Posted inଜାତୀୟ

ଅଖିଳେଶଙ୍କୁ ଟାର୍ଗେଟ କଲେ ରାଜା ଭୈୟା

ଲକ୍ଷ୍ନୌ,୨୬ ।୨: ଉତ୍ତର ପ୍ରଦେଶ ବିଧାନସଭାର ପଞ୍ଚମ ପର୍ଯ୍ୟାୟ ଭୋଟଗ୍ରହଣରେ ପ୍ରତାପଗଡର କୁଣ୍ଡା ଆସନ ଏବେ ହଟ ସିଟ୍ ପାଲଟି ଯାଇଛି । କାରଣ ଏଠାରୁ ବାହୁବଳୀ ନେତା ରଘୁରାଜ ପ୍ରସାଦ ସିଂ ଓରଫ ରାଜା ଭ୍ରେୟା ଜନସତ୍ତା ପାର୍ଟି ପକ୍ଷରୁ ନିର୍ବାଚନ ମଇଦାନରେ ଅଛନ୍ତି । ଏପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କୁଣ୍ଡାକୁ ନେଇ ଯେଉଁ ଟିପ୍ପଣି ଦେଇଥିଲେ ତା’ର ଉତ୍ତର ରଖିଛନ୍ତି ରାଜା ଭୈୟା । ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଅଖିଳେଶ ଯାଦବ କୁଣ୍ଡାର ଜନତାଙ୍କ ପାଇଁ ଅପଶବ୍ଦ ବ୍ୟବହାର କରିଛନ୍ତି ।
କୁଣ୍ଡାରୁ କିଛିଥର ନିର୍ଦ୍ଦଳୀୟ ବିଧାୟକ ରହିଥିବା ରଘୁରାଜ ପ୍ରସାଦ ସିଂହ କହିଛନ୍ତି କୁଣ୍ଡା ଦେଶ ବିଦେଶରେ ପ୍ରସିଦ୍ଧ । କାରଣ ଏଠାକାର ଜନତା ଆମକୁ ବହୁତ ଭଲ ପାଆନ୍ତି । ହେଲେ ଅଖିଳେଶ ଯାଦବ କୁଣ୍ଡାକୁ ନେଇ ଯେଉଁ ଟିପ୍ପଣି ଦେଇଛନ୍ତି ‘କୁଣ୍ଡାର କୁଣ୍ଡାଇହେବା ବନ୍ଦକରି ଦେବେ, ଏହାକୁ ନେଇ ସେ ଅଖିଳେଶକୁ ଏତିକି କହିବାକୁ ଚାହିଁଛନ୍ତି କି କୁଣ୍ଡାର କୁଣ୍ଡାଇହେବା ବନ୍ଦ ହେବ ନାହିଁ । ଅଖିଳେଶ ଯାଦବ କାହିଁକି ଅସନ୍ତୁଷ୍ଟ ତାହା ମୋତେ ଜଣାନାହିଁ ବୋଲି ରାଜା ଭୈୟା କରିଛନ୍ତି । ହେଲେ ମୁଁ କାହା ସମ୍ପର୍କରେ ଅପଶବ୍ଦ ବ୍ୟବହାର କରୁନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ନିଜର ବିଜୟକୁ ନେଇ ସେ ସୁନିଶ୍ଚିତ ଥିବା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri