Posted inଜାତୀୟ

ଟାଟୁକୁ ସାବଧାନ, ବ୍ୟାପୁଛି ଏଚ୍‌ଆଇଭି…

ବାରାଣସୀ, ୬।୮ : ବାରାଣସୀରେ ଟାଟୁ ତିଆରି କରିବା ପ୍ରକ୍ରିୟାରେ ଏଚ୍‌ଆଇଭି ବ୍ୟାପିବାରେ ଲାଗିଛି। ଏନେଇ ବାରାଣସୀର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲର ଆଣ୍ଟିରେଟ୍ରୋଭାଇରାଲ ଚିକିତ୍ସାର ଡାକ୍ତର ପ୍ରୀତି ଅଗ୍ରୱାଲଙ୍କ ଅନୁଯାୟୀ, ନିକଟରେ ଏଭଳି ଅନେକ ମାମଲା ରୁଜୁ ହୋଇଛି ଯେଉଁଥିରେ ବ୍ୟକ୍ତି ବିଶେଷ ଏଚ୍‌ଆଇଭି ପଜିଟିଭ ହୋଇଛନ୍ତି। କିନ୍ତୁ ଏଚ୍‌ଆଇଭି ପଜିଟିଭ ହେବାର ଚାରୋଟି ମୁଖ୍ୟ କାରଣ ମଧ୍ୟରୁ କୌଣସି ଦ୍ୱାରା ସେମାନେ ସଂକ୍ରମିତ ହୋଇଥିବା ବିବେଚନା କରାଯାଇ ପାରି ନ ଥିଲା। ଅନୁସନ୍ଧାନ ପରେ ଜଣାପଡ଼ିଥିଲା ଆକ୍ରାନ୍ତମାନେ ଟାଟୁ କରିଥିଲେ। ଏହା ପରେ ସେମାନଙ୍କର ସ୍ବାସ୍ଥ୍ୟରେ ଅବନତି ହେବାର ଦେଖାଯାଇଥିଲା। ଗ୍ରାମ ମେଳାରେ ଅନେକ ଲୋକ ଟାଟୁ କରିଥିଲେ। ସମାନ ଛୁଞ୍ଚି ବ୍ୟବହାର ଯୋଗୁ ଏପରି ହୋଇଥିବା ଆଶଙ୍କା କରାଯାଉଛି। ଏହା ଉପରେ ଅଧିକ ଅନୁସନ୍ଧାନ ଚାଲିଛି।

ସାମ୍ନାକୁ ଆସିଥିବା ମାମଲାରେ ବାରାଣସୀର ବାରାଗାଓଁର ଜଣେ ୨୦ ବର୍ଷ ବୟସ୍କ ଯୁବକ, ବାରାଣସୀର ନାଗମା ସହରର ୨୫ ବର୍ଷୀୟା ଯୁବତୀଙ୍କ ସହିତ ପ୍ରାୟ ୧୨ ଜଣ ଲୋକ ଏଭଳି ଥିଲେ, ଯେଉଁମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠାଠୁ କରିବା ପରେ ଖରାପ ହେବାକୁ ଲାଗିଥିଲା। ଜ୍ୱର ହେଉଥିଲା। ଲୋକେ ଏହାକୁ ଭାଇରାଲ, ଟାଇଫଏଡ ଅବା ମ୍ୟାଲେରିଆ ବୋଲି ଭାବି ସମସ୍ତ ପରୀକ୍ଷା କରିଥିଲେ।

ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏଚଆଇଭି ପରୀକ୍ଷା କରାଯାଇଥିଲା। ସେମାନଙ୍କର କାହାରି ସହିତ ଶାରୀରିକ ସମ୍ପର୍କ ନଥିଲା। ସେମାନେ ରକ୍ତଦାନ କରି ନଥିଲେ ଅବା ରକ୍ତ ନେଇ ନଥିଲେ। କିନ୍ତୁ କାଉନସେଲିଂ ଉପରେ, ଏହି ସମସ୍ତ ରୋଗୀଙ୍କ ମଧ୍ୟରେ ଗୋଟିଏ ତଥ୍ୟ ସାଧାରଣ ଭାବରେ ଦେଖିବାକୁ ମିଳିଥିଲା ଯେ ନିକଟରେ ସମସ୍ତେ ଟାଟୁ କରିଥିଲେ। ଡକ୍ଟର ପ୍ରୀତି ଅଗ୍ରୱାଲ କହିଛନ୍ତି ଯେ ଟାଟୁ ଛୁଞ୍ଚି ସାତରୁ ଆଠ ଶହ ଟଙ୍କା ମହଙ୍ଗା, ତେଣୁ ଲୋକମାନେ ଶସ୍ତାରେ ସମାନ ଛୁଞ୍ଚିରେ ଟାଟୁ କରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?