Posted inଖେଳ

ଡ୍ରାଭିଡ କୋଭିଡ୍‌ ପଜିଟିଭ

ନୂଆଦିଲ୍ଲୀ, ୨୪।୮(ପି.ଟି.): କୋଭିଡ୍‌ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କର ପଜିଟିଭ ଆସିଛି। ଫଳତଃ ଏସିଆ କପ୍‌ରେ ଭାଗନେବାକୁ ଦୁବାଇ ଅଭିମୁଖେ ଗସ୍ତ କରିଥିବା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ସହ ସେ ଯାଇପାରି ନାହାନ୍ତି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ମଙ୍ଗଳବାର ପ୍ରକାଶ କରିଛନ୍ତି। କ୍ରିକେଟ ଏସିଆ କପ୍‌ ଅଗଷ୍ଟ ୨୭ରୁ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ଭାରତ ଅଗଷ୍ଟ ୨୮ରେ ଏହାର ଓପନିଂ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିବ। ଏସିଆ କପ୍‌ ୨୦୨୨ ପାଇଁ ୟୁଏଇ ପ୍ରସ୍ଥାନ ପୂର୍ବରୁ ନିୟମାନୁସାରେ ହୋଇଥିବା କୋଭିଡ୍‌ ଟେଷ୍ଟରେ ଡ୍ରାଭିଡ୍‌ଙ୍କର ପଜିଟିଭ ଆସିଥିଲା। ତାଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି। ବର୍ତ୍ତମାନ ସେ ବିସିସିଆଇ ମେଡିକାଲ ଟିମ୍‌ ତତ୍ତ୍ୱାବଧାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେହ୍ବାଗଙ୍କ କେଶଠାରୁ ମୋ ପାଖରେ ଅଧିକ ଟଙ୍କା ଅଛି

ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଏବଂ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସୀମା ଟପିଛି। ସୋଏବ ବ୍ୟବସାୟ ପାଇଁ...

ୟୁଏନ୍‌- ଡବ୍ଲ୍ୟୁଏଚ୍‌ଓ ଅଭିଯାନରେ ଯୋଗଦେବେ ମୋହନ ବାଗାନ, ଇଷ୍ଟବେଙ୍ଗଲ

ନ୍ୟୁୟର୍କ, ୮।୪(ପି.ଟି.)- କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ଲୋକମାନଙ୍କୁ ଘରେ ରହି ସୁରକ୍ଷିତ ରହିବାକୁ ଆହ୍ବାନ ଦିଆଯାଉଛି। ୟୁନାଇଟେଡ ନେଶନ (ୟୁଏନ୍‌) ବା...

ଆଇପିଏଲ୍‌ ଇତିହାସରେ ସବୁଠୁ ବଡ଼ ରେକର୍ଡ

ମୁମ୍ବାଇ,୧୯।୫: ଆଇପିଏଲର ୬୬ତମ ଲିଗ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓପନର୍‌ କ୍ୱିଣ୍ଟନ ଡି’କକ ଏବଂ କେ.ଏଲ ରାହୁଲ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୨୧୦...

କେନ ଓ୍ବିଲିୟମସନଙ୍କ ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ

ବର୍ମିଂହାମ,୨୦।୬(ପି.ଟି.)- ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଅଧିନାୟକ କେନ ଓ୍ବିଲିୟମସନଙ୍କ ଅପରାଜିତ ଶତକ ବଳରେ ନ୍ୟୁଜିଲାଣ୍ଡ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। କିନ୍ତୁ...

ବିବାହ କରି ମଧ୍ୟ ଏହି ଅଭିନେତ୍ରୀଙ୍କ ପାଇଁ ପାଗଳ ଥିଲେ ଗାଙ୍ଗୁଲି

ଟିମ୍‌ ଇଣ୍ଡିଆରେ ‘ଦାଦା’ ନାମରେ ଜଣାଶୁଣା ପୂର୍ବତନ କ୍ରିକେଟ ଖେଳାଳି ସୌରଭ ଗାଙ୍ଗୁଲି ପଡିଆରେ ଯେତିକି ପ୍ରଭାବୀ, ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ଲୋକପ୍ରିୟ। ଫେବୃୟାରୀ...

ସିରାଜ୍‌ଙ୍କ ଜାଲରେ ଫସିଲେ ଓ୍ବେଡ୍‌, ଲଜ୍ଜାଜନକ ରେକର୍ଡର ହେଲେ ଅଧିକାରୀ

ବ୍ରିସବେନ୍‌,୧୭।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ସିରାଜ...

ଜାତୀୟ କ୍ରୀଡ଼ାରେ କିଟ୍‌ର ୩୦ ପ୍ରତିଯୋଗୀ

ଭୁବନେଶ୍ୱର, ୨୯।୯ (କ୍ରୀଡ଼ା ପ୍ରତିନିଧି): ଜାତୀୟ କ୍ରୀଡ଼ାର ୩୬ତମ ସଂସ୍କରଣ ଗୁରୁବାର ଗୁଜରାଟରେ ଉଦ୍‌ଘାଟିତ ହେବ। ଏହାର ବିଭିନ୍ନ ପ୍ରତିଯୋଗିତାର ମ୍ୟାଚ କିନ୍ତୁ ଗତ ୨୬...

ଇଞ୍ଜିନିୟର ହେବାକୁ ଥିଲା ଇଚ୍ଛା ହେଲେ ବାପା କହିଲେ କ୍ରିକେଟ ଖେଳ, ଏମିତି ଟିମ୍‌ ଇଣ୍ଡିଆକୁ ମିଳିଲା ଷ୍ଟାର ବୋଲର

ନୂଆଦିଲ୍ଲୀ,୭।୧୦: ସ୍କୁଲ ଶେଷ ହେବା ପରେ ମେକାନିକାଲ ଇଞ୍ଜିନିୟରିଂ କରିବା ପାଇଁ କଲେଜରେ ଆଡ୍‌ମିଶନ ନେଇଥିଲେ। କିନ୍ତୁ କ୍ରିକେଟରେ ତାଙ୍କ ମନ ଖୁବ୍‌ ଲାଗୁଥିଲା। ଏହା...

Advertisement
Archives

Model This Week