Posted inଜାତୀୟ

ରାହୁଲ ହୋଇ ପାରିବେ ପ୍ରଧାନମନ୍ତ୍ରୀ,ପିକେଙ୍କ କଥା ବଦଳିଲା…

ନୂଆଦିଲ୍ଲୀ, ୧୬।୧୨: ଦେଶର ପ୍ରାୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସହ କାମ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାଇଁ କାର୍ଯ୍ୟ କରୁଥିବା ପ୍ରଶାନ୍ତ କିଶୋର ଏକ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଛନ୍ତି ।

ତେବେ କଂଗ୍ରେସକୁ ଲଗାତାର ଟାର୍ଗେଟ୍‌ କରୁଥିବା ପିକେଙକ୍କ କଥା ଏବେ ଦଳିଯାଇଛି। ସେ କହିଛନ୍ତି ଯେ, କଂଗ୍ରେସ ବିନା ଦୃଢ଼ ବିରୋଧର ସମ୍ଭାବନା କମ। ଏକ ପ୍ରଶ୍ନର ଉତ୍ତରରେ ପିକେ ଏହା ମଧ୍ୟ କହିଛନ୍ତି ଯେ ୨୦୧୭ ତୁଳନାରେ ୨୦୨୨ ମସିହାରେ ଭାଜପା ଉତ୍ତରପ୍ରଦେଶରେ ଅଧିକ ଆସନ ଆଣିପାରେ।

ଟାଇମ୍ସ ନାଓ’ର ଫ୍ରାଙ୍କଲି ସ୍ପିକିଙ୍ଗ ଶୋ’ର ରାପିଡ୍‌ ଫାୟାର ରାଉଣ୍ଡରେ ପ୍ରଶାନ୍ତ କିଶୋରଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା, ଯାହା ସେ ନିଜ ଅନୁଯାୟୀ ଉତ୍ତର ଦେଇଥିଲେ। ଏହି ସମୟରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ କେଉଁ ନେତା ଯାହାଙ୍କ ସହ ସେ ପୁଣି କାମ କରିବାକୁ ଚାହୁଁଛନ୍ତି, ସେତେବେଳେ ସେ ନୀତୀଶ କୁମାରଙ୍କ ନାମ ନେଇଥିଲେ। ସେହିପରି ତାଙ୍କୁ ପଚରାଗଲା ଯେ ନୀତୀଶଙ୍କ ସହ ତାଙ୍କର କଥାବାର୍ତ୍ତା ଅଛି କି ନାହିଁ, ସେତେବେଳେ ତାଙ୍କର ଉତ୍ତର ଥିଲା, ତାଙ୍କ ସହିତ ବାର୍ତ୍ତାଳାପ ମୋର ପ୍ରାୟ ହୋଇଥାଏ।

ଏହା ବ୍ୟତୀତ ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ପଚରାଯାଇଥିଲା ଯେ ସେ କେଉଁ ନେତାଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ। ଏହି ପ୍ରଶ୍ନ ପାଇଁ ତାଙ୍କୁ ରାହୁଲ ଗାନ୍ଧୀ, ଅମରିନ୍ଦର ସିଂ, ନୀତୀଶ କୁମାର ଏବଂ ମମତା ବାନାର୍ଜୀଙ୍କ ନାମ ମଧ୍ୟରେ ଚୟନ କରିବାର ଥିଲା। ଉତ୍ତରରେ ପ୍ରଶାନ୍ତ କିଶୋର ଅମରିନ୍ଦର ସିଂଙ୍କ ନାମ ନେଇଥିଲେ।

ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇପାରିବେ କି ନାହିଁ ପ୍ରଶ୍ନ ଉପରେ କିଶୋର ଉତ୍ତର ଦେଇଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ହୋଇପାରିବେ।

ଏଥିସହ ସେ କହିଛନ୍ତି ଯେ ଗାନ୍ଧୀ ପରିବାର ବିନା କଂଗ୍ରେସ ଦଳ ଚାଲିପାରିବ। ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ପଚରାଯାଇଥିଲା ଯେ ଗାନ୍ଧୀ ପରିବାର ଜଣେ ଅଣ-ଗାନ୍ଧୀ ନେତାଙ୍କ ନେତୃତ୍ୱରେ କଂଗ୍ରେସକୁ ଚାଲିବାକୁ ଅନୁମତି ଦେବେ କି ନାହିଁ। ସେ ଏହାର ଉତ୍ତର ହଁରେ ଦେଇଥିଲେ। ଏଥିସହ ସେ ତାଙ୍କ ଉତ୍ତରରେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କଂଗ୍ରେସର ବାକି ନେତାମାନେ ଚାହାଁନ୍ତି ତେବେ ଏହା ହୋଇପାରେ।

ଏଥି ସହ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ କଂଗ୍ରେସର ମୁଖ୍ୟ ଭାବରେ ଚୟନ କରିବା ପ୍ରଶ୍ନରେ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଏହାର ନେତା ଭାବରେ କଂଗ୍ରେସ ବାଛିଛି। ତେବେ ଶେଷରେ ଯେତେବେଳେ କିଶୋରଙ୍କୁ ପଚରାଯାଇଥିଲା ଯେ ସେ ଭବିଷ୍ୟତରେ କେଉଁ ରାଜନୈତିକ ଦଳରେ ଯୋଗ ଦେଇ ପାରିବେ। ସେ ମଜାଳିଆ ଢ଼ଙ୍ଗରେ କହିଛନ୍ତି ଯେ କୌଣସି ଦଳକୁ ଯିବା ଜରୁରୀ ନୁହେଁ, ସେ ମଧ୍ୟ ନିଜ ଦଳ ଆରମ୍ଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri