Posted inଜାତୀୟ

ବଙ୍ଗୋବସାଗରେ ବୁଡ଼ିଲା ମତ୍ସ୍ୟଜୀବୀଙ୍କ ଟ୍ରଲର: ୧୮ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

କୋଲକାତା,୧୯।୮: ପଶ୍ଚିମ ବଙ୍ଗୋପସାଗରର ଉପସାଗରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଗଭୀର ସମୁଦ୍ରକୁ ମାଛ ଧରିଯାଇଥିବା ଏକ ଟ୍ରଲର ବୁଡ଼ିଯାଇଛି। ଏଥିରେ ଥିବା ୧୮ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ତଟରକ୍ଷୀ ବାହିନୀ ସହ ଏକ ଉଦ୍ଧାରକାରୀ ଦଳକୁ ରେସକ୍ୟୁ ଅପରେଶନ୍‌ରେ ଲଗାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା କାହାରିକୁ ଉଦ୍ଧାର କରାଯାଇପାରିନାହିଁ। ଶୁକ୍ରବାର ସକାଳେ ଦକ୍ଷିଣ ୨୪ ପ୍ରାଙ୍ଗଣାର କାକଦ୍ୱୀପ ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ, ସୁନ୍ଦରବନ ଅଞ୍ଚଳରେ ରହୁଥିବା ସମସ୍ତ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଏକ ଟ୍ରଲର ଯୋଗେ ବଙ୍ଗୋପସାଗରକୁ ଯାଇଥିଲେ। କାକଦ୍ୱୀପ ନିକଟରେ ଥିବା ଉପସାଗରରେ ମତ୍ସ୍ୟଜୀବୀ ଟ୍ରଲର ହଠାତ୍‌ କୌଣସି ଏକ ବସ୍ତୁ ସହ ଧକ୍କା ହେବାରୁ ବୁଡ଼ି ଯାଇଥିଲା। ସୂଚନା ପାଇବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ। ମତ୍ସ୍ୟଜୀବୀଙ୍କୁ ଖୋଜିବା ପାଇଁ କୋଷ୍ଟଗାର୍ଡଙ୍କ ସମେତ ତଟରକ୍ଷୀ ବାହିନୀ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ୟମ ଚଳାଇଛି। ଏଥିସହ ନିଖୋଜ ଲୋକଙ୍କୁ ଖୋଜିବାକୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କଠାରୁ ମଧ୍ୟ ସହାୟତା ଲୋଡାଯାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ମତ୍ସ୍ୟଜୀବୀଙ୍କ ପତ୍ତା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ପାଳନ କରାଯାଏ ଛୋଟ ଦୀପାବଳି

ଦୀପାବଳି ପାଳନର ମହତ୍ୱ ଯେପରି ରହିଛି ଠିକ୍‌ ସେହିପରି ଏହା ପୂର୍ବଦିନର ପର୍ବ ଗୁଡିକର ମହତ୍ୱ ମଧ୍ୟ ରହିଛି। ଯେମିତି ଧନତେରାସ୍‌ ସେମିତି ଛୋଟ ଦୀପାବଳି।...

ସୁଖବିନ୍ଦର ସୁଖୁ କରୋନା ପଜିଟିଭ, କ୍ୟାବିନେଟ ସମ୍ପ୍ରସାରଣ ହେବ ବିଳମ୍ବ…

ଶିମଲା,୧୯।୧୨ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କରୋନା ପଜିଟିଭ ହୋଇଛନ୍ତି। ସୁଖୁଙ୍କ ନମୁନା ପରୀକ୍ଷା ରିପୋର୍ଟ ରବିବାର ସନ୍ଧ୍ୟାରେ ଆସିଛି। ସେ...

ବିବିସି ଡକ୍ୟୁମେଣ୍ଟାରୀ ମାମଲା: ଭାରତର କିଛି ଲୋକ ବିବିସିକୁ ସୁପ୍ରିମ୍‌କୋର୍ଟଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି କହିଲେ କିରେନ୍‌ ରିଜିଜୁ…

ନୂଆଦିଲ୍ଲୀ,୨୨।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ରିଟିଶ ବ୍ରୋଡକାଷ୍ଟ କର୍ପୋରେଣନ (ବିବିସି) ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଥମିବାର ଏହାର ନା ନେଉନାହିଁ। ବିରୋଧୀ ଦଳର...

ରାହୁଲଙ୍କୁ ପ୍ରଶଂସା କଲେ ଭଉଣୀ ପ୍ରିୟଙ୍କା

ନୂଆଦିଲ୍ଲୀ,୪।୭: ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ମହାସଚିବ ତଥା ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ପ୍ରଶଂସା...

ଦୋଷ ନ କରି ୬ ବର୍ଷ ହେବ ଜେଲ୍‌ଦଣ୍ଡ ଭୋଗୁଥିଲେ ୨ ବ୍ୟକ୍ତି, ଜଣାପଡିବା ପରେ…

ଗାନ୍ଧିନଗର,୪।୪: ହତ୍ୟା ଅଭିଯୋଗରେ ଜେଲରେ ଥିବା ୨ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଗୁଜରାଟ କୋର୍ଟ। ଯେଉଁ ବ୍ୟକ୍ତିଙ୍କ ହତ୍ୟା ଅଭିଯୋଗରେ ୬ ବର୍ଷ ହେବ...

କରୋନା ଭାଇରସ: ସାଇବାବା ସଂସ୍ଥାନ ଟ୍ରଷ୍ଟ ଦାନ କଲା ୫୧ କୋଟି ଟଙ୍କା

ସିରିଡି,୨୭।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବେଳକୁ ବେଳ ବଢିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଏବେ ସମସ୍ତେ ଏକାଠି ହୋଇଛନ୍ତି। ମହାରାଷ୍ଟ୍ର ଓ...

ନୂଆ ଦଲାଇ ଲାମା ଚୟନରେ ହସ୍ତକ୍ଷେପ କରିବ ଚାଇନା

କୋଲକାତା,୫।୧: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନରେ ଚାଇନା ହସ୍ତକ୍ଷେପ କରିବ। ଏଥିପାଇଁ ବେଜିଂ ୧୫ ବର୍ଷ ହେଲା ପ୍ରସ୍ତୁତି ଚଳାଇଥିବା ତିବ୍ବତ ନିର୍ବାସିତ ସରକାରର...

ଏହି କବାଡ଼ି ପ୍ରତିଯୋଗୀତାରେ ପୁରସ୍କାର ମିଳେ କୁକୁଡ଼ା, ମାଛ

କବାଡ଼ି ଖେଳ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଏହା ଗାଁଠରୁ ସହର ସମସ୍ତ ବ୍ୟକ୍ତିଙ୍କୁ ଆକର୍ଷିତ କରିଥାଏ। ହେଲେ ଛତିଶଗଡ଼ ଗରିଆବନ୍ଦ ଜିଲାରେ ଆୟୋଜିତ...

Advertisement
Archives

Model This Week