ା୧(ଏପି)-ଆଡିଲେଡ ପ୍ରଦର୍ଶନୀ ଟୁର୍ନାମେଣ୍ଟରେ ସେରେନା ଓ୍ବିଲିୟମ୍ସ, ରାଫାଲ ନାଡାଲ ଓ ସିମୋନା ହାଲେପ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆର କୋଭିଡ୍‌ ନିୟମ...

Advertisement
Archives

Model This Week