Posted inଜାତୀୟ

ରାହୁଲ ପ୍ରଧାନମନ୍ତ୍ରୀ ହେବାକୁ ସକ୍ଷମ: ସଞ୍ଜୟ ରାଉତ…

ମୁମ୍ବାଇ,୨୨।୧ : ଶିବସେନା ନେତା ସଞ୍ଜୟ ରାଉତ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ସକ୍ଷମ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗଣତନ୍ତ୍ର ବିଷୟରେ ଏହା ହେଉଛି ଏକ ବିଶେଷ କଥା ଯଦି ଜନସାଧାରଣ ଚାହାଁନ୍ତି, ତେବେ ସେମାନେ କାହାକୁ ମଧ୍ୟ ପ୍ରଧାନମନ୍ତ୍ରୀ କରିପାରିବେ। କଂଗ୍ରେସ ଭଳି ଏକ ପୁରୁଣା ଦଳ ବିନା କୌଣସି ତୃତୀୟ ଫ୍ରଣ୍ଟ ସଫଳ ହେବ ନାହିଁ । ରାହୁଲଙ୍କ ଭାରତ ଯୋଡୋ ଯାତ୍ରା କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଘୃଣା ଓ ଭୟ ଦୂର କରିବ ଏବଂ ବିରୋଧୀ ଦଳଗୁଡ଼ିକୁ କଂଗ୍ରେସ ଦଳର ପତାକା ତଳେ ଏକଜୁଟ କରିବ।

ସଞ୍ଜୟ କହିଛନ୍ତି ରାଜନୈତିକ ଏବଂ ଆଦର୍ଶଗତ ପାର୍ଥକ୍ୟ ବ୍ୟତୀତ ରାହୁଲ ତାଙ୍କର ନେତୃତ୍ୱ ଗୁଣ ଦେଖାଇବେ ଏବଂ ୨୦୨୪ସାଧାରଣ ନିର୍ବାଚନରେ ଶାସକ ଭାଜପା ପାଇଁ ଏହା ଏକ ବଡ଼ ଆହ୍ବାନ ସୃଷ୍ଟି ହେବ। ସେ ଏକ ଚମତ୍କାର କରିବେ। ବର୍ଷା ସମୟରେ ମଧ୍ୟ ରାହୁଲ ହାଟଲି ମୋଡ୍‌ ଏବଂ ଚାନ୍ଦୱାଲ ମଧ୍ୟରେ ପ୍ରାୟ ୧୩ କିଲୋମିଟର ପଦଯାତ୍ରା କରିଥିଲେ। ତାଙ୍କ ବିଷୟରେ ଭାଜପା ଭୁଲ ଧାରଣା ପ୍ରଚାର କରିଛି, କିନ୍ତୁ ଏହି ଗସ୍ତ ତାଙ୍କ ବିଷୟରେ ସମସ୍ତ ମିଥ୍ୟାକୁ ଖଣ୍ଡନ କରିଛି। ସମସ୍ତେ କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ୩୫୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିପାରିବେ ନାହିଁ। ଏଥିପାଇଁ ଦେଶ ଲାଗି ନିଷ୍ଠା ଏବଂ ପ୍ରେମର ଆବଶ୍ୟକତା ରହିଛି। ସେ ଦେଶ ପାଇଁ ନିଜର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଏହି ଗସ୍ତରେ ମୁଁ କୌ ଣସି ରାଜନୀତି ଦେଖୁ ନାହିଁ।

ଅନ୍ୟପକ୍ଷରେ ରାହୁଲ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିବେ କି ବୋଲି ପ୍ରଶ୍ନର ଉତ୍ତରରେ ସଞ୍ଜୟ କହିଛନ୍ତି କାହିଁକି? ତେବେ ରାହୁଲ ଏହା ମଧ୍ୟ ନିଜେ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହୀ ନୁହଁନ୍ତି, କିନ୍ତୁ ଯେତେବେଳେ ଲୋକମାନେ ତାଙ୍କୁ ଶୀର୍ଷ ପଦରେ ଦେଖିବାକୁ ଚାହାଁନ୍ତି, ସେତେବେଳେ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ରହିବ ନାହିଁ। ତେବେ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀର ମୁଖପାତ୍ର ସଞ୍ଜୟ ରାହୁଲଙ୍କୁ ପ୍ରଶଂସା କରି ଦେଇଥିବା ମନ୍ତବ୍ୟରୁ ଭିନ୍ନ ଭିନ୍ନ ଅର୍ଥ ବାହାର କରାଯାଉଛି। ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍ସରେ ଭର୍ତ୍ତି ହେଲେ ରାମଦେବଙ୍କ ମୁଖ୍ୟ ସହଯୋଗୀ

