ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୨୨।୧: କଟ୍‌ନୀ ଛଟ୍‌ନୀ ଓ ଅନ୍ୟ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ଗତ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଦେଇଥିଲା। ସେହିପରି ମହାକାଳପଡ଼ା, ରାଜନଗରର ଚାଷୀ ସରକାରୀ ମଣ୍ଡିରେ ଧାନ ବସ୍ତା ଥୋଇ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି। ଟୋକନ ଓ ମିଲର ସମସ୍ୟା ନେଇ ଆନ୍ଦୋଳନ କରୁଛନ୍ତି। ଚାଷୀ ଧାନ ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ମିଲରଠାରୁ ଆରମ୍ଭ କରି ସମିତି କାର୍ଯ୍ୟକର୍ତ୍ତାଙ୍କ ଅଣଦେଖା ବାଧୁଛି। କେବଳ ରାଜନଗର ଓ ମହାକାଳପଡ଼ାରେ ଏହି ସମସ୍ୟା ସୀମିତ ନୁହେଁ। ଜିଲା ସାରା ସରକାରୀ ମଣ୍ଡି ଧାନ ଉଠାଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ମଣ୍ଡିର ଏହି ଅବ୍ୟବସ୍ଥା ପାଇଁ ଧାନର ଅଭାବୀ ବିକ୍ରି ଆରମ୍ଭ ହୋଇଯାଇଛି। ବେପାରୀ ଓ ଅଧିକାରୀ ମାଲାମାଲ ହେବା ପାଇଁ ଅଭାବୀ ଧାନ ବିକ୍ରିକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଇ ଚାଷୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଉଛନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ କଂସାରି ଗଁାର ନିରଞ୍ଜନ ପରିଡା କହିଛନ୍ତି, ସରକାରୀ ମଣ୍ଡିରେ ଧାନ ବିକ୍ରି ହେବ। ହାତକୁ ଦୁଇ ପଇସା ଆସିଲେ ଚଳିତବର୍ଷ ଝିଅ ବାହାଘରର ଝମେଲା ତୁଟିବ। ଏହି ସ୍ବପ୍ନ ନେଇ ଘରର ସମସ୍ତ ଅର୍ଥ ଖରିଫ ଧାନ ଚାଷରେ ଲଗାଇଥିଲି। ମଣ୍ଡିରେ ଧାନ ବିକ୍ରି ପାଇଁ ଉପଯୁକ୍ତ ସମୟରେ ପଞ୍ଜୀକରଣ କରିଥିଲି। ମୋବାଇଲରେ ଧାନ ବିକ୍ରି ପାଇଁ ସୂଚନା ଆସିଲା। ପରିବାର ସଦସ୍ୟ ଝିଅ ବାହାଘର ପାଇଁ ଅର୍ଥ ସମସ୍ୟା କିଛି ମାତ୍ରାରେ କମିଲା ବୋଲି ସରକାରୀ ବ୍ୟବସ୍ଥାକୁ ଧନ୍ୟବାଦ ଦେଲେ। ତେବେ ବିକ୍ରି ଟୋକନର ସମୟ ଅବଧି ସରିବା ସତ୍ତ୍ୱେ ଅଦ୍ୟାବଧି ମଣ୍ଡି ଅଧିକାରୀ ଟାର୍ଗେଟ ନ ଥିବା ଦର୍ଶାଇ ଧାନ ନେଉନାହାନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର କୃଷି ସମବାୟ ସମିତିର ସଭ୍ୟ ତଥା ଗଣ୍ଡକୂଳ ଗଁାର ତ୍ରୈଲୋକ୍ୟନାଥ ଦାସ କହିଛନ୍ତି, ଟାର୍ଗେଟ ନ ଥିବା ଦର୍ଶାଇ ଚାଷୀଙ୍କ ଝାଳର ମୂଲ୍ୟକୁ ଧାନ ବ୍ୟବସାୟୀ ଓ ପାକ୍ସ ଅଧିକାରୀମାନେ ବାଣ୍ଟି ନେଉଥିବା ଅଭିଯୋଗ କରିଛନ୍ତି। ଜିଲାରେ ଚାଷୀଙ୍କ ଦରଦକୁ କେହି ବୁଝୁ ନ ଥିବାରୁ ଅଭାବୀ ବିକ୍ରିକୁ ପ୍ରୋତ୍ସାହିତ କରାଯାଉଛି। ଆଗାମୀଦିନରେ ଏ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ଜିଲାର ୧ ଲକ୍ଷ ୨୪ ହଜାର ହେକ୍ଟର ଜମିରେ ୩ ଲକ୍ଷ ୧୧ ହଜାରରୁ ଅଧିକ ଚାଷୀ ଚଳିତବର୍ଷ ଖରିଫ ଧାନ ଚାଷ କରିଛନ୍ତି। ତେବେ ପ୍ରାୟ ୯୦ ପ୍ରତିଶତ ଚାଷୀଙ୍କ ବଳକା ଧାନ ବିକ୍ରି ହୋଇପାରୁନାହିଁ। ଏପରି କି ଚଳିତବର୍ଷର ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ହୋଇଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ମଧ୍ୟରୁ ପ୍ରାୟ ୨୫ ହଜାରରୁ ଅଧିକ ଚାଷୀଙ୍କ ବଳକା ଧାନ ସରକାରୀ ମଣ୍ଡିରେ ବିକ୍ରୟ ହୋଇପାରିନାହିଁ। ଜିଲାର ୧୧୮ ପାକ୍ସ ମଧ୍ୟରୁ ଅଧିକାଂଶଠାରେ ଟୋକନ ସମସ୍ୟା ଦେଖାଦେଇଥିବା ବେଳେ ଏବେ ଟାର୍ଗେଟ ନ ଥିବା କହି ଚାଷୀଙ୍କୁ ହତାଶ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ଉପତ୍ାଦ ପ୍ରତି ସୁରକ୍ଷା ପ୍ରଦାନ କରୁଥିବା କହୁଥିଲେ ମଧ୍ୟ ବାସ୍ତବରେ ଅଭାବୀ ବିକ୍ରିକୁ ପ୍ରୋତ୍ସାହିତ କରାଯାଉଛି। ଜିଲାର ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କ୍ରୟ ନ ହେଲେ କୃଷକ ଆନ୍ଦୋଳନ ହେବ ବୋଲି ମତ ଦେଇଛନ୍ତି। ଓଡ଼ିଶା ସୂଚନା ଅଧିକାର ଅଭିଯାନର କେନ୍ଦ୍ରାପଡ଼ା ଜିଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାର ଚାଷୀ ସର୍ବଦା ଅବହେଳା ଓ ପ୍ରତାରଣାର ଶିକାର ହୋଇଛନ୍ତି। ଗତବର୍ଷ ଧାନ କିଣା ଅନିୟମିତତାରେ ୫ରୁ ଊର୍ଦ୍ଧ୍ୱ ଅଧିକାରୀଙ୍କ କଳାକାରନାମା ଧରାପଡିବା ପରେ ନିଲମ୍ବିତ ହୋଇଛନ୍ତି। ୨୦୧୬ରେ ଏହି ପରିସ୍ଥିତି ସୃଷ୍ଟିହେବା ଯୋଗୁ ଜଣେ ରାଜନେତା ବେପାରୀଙ୍କ ଧାନ ସରକାରୀ ମଣ୍ଡିରେ ଦେଇ କୋଟିଏ ଟଙ୍କା ହଡପ କରିଥିବା ଅଭିଯୋଗ ଆସିଥିଲା। ଏହା ବ୍ୟତୀତ ଏହି ଜିଲାରେ ଧାନ ଟାର୍ଗେଟ ଅନୁଯାୟୀ ଗତ ୨୦୧୩-୧୪ ଆର୍ଥିକ ବର୍ଷରୁ ଅଦ୍ୟାବଧି କିଣା ଯାଇନାହିଁ। ଏ ସମ୍ପର୍କରେ ସିଏସ୍‌ଓ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ପଚାରିବାରେ ଟୋକନକୁ ନେଇ କିଛି ସମସ୍ୟା ଅଛି। ତେବେ ସମୟ ଅବଧି ମଧ୍ୟରେ ଚାଷୀଙ୍କଠାରୁ ଧାନ କ୍ରୟ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?