Posted inଖେଳ

ଆଜି ପ୍ରେମିକାଙ୍କ ହାତ ଧରିବେ ଚହର

ନୂଆଦିଲ୍ଲୀ,୯।୩: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ଯୁବ ଭାରତୀୟ କ୍ରିକେଟର ରାହୁଲ ଚହର। ଗୋଆରେ ପ୍ରେମିକା ତଥା ଫ୍ୟାଶନ ଡିଜାଇନର୍‌ ଈଶାନିଙ୍କ ହାତ ଧରିବେ ସେ। ବିବାହ ପୂର୍ବରୁ ରାହୁଲଙ୍କ ହଳଦୀ ଉତ୍ସବର ଫଟୋ ଭାଇରାଲ ହେବାରେ ଲାଗିଛି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫଟୋ ଶେୟାର କରିଛନ୍ତି।

୨୨ ବର୍ଷୀୟ ଏହି କ୍ରିକେଟର ୨୦୧୯ରେ ନିର୍ବନ୍ଧ କରିଥିଲେ। ହେଲେ କରୋନାକୁ ନେଇ କଟକଣା ଲାଗିଥିବାରୁ ସେ ବିବାହକୁ ସ୍ଥଗିତ ରଖିଥିଲେ। ଆଜି ସେମାନେ ବିବାହ କରିବା ପରେ ମାର୍ଚ୍ଚ ୧୨ରେ ଭୋଜି ଦେବେ।

ଏଯାଏ ରାହୁଲ ଭାରତ ପାଇଁ ୬ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ସେ ୭ ଉଇକେଟ ନେଇଛନ୍ତି। ଏହାଛଡ଼ା ସେ ଗୋଟିଏ ଦିନିକିଆ ଖେଳିଛନ୍ତି। ସେଥିରେ ତାଙ୍କୁ ୩ ଉଇକେଟ ମିଳିଛି।

୨୦୧୭ରେ ସେ ଆଇପିଏଲ୍‌ରେ ଡେବ୍ୟୁ କରିଥିଲେ। ପ୍ରଥମେ ରାଇଜିଂ ପୁଣେ ସୁପରଜିଆଣ୍ଟ୍ସ ପକ୍ଷରୁ ଖେଳିଥିବା ବେଳେ ପରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା। ଆଗାମୀ ୨୦୨୨ ଆଇପିଏଲ୍‌ ଲାଗି ତାଙ୍କୁ ପଞ୍ଜାବ କିଙ୍ଗ୍ସ ଟିମ୍‌ ୫.୨୫ କୋଟି ଟଙ୍କାରେ କିଣିଛି। ଆଇପିଏଲରେ ରାହୁଲ ୪୨ ମ୍ୟାଚ୍‌ ଖେଳିଥିବା ବେଳେ ୪୩ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଏଜ୍‌ଗ୍ରୁପ ସୁଇମିଂ ଚାମ୍ପିୟନଶିପ୍‌: ୧୫ ସ୍ବର୍ଣ୍ଣ ସହ ଭାରତକୁ ୫୨ ପଦକ

ବେଙ୍ଗାଲୁରୁ, ୨୮।୯- ଏଠାରେ ଶୁକ୍ରବାର ଶେଷ ହୋଇଥିବା ୧୦ମ ଏସିଆନ ଏଜ୍‌ଗ୍ରୁପ ସୁଇମିଂ ଚାମ୍ପିୟନଶିପ୍‌ରେ ଭାରତ ମୋଟ ୫୨ ପଦକ ସହ ପଦକ ତାଲିକାର ୪ର୍ଥ...

ଆଇସୋଲେଶନରୁ ମୁକ୍ତ ହେଲା ପାକିସ୍ତାନ ଦଳ

ଓ୍ବେଲିଂଟନ,୯।୧୨(ଏପି): ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ପାକିସ୍ତାନ କ୍ରିକେଟ ଦଳକୁ ଆଇସୋଲେଶନରୁ ମୁକ୍ତ କରାଯାଇଛି। ଫଳରେ ପାକିସ୍ତାନ ଖେଳାଳିମାନେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ଓ ଟେଷ୍ଟ...

ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ: ସୌରଭ ଗାଙ୍ଗୁଲି

ମୁମ୍ବାଇ, ୨୬।୮: ମହେନ୍ଦ୍ର ସିଂ ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ ବୋଲି ଭାରୀୟ ଦଳର ପୂର୍ବତନ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି।...

ଟ୍ରାକ୍‌କୁ ଫେରିବ ଫର୍ମୁଲା ଓ୍ବାନ୍‌ ରେସ୍‌

ପ୍ୟାରିସ, ୩|୬ (ଏପି)- କରୋନା ଭାଇରସ୍‌ ଯୋଗୁ ସ୍ଥଗିତ ରହିଥିବା ଫର୍ମୁଲା ଓ୍ବାନ୍‌ ରେସ୍‌ ପୁଣି ଆରମ୍ଭ ହେବାକୁ ଯାଉଛି। ଜୁଲାଇ ମାସରେ ପଛକୁ ପଛ...

କୋହଲି, ରାଇନାଙ୍କ ପରେ ଆଇପିଏଲ୍‌ରେ ୫ ହଜାର ରନ୍‌ ପୂରଣ କଲେ ରୋହିତ୍‌

ଆବୁଧାବି, ୧।୧୦: ଆଇପିଏଲ୍‌-୧୩ତମ ସିଜନର ୧୩ତମ ମ୍ୟାଚ୍‌ରେ ଗୁରୁବାର ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ...

ଛକା ବର୍ଷା କଲେ ଧୋନୀ

ଚେନ୍ନାଇ,୧।୨: ଆଇପିଏଲ୍‌ ୨୦୨୩ ଚଳିତ ବର୍ଷ ମାର୍ଚ୍ଚ ଶେଷରେ କିମ୍ବା ଏପ୍ରିଲ ଆରମ୍ଭରେ ଆରମ୍ଭ ହୋଇପାରେ। ଦୁନିଆର ସବୁଠୁ ବଡ କ୍ରିକେଟ ଲିଗ ଆରମ୍ଭ ପାଇଁ...

ରଣଜୀ ଫାଇନାଲ ମଝିରେ ଅମ୍ପାୟର ବଦଳିଲେ

ରାଜକୋଟ,୧୨।୩-  ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ଫାଇନାଲ ଅବସରରେ ଅମ୍ପାୟର ପରିବର୍ତ୍ତନ ହୋଇଛନ୍ତି। ପ୍ରଥମ ଦିବସ ଖେଳ ଅବସରରେ...

ହୋଲି ଅବସରରେ ଶୁଭେଚ୍ଛା ଜଣାଇଲେ କୋହଲି, ସଚିନ

ନୂଆଦିଲ୍ଲୀ,୧୦।୩- ଭାରତୀୟ କ୍ରିକେଟ ଜଗତ ମଙ୍ଗଳବାର ହୋଲି ଅବସରରେ ଫ୍ୟାନମାନଙ୍କୁ ଶୁଭେଚ୍ଛା ଜଣାଇଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଟୁଇଟ୍‌ କରିଛନ୍ତି। ସୁରକ୍ଷିତ ଭାବେ ହୋଲି...

Advertisement
Archives

Model This Week