ନୂଆଦିଲ୍ଲୀ,୨୩।୮: ଯୋଗଗୁରୁ ବାବା ରାମଦେବଙ୍କ ମୁଖ୍ୟ ସହଯୋଗୀ ବାଲକ୍ରିଷ୍ଣନ ଶୁକ୍ରବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହରିଦ୍ୱାରରେ ଥିବା ଅଲ୍‌ ଇଣ୍ଡିଆା ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌...

ସୋନିଆ ଶୀଘ୍ର ଗ୍ରହଣ କରନ୍ତୁ କଡ଼ା ପଦକ୍ଷେପ, ଆନନ୍ଦ ଶର୍ମାଙ୍କ ଅନୁରୋଧ…

ନୂଆଦିଲ୍ଲୀ,୩୦।୯: ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ସଙ୍କଟ ନେଇ କପିଲ ସିବଲ ଏକ ଗଣମାଧ୍ୟମ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ନେଇ ତାଙ୍କ ଘର ଆଗରେ କେତେକ...

କୁକୁରର ହେଲା ବାହାଘର: ଭୋଜି ଖାଇ ନାଚିଲେ ଲୋକେ

ଭୋପାଳ,୯।୧: ମଣିଷଙ୍କର ବିବାହ ହୋଇଥାଏ। ତେବେ କେତେକ ଅଞ୍ଚଳରେ ଲୋକେ ବିଭିନ୍ନ ପରମ୍ପରା ଅନ୍ତର୍ଗତ କିଛି ପ୍ରାଣୀଙ୍କ ବିବାହ ମଧ୍ୟ କରାଇଥାନ୍ତି। ମଧ୍ୟପ୍ରଦେଶର ନିଓ୍ବାଡ଼ି ଜିଲାର...

ଯୋଗୀଙ୍କୁ ଭେଟିଲେ ମେଲିଣ୍ଡା

ଶ୍ରୀନଗର,୮।୧୨: ବିଲ୍‌ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନ୍‌ର ସହ-ସଂସ୍ଥାପିକା ମେଲିଣ୍ଡା ଗେଟ୍ସ ବୁଧବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଏହି ଅବସରରେ ମେଲିଣ୍ଡା...

କର୍ନାଟକରେ ଜିକା ଭାଇରସ

ବେଙ୍ଗାଲୁରୁ,୧୩ ।୧୨: କରୋନା ଭାଇରସ ଏବେ ଦେଶରୁ ପ୍ରାୟ ଶେଷ ହେବାକୁ ବସିଥିବା ବେଳେ ଏବେ ଜିକା ଭାଇରସ ପୁଣି ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି...

ବିଦ୍ରୋହ ହେବାକୁ ଯାଉଛି, ଏହା ପୂର୍ବରୁ ଉଦ୍ଧବଙ୍କୁ ଦିଆଯାଇଥିଲା ଚେତାବନୀ କିନ୍ତୁ…

ମୁମ୍ବାଇ,୪ ।୨: ଗତବର୍ଷ ଶିବସେନାରେ ବିଭାଜନ ପରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି(ଏମଭିଏ) ସରକାର ଭାଙ୍ଗି ଯାଇଥିଲା । ଏହାକୁ ନେଇ ଏବେ ଏନସିପି ନେତା ତଥା...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ

ନୂଆଦିଲ୍ଲୀ,୨୨ା୪: ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ...

ଅକାଳୀ ଦଳର ନେତାଙ୍କୁ ଦିବାଲୋକରେ ହତ୍ୟା

ଚଣ୍ଡିଗଡ଼, ୭।୮: ଅକାଳୀ ଦଳର ଯୁବନେତା ଭିକି ମିଦ୍ଦୁଖେରାଙ୍କୁ ପଞ୍ଜାବର ମୋହାଲିଠାରେ ଶନିବାର ସ୍ପଷ୍ଟ ଦିବାଲୋକରେ ଗୁଳିକରି ହତ୍ୟା କରାଯାଇଛି। ଗ୍ୟାଙ୍ଗଓ୍ବାରରୁ ଏହି ହତ୍ୟାକାଣ୍ଡ ଘଟିଥିବା...

Advertisement
Archives

Model This Week