ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୨୨।୧: କଟ୍‌ନୀ ଛଟ୍‌ନୀ ଓ ଅନ୍ୟ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ଗତ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଦେଇଥିଲା। ସେହିପରି ମହାକାଳପଡ଼ା, ରାଜନଗରର ଚାଷୀ ସରକାରୀ ମଣ୍ଡିରେ ଧାନ ବସ୍ତା ଥୋଇ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି। ଟୋକନ ଓ ମିଲର ସମସ୍ୟା ନେଇ ଆନ୍ଦୋଳନ କରୁଛନ୍ତି। ଚାଷୀ ଧାନ ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ମିଲରଠାରୁ ଆରମ୍ଭ କରି ସମିତି କାର୍ଯ୍ୟକର୍ତ୍ତାଙ୍କ ଅଣଦେଖା ବାଧୁଛି। କେବଳ ରାଜନଗର ଓ ମହାକାଳପଡ଼ାରେ ଏହି ସମସ୍ୟା ସୀମିତ ନୁହେଁ। ଜିଲା ସାରା ସରକାରୀ ମଣ୍ଡି ଧାନ ଉଠାଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ମଣ୍ଡିର ଏହି ଅବ୍ୟବସ୍ଥା ପାଇଁ ଧାନର ଅଭାବୀ ବିକ୍ରି ଆରମ୍ଭ ହୋଇଯାଇଛି। ବେପାରୀ ଓ ଅଧିକାରୀ ମାଲାମାଲ ହେବା ପାଇଁ ଅଭାବୀ ଧାନ ବିକ୍ରିକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଇ ଚାଷୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଉଛନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ କଂସାରି ଗଁାର ନିରଞ୍ଜନ ପରିଡା କହିଛନ୍ତି, ସରକାରୀ ମଣ୍ଡିରେ ଧାନ ବିକ୍ରି ହେବ। ହାତକୁ ଦୁଇ ପଇସା ଆସିଲେ ଚଳିତବର୍ଷ ଝିଅ ବାହାଘରର ଝମେଲା ତୁଟିବ। ଏହି ସ୍ବପ୍ନ ନେଇ ଘରର ସମସ୍ତ ଅର୍ଥ ଖରିଫ ଧାନ ଚାଷରେ ଲଗାଇଥିଲି। ମଣ୍ଡିରେ ଧାନ ବିକ୍ରି ପାଇଁ ଉପଯୁକ୍ତ ସମୟରେ ପଞ୍ଜୀକରଣ କରିଥିଲି। ମୋବାଇଲରେ ଧାନ ବିକ୍ରି ପାଇଁ ସୂଚନା ଆସିଲା। ପରିବାର ସଦସ୍ୟ ଝିଅ ବାହାଘର ପାଇଁ ଅର୍ଥ ସମସ୍ୟା କିଛି ମାତ୍ରାରେ କମିଲା ବୋଲି ସରକାରୀ ବ୍ୟବସ୍ଥାକୁ ଧନ୍ୟବାଦ ଦେଲେ। ତେବେ ବିକ୍ରି ଟୋକନର ସମୟ ଅବଧି ସରିବା ସତ୍ତ୍ୱେ ଅଦ୍ୟାବଧି ମଣ୍ଡି ଅଧିକାରୀ ଟାର୍ଗେଟ ନ ଥିବା ଦର୍ଶାଇ ଧାନ ନେଉନାହାନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର କୃଷି ସମବାୟ ସମିତିର ସଭ୍ୟ ତଥା ଗଣ୍ଡକୂଳ ଗଁାର ତ୍ରୈଲୋକ୍ୟନାଥ ଦାସ କହିଛନ୍ତି, ଟାର୍ଗେଟ ନ ଥିବା ଦର୍ଶାଇ ଚାଷୀଙ୍କ ଝାଳର ମୂଲ୍ୟକୁ ଧାନ ବ୍ୟବସାୟୀ ଓ ପାକ୍ସ ଅଧିକାରୀମାନେ ବାଣ୍ଟି ନେଉଥିବା ଅଭିଯୋଗ କରିଛନ୍ତି। ଜିଲାରେ ଚାଷୀଙ୍କ ଦରଦକୁ କେହି ବୁଝୁ ନ ଥିବାରୁ ଅଭାବୀ ବିକ୍ରିକୁ ପ୍ରୋତ୍ସାହିତ କରାଯାଉଛି। ଆଗାମୀଦିନରେ ଏ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ଜିଲାର ୧ ଲକ୍ଷ ୨୪ ହଜାର ହେକ୍ଟର ଜମିରେ ୩ ଲକ୍ଷ ୧୧ ହଜାରରୁ ଅଧିକ ଚାଷୀ ଚଳିତବର୍ଷ ଖରିଫ ଧାନ ଚାଷ କରିଛନ୍ତି। ତେବେ ପ୍ରାୟ ୯୦ ପ୍ରତିଶତ ଚାଷୀଙ୍କ ବଳକା ଧାନ ବିକ୍ରି ହୋଇପାରୁନାହିଁ। ଏପରି କି ଚଳିତବର୍ଷର ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ହୋଇଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ମଧ୍ୟରୁ ପ୍ରାୟ ୨୫ ହଜାରରୁ ଅଧିକ ଚାଷୀଙ୍କ ବଳକା ଧାନ ସରକାରୀ ମଣ୍ଡିରେ ବିକ୍ରୟ ହୋଇପାରିନାହିଁ। ଜିଲାର ୧୧୮ ପାକ୍ସ ମଧ୍ୟରୁ ଅଧିକାଂଶଠାରେ ଟୋକନ ସମସ୍ୟା ଦେଖାଦେଇଥିବା ବେଳେ ଏବେ ଟାର୍ଗେଟ ନ ଥିବା କହି ଚାଷୀଙ୍କୁ ହତାଶ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ଉପତ୍ାଦ ପ୍ରତି ସୁରକ୍ଷା ପ୍ରଦାନ କରୁଥିବା କହୁଥିଲେ ମଧ୍ୟ ବାସ୍ତବରେ ଅଭାବୀ ବିକ୍ରିକୁ ପ୍ରୋତ୍ସାହିତ କରାଯାଉଛି। ଜିଲାର ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କ୍ରୟ ନ ହେଲେ କୃଷକ ଆନ୍ଦୋଳନ ହେବ ବୋଲି ମତ ଦେଇଛନ୍ତି। ଓଡ଼ିଶା ସୂଚନା ଅଧିକାର ଅଭିଯାନର କେନ୍ଦ୍ରାପଡ଼ା ଜିଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାର ଚାଷୀ ସର୍ବଦା ଅବହେଳା ଓ ପ୍ରତାରଣାର ଶିକାର ହୋଇଛନ୍ତି। ଗତବର୍ଷ ଧାନ କିଣା ଅନିୟମିତତାରେ ୫ରୁ ଊର୍ଦ୍ଧ୍ୱ ଅଧିକାରୀଙ୍କ କଳାକାରନାମା ଧରାପଡିବା ପରେ ନିଲମ୍ବିତ ହୋଇଛନ୍ତି। ୨୦୧୬ରେ ଏହି ପରିସ୍ଥିତି ସୃଷ୍ଟିହେବା ଯୋଗୁ ଜଣେ ରାଜନେତା ବେପାରୀଙ୍କ ଧାନ ସରକାରୀ ମଣ୍ଡିରେ ଦେଇ କୋଟିଏ ଟଙ୍କା ହଡପ କରିଥିବା ଅଭିଯୋଗ ଆସିଥିଲା। ଏହା ବ୍ୟତୀତ ଏହି ଜିଲାରେ ଧାନ ଟାର୍ଗେଟ ଅନୁଯାୟୀ ଗତ ୨୦୧୩-୧୪ ଆର୍ଥିକ ବର୍ଷରୁ ଅଦ୍ୟାବଧି କିଣା ଯାଇନାହିଁ। ଏ ସମ୍ପର୍କରେ ସିଏସ୍‌ଓ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ପଚାରିବାରେ ଟୋକନକୁ ନେଇ କିଛି ସମସ୍ୟା ଅଛି। ତେବେ ସମୟ ଅବଧି ମଧ୍ୟରେ ଚାଷୀଙ୍କଠାରୁ ଧାନ କ୍ରୟ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri