Posted inଖେଳ

ଧୋନୀ, ରାଇନାଙ୍କୁ ସ୍ବତନ୍ତ୍ର ଗୀତ ଉତ୍ସର୍ଗ କଲେ ରହମାନ

ଚେନ୍ନାଇ,୧୭।୪: ଓସ୍କାର ବିଜେତା ସଙ୍ଗୀତକାର ଏ.ଆର. ରହମାନ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୨୦୦୧ର ଫିଲ୍ମ ‘ଲଗାନ’ର ଲୋକପ୍ରିୟ ଗୀତ ‘ଚଲେ ଚଲୋ’ ଗୀତ ଉତ୍ସର୍ଗ କରିଛନ୍ତି। ସେହିପରି ଚେନ୍ନାଇର ତାରକା ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ ୧୯୯୫ର ବଲିଉଡ ସିନେମା ‘ରଙ୍ଗିଲା’ର ହିଟ୍‌ ଗୀତ ‘ମାଙ୍ଗତା ହେ କ୍ୟା’ ଉତ୍ସର୍ଗ କରିଛନ୍ତି। ଏହି ଦୁଇଟି ଫିଲ୍ମରେ ରହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏକାଠି ଖେଳିବା ପାଇଁ ଓ ଚେନ୍ନାଇର ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ରହମାନ ଏହି ଦୁଇଟି ଗୀତ ଦୁଇ ତାରକା ଖେଳାଳିଙ୍କୁ ଉତ୍ସର୍ଗ କରିଛନ୍ତି ବୋଲି କହିଛନ୍ତି। ବାଙ୍ଗାଲୋର ଯେତେବେଳେ ଯାଇଥାଏ ସେଠାରେ ଲୋକେ ରଙ୍ଗିଲାର ଗୀତ ଶୁଣିଥିବାର ଲକ୍ଷ୍ୟ କରିଛି ବୋଲି ରହମାନ କହିଛନ୍ତି।
ଏହାପୂର୍ବରୁ ଧୋନୀ ୪ କିମ୍ବା ୫ ନମ୍ବରରେ ବ୍ୟାଟିଂ କରିବା ଉଚିତ ବୋଲି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। ଏହାପରେ ଧୋନୀ ବ୍ୟାଟିଂ କଲେ କୌଣସି ଫାଇଦା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଧୋନୀ ସାଧାରଣତଃ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥାନ୍ତି। ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ ବିପକ୍ଷରେ ସେ ୨ଟି ବଲ୍‌ ଖେଳି ଖାତା ଖୋଲିପାରି ନ ଥିଲେ। ୧୮୯ ରନ ସଂଗ୍ରହ କରିଥିଲେ ମଧ୍ୟ ଚେନ୍ନାଇ ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ପରାସ୍ତ ହୋଇଥିଲା। ଧୋନୀ ମଧ୍ୟ ନିଜ ସ୍ବାଭାବିକ ଢଙ୍ଗରେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଉପରେ ଧ୍ୟାନ ଦେବା ଉଚିତ ବୋଲି ଗମ୍ଭୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାହୁଲ ଦ୍ରାବିଡଙ୍କୁ ହିଁ ରହିପାରନ୍ତି ଭାରତୀୟ ଦଳର କୋଚ୍‌, ଚୁକ୍ତିନାମା ବଢାଇବାକୁ ପ୍ରସ୍ତାବ ଦେଇଛି ବିସିସିଆଇ

ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରାହୁଲ ଦ୍ରାବିଡଙ୍କୁ ହିଁ ସିନିୟର ପୁରୁଷ ଦଳର କୋଚ୍‌ ଭାବରେ ରଖିବାକୁ ଚାହୁଁଛି। ବିଶ୍ୱକପ୍‌ ଶେଷ ହେବା ପରେ...

ଯୁବବର୍ଗ ପାଇଁ ଓଡ଼ିଶା ସରକାରଙ୍କ ନୂଆ ପଦକ୍ଷେପ

ଭୁବନେଶ୍ୱର, ୨୯ା୧୧(ବିଜୟ ରଣା): ଓଡ଼ିଶାର ଯୁବକମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ସରକାର ଆଉ ଏକ ନୂଆ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ଏହି...

ରାଜ୍ୟ ସିନିୟର ବ୍ୟାଡମିଣ୍ଟନ: ଫାଇନାଲ ଆଜି

ବଲାଙ୍ଗୀର, ୨୯ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିନ ମଙ୍ଗଳବାର ଅନୁଷ୍ଠିତ...

ଆଜି ଘୋଷଣା ହେବ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୨୯ା୧୧(ପି.ଟି.): ଦୀର୍ଘଦିନ ଧରି ଜାରି ରହିଥିବା ଭାରତୀୟ ରେସ୍‌ଲିଂ ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ବୁଧବାର ନିର୍ବାଚନ ତାରିଖ ଘୋଷଣା ହେବ ବୋଲି...

ଋତୁରାଜଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ

ଗୁଆହାଟୀ,୨୯ା୧୧: ଓପନର ଋତୁରାଜ ଗାଏକ୍ୱାଡଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜର ତୃତୀୟ ମ୍ୟାଚରେ ଭାରତ ୨୨୨ ରନ୍‌ର ବିଶାଳ ସ୍କୋର...

ଜାତୀୟ ପିକଲବଲ୍‌ରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୯।୧୧(ତପନ ସ୍ବାଇଁ): ଅହମଦାବାଦର ଅଦାନୀ ସ୍ପୋଟର୍‌ସ ଲାଇନ୍‌ ରିଭର୍ଟଫ୍ରଣ୍ଟ ସ୍ପୋଟର୍‌ସ ପାର୍କରେ ଜାତୀୟ ପିକଲବଲ୍‌ ଚାମ୍ପିୟନଶିପ୍‌ ଡିସେମ୍ବର ୧ରୁ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।...

ବିବାହ ବନ୍ଧନରେ ମୁକେଶ

ଗୁଆହାଟୀ,୨୯ା୧୧: ଭାରତୀୟ ଦଳର ଷ୍ଟ୍ରାଇକ୍‌ ବୋଲର ମୁକେଶ କୁମାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଟି୨୦ ମ୍ୟାଚ୍‌ ପୂର୍ବରୁ ମୁକେଶ...

ଅଷ୍ଟ୍ରେଲିଆ ବିଜୟୀ

ଗୁଆହାଟୀ,୨୮ା୧୧: ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଦମଦାର ଶତକ ବଳରେ ଭାରତ ବିପକ୍ଷ ତୃତୀୟ ଟି୨୦ ମ୍ୟାଚକୁ ୫ ଉଇକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ। ଓପନର ଋତୁରାଜ ଗାଏକ୍ୱାଡଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri