Posted inଜାତୀୟ

ଆର୍‌ଜେଡି ଛାଡିବା ପରେ ନୀତୀଶଙ୍କ ସହ ସମ୍ପର୍କ ଯୋଡୁଛନ୍ତି ରଘୁବଂଶ!

ପାଟନା,୧୧ ।୯: ବିହାରରେ ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାର ଅନୁମାନ କରାଯାଉଛି । ତେବେ ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ଆସୁଛି ରାଜନୀତି ବି ସେତିକି ସରଗରମ ହେଉଛି । ଗୁରୁବାର ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ପୂର୍ବତନ ଉପାଧ୍ୟକ୍ଷ ତଥା ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂ ଇସ୍ତଫା ପ୍ରଦାନ କରି ଦଳକୁ ଏକ ଶକ୍ତ ଧକ୍କା ଦେଇଥିଲେ । ଆଉ ଏହାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ଶୁକ୍ରବାର ସେ କୁଆଡେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ପତ୍ର ଲେଖିଥିବା କୁହାଯାଉଛି । ଏବେ ଅସୁସ୍ଥତା କାରଣରୁ ସେ ଏମ୍ସରେ ଚିକିତ୍ସାଧିନ ଥାଇ ହସ୍‌ପିଟାଲରୁ ନୀତୀଶଙ୍କ ନିକଟକୁ ପତ୍ର ଲେଖିଛନ୍ତି । ଉକ୍ତ ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେଉଁ କାର୍ଯ୍ୟକୁ ସେ ପୂରଣ କରିପାରି ନାହାନ୍ତି ତାକୁ ନୀତୀଶ କରନ୍ତୁ । ପ୍ରଥମେ ସେ ମନରେଗା ଆଇନରେ ସରକାରୀ ଓ ଏସ୍‌ସି-ଏସ୍‌ଟି ଜମି ଉପରେ କାମ କଥା ଆଲୋଚନା କରିଛନ୍ତି । ଦ୍ୱିତୀୟରେ ବୈଶାଳି ଗଣତନ୍ତ୍ରର ଜନନୀ । ବିଶ୍ୱର ପ୍ରଥମ ଗଣତନ୍ତ୍ର । ହେଲେ ସରକାର ଏଥିପାଇଁ କିଛି କରି ନାହାନ୍ତି । ତେଣୁ ଏଥିପ୍ରତି ନୀତୀଶ ଦୃଷ୍ଟି ଦିଅନ୍ତୁ । ତୃତୀୟରେ ଭଗବାନ ବୁଦ୍ଧଙ୍କ ପ୍ରବିତ୍ର ଭିକ୍ଷାପାତ୍ର ଆଫଗାନିସ୍ତାନରୁ ବୈଶାଳି ଆଣିବାକୁ ନୀତୀଶଙ୍କୁ ଅନୁରୋଧ କରିଛନ୍ତି ରଘୁବଂଶ ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀନଗର ଏନ୍‌କାଉଣ୍ଟର: ମୃତ ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଭେଟିଲେ ମେହବୁବା

ଶ୍ରୀନଗର,୩୧।୧୨-ଶ୍ରୀନଗର ଲାଓପୋରା ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଗୁରୁବାର ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭେଟିଛନ୍ତି। ଏହାପରେ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ...

ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁ ଦିଲ୍ଲୀ ହିଂସା: ଏପ୍ରିଲ୍‌ ୧୩ରେ ଶୁଣାଣି; କେନ୍ଦ୍ରକୁ ରିପୋର୍ଟ ତଲବ

ନୂଆଦିଲ୍ଲୀ,୨୭।୨: ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁ ଦିଲ୍ଲୀ ହିଂସା ହୋଇଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାଖଲ କରାଯାଇଥିଲା। ଏହାର ବିଚାର କରି ଦିଲ୍ଲୀ ହାଇକୋର୍ଟ...

ଦ୍ୱିତୀୟ ୟେଦୁରପ୍ପା ହେବେ କି ଫଡନବିସ!

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ମହାଭାରତର ଅନ୍ତ କେବେ ହେବ ତାହା କହିବା ମୁସ୍କିଲ। ହେଲେ ରାତାରାତି ଏନ୍‌ସିପି ସହ ମେଣ୍ଟ କରି ସରକାର ଗଠନ କରିଥିବା ଭାରତୀୟ...

ପିଓକେରେ ସକ୍ରିୟ ରହିଛି ୧୫-୨୦ ଆତଙ୍କବାଦୀ ଶିବିର: ସେନାମୁଖ୍ୟ

ନୂଆଦିଲ୍ଲୀ,୨୦।୨: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଉଦ୍ୟମ ଅବ୍ୟାହତ ରଖିଛି। ଏବେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ୧୫-୨୦ ଆତଙ୍କବାଦୀ ଶିବିର ସକ୍ରିୟ ରହିଛି। ସେଠାରେ...

ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କଲେ ରୋଗୀ

ଇନ୍ଦୋର, ୬।୬: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ...

କଂଗ୍ରେସକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଗୁଜରାଟ ରାଜ୍ୟ ସଭା ଉପନିର୍ବାଚନ ଏକାଠି କରାଇବା ଆବେଦନ ଖାରଜ

ନୂଆଦିଲ୍ଲୀ,୨୫।୬: ସୁପ୍ରିମ୍‌କୋର୍ଟଙ୍କ ରାୟ ଯୋଗୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଗୁଜରାଟର ୨ଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ...

ଶିବଙ୍କ ରାଜ୍ୟରେ ସିନ୍ଧିଆ ସରକାର: ନୂଆ ଟିମ୍‌ରେ ସିନ୍ଧିଆ ଗୋଷ୍ଠୀର ୯ ମନ୍ତ୍ରୀ

ଭୋପାଳ, ୨।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇଛି। ୨୮ ଜଣ ନୂଆମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ୭...

ବିବାହ ହେବା ନୋହିଲା, ନଦୀକୁ ଖସିଲା ବରଯାତ୍ରୀ କାର୍‌, ବର ସମେତ ୯ ମୃତ…

କୋଟା, ୨୦।୨ : ରାଜସ୍ଥାନର କୋଟାରେ ରବିବାର ସକାଳେ ଚମ୍ବଲ ନଦୀରେ ଏକ ବରଯାତ୍ରୀ କାର ଖସିପଡିଛି। ଏହି ଦୁର୍ଘଟଣାରେ ବର ସମେତ ୯ ଜଣଙ୍କର...

Advertisement
Archives

Model This Week