Posted inଜାତୀୟ

କେନ୍ଦ୍ରୀୟ ଯୋଜନାର ଅର୍ଥ ହେରଫେର କରୁଛନ୍ତି ମମତା ସରକାର…

ନୂଆଦିଲ୍ଲୀ, ୬।୮ : ପଶ୍ଚିମବଙ୍ଗର ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟ ଯୋଜନା ଅନ୍ତର୍ଗତ ଗ୍ରହଣ କରାଯାଇଥିବା ଅର୍ଥର ଅପବ୍ୟବହାର ଏବଂ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି। ସେ ଶନିବାର ଟୁଇଟ କରି କହିଛନ୍ତି, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଯୋଜନା ପାଇଁ ଆବଣ୍ଟିତ ଅର୍ଥର ଅପବ୍ୟବହାର କରିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ଏକ ଟ୍ରେଡ ମାର୍କ ପାଲଟିଛି।

ରାଜ୍ୟରେ ଘଟୁଥିବା ଏହି ବଡ ଦୁର୍ନୀତି ପ୍ରତି ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ବାବଦରେ ଏକ ଚିଠି ଲେଖିଛି ବୋଲି ସେ କହିଛନ୍ତି। ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାର ଅମ୍ଫନ ଏବଂ ୟାସ ଭଳି ପ୍ରାକୃତିକ ବିପର୍ଯ୍ୟୟ, କୋଭିଡ ମହାମାରୀ ଭଳି ସ୍ବାସ୍ଥ୍ୟ ବିପର୍ଯ୍ୟୟରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ରାଜ୍ୟକୁ ଆସିଥିବା ସହାୟତାକୁ ହଡ଼ପ କରିଛନ୍ତି।

ଭାଜପା ନେତା ଶୁଭେନ୍ଦୁ କହିଛନ୍ତି ଯେ ବର୍ତ୍ତମାନର ପଶ୍ଚିମବଙ୍ଗ ସରକାର ମନେରଗା ଟଙ୍କାର ହରଫେର କରିଛନ୍ତି। ଅର୍ଥର ଅପବ୍ୟବହାର କରିବା ଲାଗି ଚାରା ରୋପଣ ଭଳି ଏକ ନୂତନ ଉପାୟ ଆପଣାଯାଇଛି। ରାଜ୍ୟ ସରକାର ସୁନ୍ଦରୀଗଛ ଚାରା ଅବା ଫଳ ଗଛ ଚାରା ଲଗାଇବା ନାମରେ କେନ୍ଦ୍ରୀୟ ଯୋଜନାର ପାଣ୍ଠିରୁ କୋଟି କୋଟି ଟଙ୍କା ଠକେଇ କରୁଛନ୍ତି। ଯାଞ୍ଚ ସମୟରେ ଅଧିକାରୀମାନେ କହିଛନ୍ତି ଯେ ବାତ୍ୟାରେ ଚାରାଗୁଡ଼ିକ ନଷ୍ଟ ହୋଇ ଯାଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ ରାଜ୍ୟରେ ଯୋଜନାବଦ୍ଧ ଭାବେ କେନ୍ଦ୍ରୀୟ ଯୋଜନାଗୁଡ଼ିକର ମୂଳ ନାମ ପରିବର୍ତ୍ତନ କରାଯାଇଛି। କେନ୍ଦ୍ରୀୟ ଯୋଜନା ପାଇଁ ରାଜ୍ୟର ତୃଣମୂଳ ସରକାର ତାଙ୍କର ନାମ ବ୍ୟବହାର କରୁଛନ୍ତି। ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାକୁ ଗ୍ରାମୀଣ ସଡ଼କ ଯୋଜନା ଭାବରେ ନାମିତ କରାଯାଇଛି। କୋଭିଡ ମହାମାରୀ ଲଢ଼େଇ ସମୟରେ ଯନ୍ତ୍ରପାତି କ୍ରୟରେ ପ୍ରାୟ ୨୦୦୦ କୋଟି ଟଙ୍କା ଠକେଇ ହୋଇଛି।

ତାହାର ସଠିକ ଅନୁସନ୍ଧାନ ହେବା ଉଚିତ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ପଶ୍ଚିମବଙ୍ଗରେ ବିଭିନ୍ନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ବିଶେଷ କରି ମନରେଗା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଏବଂ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଇତ୍ୟାଦିରେ ବହୁ ଦୁର୍ନୀତିର ପ୍ରର୍ଦ୍ଦାଫାଶ୍‌ ପ୍ରକାଶ ପାଉଛି। ଏହା ଏକ ଜଣାଶୁଣା ସତ୍ୟ ଯେ, ମନରେଗା ଅଧୀନରେ ହୋଇଥିବା କାର୍ଯ୍ୟଗୁଡ଼ିକୁ କାର୍ଯ୍ୟକାରୀ ନକରି ମିଥ୍ୟା ଦେୟ ପ୍ରମାଣପତ୍ର ପଠାଯାଇଥିଲା। କୋଟି କୋଟି ଟଙ୍କା ଠକିବା ପାଇଁ ମନରେଗା ପାଣ୍ଠି ଅପବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାଲର୍‌ଡ ହେଲ୍‌ଥ ଆସେମ୍ବ୍ଲି ମୁଖ୍ୟ କମିଟିର ଅଧ୍ୟକ୍ଷ ହେଲେ ରାଜେଶ ଭୂଷଣ

