Posted inଜାତୀୟ

ଜାଣିଶୁଣି ଦୀପେନ୍ଦ୍ରଙ୍କ ଶର୍ଟ ଚିରିଛନ୍ତି ରାହୁଲ, ଭାଜପାର ଅଭିଯୋଗ…

ନୂଆଦିଲ୍ଲୀ, ୬।୮ : ଶୁକ୍ରବାର ଦରଦାମ ବୃଦ୍ଧି, ବେକାରୀ ଏବଂ ଜିଏସଟି ବିରୋଧରେ କଂଗ୍ରେସ ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା। ଏହା ପରେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ନେତାଙ୍କୁ ଗିରଫ କରାଯାଇଥିଲା। ଦଳର ପ୍ରଦର୍ଶନରେ ଅଂଶଗ୍ରହଣ କରିଥିବା ନେତାମାନେ କଳା ପୋଷାକ ପିନ୍ଧିଥିଲେ। ରାହୁଲ ପୋଲିସ ବିରୋଧରେ ଅଭିଯୋଗ ଆଣି କହିଥିଲେ ସେମାନେ କେତେକ ଏମ୍‌ପିଙ୍କ ସହିତ ହାତାହାତି ହୋଇଥିଲେ। ଏହାକୁ ନେଇ ଭାଜପା ପକ୍ଷରୁ ଶନିବାର ରାହୁଲ ଏବଂ ପ୍ରିୟଙ୍କାଙ୍କୁ ନାଟକ ରାଜନୀତି କରିଥିବା ଅଭିଯୋଗ କରାଯାଇଛି।

ଭାଜପା ଆଇଟି ୱିଙ୍ଗ ଦାୟିତ୍ୱରେ ଥିବା ଅମିତ ମାଲବ୍ୟ କଂଗ୍ରେସର ପ୍ରଦର୍ଶନର ଏକ ଫଟୋ ଟୁଇଟର ଶେୟାର କରିଛନ୍ତି। ଯେଉଁଥିରେ ରାହୁଲ ଗାନ୍ଧୀ ଏବଂ ଦୀପେନ୍ଦର ହୁଡ୍ଡା ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହେଉଥିବା ଦେଖିବାକୁ ମିଳିଛି। ମାଲବ୍ୟ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ କଂଗ୍ରେସ ନେତା ରାହୁଲ ତାଙ୍କ ସହକର୍ମୀ ଦୀପେନ୍ଦରଙ୍କ ଶର୍ଟ ଚିରି ଦେଇଛନ୍ତି। ଯାହାଦ୍ୱାରା ଏକ ଭଲ ଫଟୋ ପ୍ରସ୍ତୁତ ହୋଇ ପାରିବ। ମାତ୍ର ସେ ଏଥିପାଇଁ ଦିଲ୍ଲୀ ପୋଲିସକୁ ଦାୟୀ କରିଛନ୍ତି।

ଏହାପୂର୍ବରୁ ଅନ୍ୟ ଏକ ଟୁଇଟରେ ମାଲବ୍ୟ ଦାବି କରିଛନ୍ତି ଯେ ବିରୋଧ ସମୟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଡ୍ୟୁଟିରେ ଥିବା ପୋଲିସଙ୍କରର ହାତ ମୋଡ଼ିବା ସହିତ ତାଙ୍କୁ ଗୋଇଠା ମାରିଥିଲେ। ସେପଟେ କଂଗ୍ରେସର ବିରୋଧ ପ୍ରଦର୍ଶନକୁ ନେଇ ଦିଲ୍ଲୀ ପୋଲିସ ତୁଗଲକ ରୋଡ ପୋଲିସ ଷ୍ଟେଶନରେ ମାମଲା ରୁଜୁ କରିଛି। ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ନୂଆଦିଲ୍ଲୀ ଡେପୁଟି କମିଶନର ଅଫ ପୋଲିସ ଅମୃତା ଗୁଗୁଲୋଥ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୧୮୬ (ସରକାରୀ କର୍ମଚାରୀଙ୍କୁ ସରକାରୀ କାର୍ଯ୍ୟରୁ ନିବୃତ୍ତ କରିବା), ୧୮୮ (ସରକାରୀ କର୍ମଚାରୀଙ୍କ ଆଦେଶକୁ ଅବମାନନା), ୩୩୨ (ସରକାରୀ କର୍ମଚାରୀ ତାଙ୍କ କାର୍ଯ୍ୟ କରିବାରୁ ରୋକିବା) ଏବଂ ଧାରା ୩୪ (ଉଦ୍ଦେଶ୍ୟମୂଳକ ଭାବେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ନୂଆଦିଲ୍ଲୀ ଜିଲାରେ ନିଷେଧାଦେଶ ଲାଗୁ ହୋଇଥିବାରୁ ଜାତୀୟ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ କଂଗ୍ରେସକୁ ଅନୁମତି ଦେବାକୁ ଦିଲ୍ଲୀ ପୋଲିସ ମନା କରିଦେଇଥିଲା। ଶୁକ୍ରବାର ଦିଲ୍ଲୀର ଲୁଟିୟନ୍ସରୁ ୬୫ ଏମ୍‌ପିଙ୍କ ସମେତ ୩୦୦ ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ପୋଲିସ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?