Posted inଜାତୀୟ

ରାହୁଲ ହୋଇ ପାରିବେ ପ୍ରଧାନମନ୍ତ୍ରୀ,ପିକେଙ୍କ କଥା ବଦଳିଲା…

ନୂଆଦିଲ୍ଲୀ, ୧୬।୧୨: ଦେଶର ପ୍ରାୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସହ କାମ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାଇଁ କାର୍ଯ୍ୟ କରୁଥିବା ପ୍ରଶାନ୍ତ କିଶୋର ଏକ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଛନ୍ତି ।

ତେବେ କଂଗ୍ରେସକୁ ଲଗାତାର ଟାର୍ଗେଟ୍‌ କରୁଥିବା ପିକେଙକ୍କ କଥା ଏବେ ଦଳିଯାଇଛି। ସେ କହିଛନ୍ତି ଯେ, କଂଗ୍ରେସ ବିନା ଦୃଢ଼ ବିରୋଧର ସମ୍ଭାବନା କମ। ଏକ ପ୍ରଶ୍ନର ଉତ୍ତରରେ ପିକେ ଏହା ମଧ୍ୟ କହିଛନ୍ତି ଯେ ୨୦୧୭ ତୁଳନାରେ ୨୦୨୨ ମସିହାରେ ଭାଜପା ଉତ୍ତରପ୍ରଦେଶରେ ଅଧିକ ଆସନ ଆଣିପାରେ।

ଟାଇମ୍ସ ନାଓ’ର ଫ୍ରାଙ୍କଲି ସ୍ପିକିଙ୍ଗ ଶୋ’ର ରାପିଡ୍‌ ଫାୟାର ରାଉଣ୍ଡରେ ପ୍ରଶାନ୍ତ କିଶୋରଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା, ଯାହା ସେ ନିଜ ଅନୁଯାୟୀ ଉତ୍ତର ଦେଇଥିଲେ। ଏହି ସମୟରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ କେଉଁ ନେତା ଯାହାଙ୍କ ସହ ସେ ପୁଣି କାମ କରିବାକୁ ଚାହୁଁଛନ୍ତି, ସେତେବେଳେ ସେ ନୀତୀଶ କୁମାରଙ୍କ ନାମ ନେଇଥିଲେ। ସେହିପରି ତାଙ୍କୁ ପଚରାଗଲା ଯେ ନୀତୀଶଙ୍କ ସହ ତାଙ୍କର କଥାବାର୍ତ୍ତା ଅଛି କି ନାହିଁ, ସେତେବେଳେ ତାଙ୍କର ଉତ୍ତର ଥିଲା, ତାଙ୍କ ସହିତ ବାର୍ତ୍ତାଳାପ ମୋର ପ୍ରାୟ ହୋଇଥାଏ।

ଏହା ବ୍ୟତୀତ ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ପଚରାଯାଇଥିଲା ଯେ ସେ କେଉଁ ନେତାଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ। ଏହି ପ୍ରଶ୍ନ ପାଇଁ ତାଙ୍କୁ ରାହୁଲ ଗାନ୍ଧୀ, ଅମରିନ୍ଦର ସିଂ, ନୀତୀଶ କୁମାର ଏବଂ ମମତା ବାନାର୍ଜୀଙ୍କ ନାମ ମଧ୍ୟରେ ଚୟନ କରିବାର ଥିଲା। ଉତ୍ତରରେ ପ୍ରଶାନ୍ତ କିଶୋର ଅମରିନ୍ଦର ସିଂଙ୍କ ନାମ ନେଇଥିଲେ।

ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇପାରିବେ କି ନାହିଁ ପ୍ରଶ୍ନ ଉପରେ କିଶୋର ଉତ୍ତର ଦେଇଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ହୋଇପାରିବେ।

ଏଥିସହ ସେ କହିଛନ୍ତି ଯେ ଗାନ୍ଧୀ ପରିବାର ବିନା କଂଗ୍ରେସ ଦଳ ଚାଲିପାରିବ। ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ପଚରାଯାଇଥିଲା ଯେ ଗାନ୍ଧୀ ପରିବାର ଜଣେ ଅଣ-ଗାନ୍ଧୀ ନେତାଙ୍କ ନେତୃତ୍ୱରେ କଂଗ୍ରେସକୁ ଚାଲିବାକୁ ଅନୁମତି ଦେବେ କି ନାହିଁ। ସେ ଏହାର ଉତ୍ତର ହଁରେ ଦେଇଥିଲେ। ଏଥିସହ ସେ ତାଙ୍କ ଉତ୍ତରରେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କଂଗ୍ରେସର ବାକି ନେତାମାନେ ଚାହାଁନ୍ତି ତେବେ ଏହା ହୋଇପାରେ।

ଏଥି ସହ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ କଂଗ୍ରେସର ମୁଖ୍ୟ ଭାବରେ ଚୟନ କରିବା ପ୍ରଶ୍ନରେ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଏହାର ନେତା ଭାବରେ କଂଗ୍ରେସ ବାଛିଛି। ତେବେ ଶେଷରେ ଯେତେବେଳେ କିଶୋରଙ୍କୁ ପଚରାଯାଇଥିଲା ଯେ ସେ ଭବିଷ୍ୟତରେ କେଉଁ ରାଜନୈତିକ ଦଳରେ ଯୋଗ ଦେଇ ପାରିବେ। ସେ ମଜାଳିଆ ଢ଼ଙ୍ଗରେ କହିଛନ୍ତି ଯେ କୌଣସି ଦଳକୁ ଯିବା ଜରୁରୀ ନୁହେଁ, ସେ ମଧ୍ୟ ନିଜ ଦଳ ଆରମ୍ଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?