ନୂଆଦିଲ୍ଲୀ,୨୫।୫:କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ୭୫ତମ ଓ୍ବାଲର୍‌ଡ ହେଲ୍‌ଥ ଆସେମ୍ବ୍ଲି ମୁଖ୍ୟ କମିଟିର ଅଧ୍ୟକ୍ଷ ଭାବେ ବଛାଯାଇଛି। ବୈଶ୍ୱିକ ସ୍ବାସ୍ଥ୍ୟ ସଦସ୍ୟଙ୍କ ସହ ପ୍ରସାଶନିକ...

ଭାଜପାରେ ଯୋଗଦେବା ପରେ ଏମିତି କହିଲେ ଅଭିନେତା ମିଥୁନ

କୋଲକାତା,୭।୩ : ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଛନ୍ତି ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। କୁର୍ତ୍ତା, କ୍ୟାପ ଓ ସନ ଗ୍ଲାସ...

ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କରିବ ତାଲିବାନ

ନୂଆଦିଲ୍ଲୀ,୭।୧୦: ଆଫଗାନିସ୍ତାନ ବନ୍ଧୁତ୍ୱର ପୁନଃ ସ୍ଥାପନ ପାଇଁ ନିଯୁକ୍ତ ଆମେରିକାର ବିଶେଷ ପ୍ରତିନିଧି ଜାଲମେ ଖଲିଲଜାଦ ଓ ତାଲିବାନ ମଧ୍ୟରେ ଇସଲାମାବାଦରେ ହୋଇଥିବା କଥାବାର୍ତ୍ତାର ପରିଣାମ...

ବରଫ ଚାଦରରେ ଆଚ୍ଛାଦିତ ହେଲା ବଦ୍ରୀନାଥ

ଡେରାଡୁନ,୨୭।୧୨: ଉତ୍ତର ଭାରତରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିଲ୍ଲୀରେ ତାପମାତ୍ରା ୪.୨ ଡିଗ୍ରୀ ଥିବା ବେଳେ ଉତ୍ତର ଭାରତରେ ଏହା ମାଇନସ...

୩ ଥର ଲ୍ୟାଣ୍ଡିଂ ଫେଲ୍‌: ମଝି ଆକାଶରେ ଭୟରେ କାନ୍ଦିଲେ ଯାତ୍ରୀ

ଜୈସଲମେର,୨୧।୩: ଅହମଦାବାଦାରୁ ଜୈସଲମେର ଆସିଥିବା ସ୍ପାଇସ୍‌ ଜେଟ୍‌ର ଏସ୍‌ଜି-୩୦୧୨ ବିମାନରେ ଲ୍ୟାଣ୍ଡିଂ ନ କରିପାରି ଦୀର୍ଘ ଘଣ୍ଟାଏ କାଳ ଆକାଶରେ ଘୂରି ବୁଲିିଛି। ଶନିବାର ମଧ୍ୟାହ୍ନରେ...

ଜୁନ୍‌ ୨୮ରୁ ଅମରନାଥ ଯାତ୍ରା

ଶ୍ରୀନଗର,୧୩।୩: ଅମରନାଥ ଯାତ୍ରାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ୨୮ ଜୁନ୍‌ରୁ ଏହି ଯାତ୍ରା ଆରମ୍ଭ ହୋଇ ଶ୍ରାବଣ ମାସ ପୂର୍ଣ୍ଣିମାରେ ଶେଷ ହେବ।...

ଦୀପିକାଙ୍କୁ ସମ୍ମାନୀତ କରିବେ କମଳ ନାଥ ସରକାର

ଭୋପାଳ,୧୧।୧: ମଧ୍ୟପ୍ରଦେଶ ସରକାର ବଲିଉଡ୍‌ ମୁଭି ‘ଛପାକ’କୁ ଟ୍ୟାକ୍ସ ଫ୍ରି କରିବା ପରେ ଏବେ ଏହାର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମ୍ମାନୀତ କରିବେ ବୋଲି କହିଛନ୍ତି।...

ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ଆଲୋଚନା

ଭ୍ଲାଡିଭୋଷ୍ଟକ୍‌,୫।୯: ଭାରତରୁ ପଳାୟନ କରିଥିବା ଜାକିର୍‌ ନାଇକଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଲେସିଆ ପ୍ରତିପକ୍ଷ ମହାତିର୍‌ ବିନ୍‌ ମହମ୍ମଦଙ୍କ ସହିତ ଆଲୋଚନା...

Advertisement
Archives

Model This Week