Posted inଜାତୀୟ

‘କେଜ୍‌ରିଓ୍ବାଲଙ୍କ ଘରୁ ୪ମଫ୍‌ଲର, ସିସୋଡିଆଙ୍କ ଘରୁ ମିଳିବ କେବଳ ଖାତା- ପେନ୍‌ସିଲ୍‌’

ନୂଆଦିଲ୍ଲୀ,୧୯।୮: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ଶୁକ୍ରବାର ସିବିଆଇ ଚଢ଼ାଉ ପରେ ଭାଜପା-ଏଏପି ନେତାଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ରାଘବ ଚଡ୍ଡା ଭାଜପାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ସେ କହିଛନ୍ତି, ପୂର୍ବରୁ ସିବିଆଇ ଏଏପି ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଘରେ ଚଢ଼ାଉ କରି ମାତ୍ର ୪ଟି ମଫଲର ପାଇଥିଲା। ଠିକ୍‌ ସେହିପରି ସିସୋଡିଆଙ୍କ ଘରୁ ମଧ୍ୟ କେବଳ ଖାତା, ପେନ୍‌ସିଲ୍‌ ଓ ଜ୍ୟାମିତି ବାକ୍ସ ପାଇବ ବୋଲି ରାଘବ କହିଛନ୍ତି। ମନୀଷ ସିସୋଡିଆଙ୍କୁ ଗିରଫ କରି ଭାଜପା କେଜ୍‌ରିଓ୍ବାଲଙ୍କୁ ଶେଷ କରିବାକୁ ଚାହୁଁଛି ବୋଲି ଏଏପି ଏମ୍‌ପି ଚଡ୍ଡା କହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ସମେତ ୭ଟି ରାଜ୍ୟରେ ଏକ୍ସାଇଜ୍‌ ସ୍କାମ ମାମଲାରେ ସିବିଆଇ ଚଢ଼ାଉ ଜାରି ରଖିଛି। ଯେଉଁଥିରେ ଦିଲ୍ଲୀର ୨୧ଟି ସ୍ଥାନ ମଧ୍ୟ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷମତା ପ୍ରକାଶ କଲେ ସୋନୁ ସୁଦ

ନୂଆଦିଲ୍ଲୀ, ୨୦।୪: ଗତ ବର୍ଷ କରୋନା ମହାମାରୀ ସମୟରେ ପ୍ରବାସୀ ଓ ଶ୍ରମିକଙ୍କ ପାଇଁ ହିରୋ ସାଜିଥିଲେ ବଲିଉଡ୍‌ ଆକ୍ଟର ସୋନୁ ସୁଦ। କିନ୍ତୁ କରୋନାର...

ମଧ୍ୟପ୍ରଦେଶରେ କଂଗ୍ରେସକୁ ଆଉ ଏକ ଝଟ୍‌କା

ଭୋପାଳ,୧୭।୭: ଗୋଟିଏ ପଟେ ରାଜସ୍ଥାନ କଂଗ୍ରେସରେ ସଙ୍କଟ ଦେଖାଦେଇଥିବା ବେଳେ ଅନ୍ୟପଟେ ମଧ୍ୟପ୍ରଦେଶ କଂଗ୍ରେସକୁ ଲାଗିଛି ଝଟ୍‌କା। ସେଠାରେ ଏବେ ଉପନିର୍ବାଚନର ପ୍ରସ୍ତୁତି ଚାଲିଥିବା ବେଳେ...

ଏୟାର ମାର୍ଶଲ ଭି.ଆର୍‌. ଚୌଧୁରୀ ନୂଆ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧।୯: ଭାରତ ସରକାର ଏୟାର ମାର୍ଶଲ ଭି.ଆର୍‌. ଚୌଧୁରୀଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ବାୟୁସେନା ମୁଖ୍ୟ ଥିବା...

ଦେଶର ପ୍ରଥମ କୋଭିଡ କେୟାର ଆଶ୍ରମ: ଯୋଗ, ଧ୍ୟାନ, ଆଧ୍ୟାତ୍ମିକ ଉପାୟରେ କରାଯିବ ଚିକିତ୍ସା

ମୁମ୍ବାଇ,୨୧।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ସାଙ୍ଘାତିକ ହେବାରେ ଲାଗିଛି। ତେବେ କରୋନାର ଚିକିତ୍ସା କରିବାକୁ ମହାରାଷ୍ଟ୍ର ସରକାର ୧ ହଜାର ଶଯ୍ୟା ବିଶିଷ୍ଟ...

୪୧ ବର୍ଷ ପରେ ମା’ଙ୍କୁ ଭେଟିଲେ ପୁଅ

ଚେନ୍ନାଇ,୨୪।୧୧: ତାମିଲନାଡୁରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୪୧ ବର୍ଷ ପରେ ମା’ଙ୍କୁ ଭେଟିଛନ୍ତି ପୁଅ। ଏହି ମିଳନ ପରେ ଉଭୟ ମା’...

ପଶ୍ଚିମବଙ୍ଗରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ବଢିଲା କରୋନା କଟକଣା

କୋଲକାତା,୨୯ ।୭: କରୋନା ମହାମାରୀର ଦ୍ୱିତୀୟ ଲହର କମି ଆସିଥିବା ବେଳେ ଏବେ ତୃତୀୟ ଲହରର ଚିନ୍ତା ସମସ୍ତଙ୍କୁ ଘାରିଛି । କାରଣ ବିଷେଶଜ୍ଞଙ୍କ ମତରେ...

ଅନନ୍ତକାଳ ପର୍ଯ୍ୟନ୍ତ ମାନବତା ଆସ୍ଥାର ପ୍ରତୀକ ପାଲଟିବ ରାମମନ୍ଦିର: ବହନ କରିବ ଭାଇଚାରାର ବାର୍ତ୍ତା

ଅଯୋଧ୍ୟା, ୫।୮: ରାମମନ୍ଦିର ନିର୍ମାଣର ଭୂମି ପୂଜନ ଶେଷ ହୋଇଛି। ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ରାମମନ୍ଦିର ଅନନ୍ତକାଳ...

ଯୋଗୀ ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନ ପୂରଣ

ଲକ୍ଷ୍ନୌ,୪ ।୭: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ ପାଳିକୁ ୧୦୦ ଦିନ ପୂରଣ ହୋଇଛି । ଏହି ୧୦୦ ଦିନ ମଧ୍ୟରେ ଅଧିକାଂଶ...

Advertisement
Archives

Model This Week