ଟନେଲ କାର୍ଯ୍ୟ ଚାଲିଥିବା ବେଳେ ଧସିଲା ମାଟି ଅତଡ଼ା: ୨ ଶ୍ରମିକଙ୍କ ଜୀବନ ଗଲା

କୋରାପୁଟ,୧୪ା୯(ସ୍ବ.ପ୍ର.): କୋରାପୁଟ- ରାୟଗଡ଼ା ରେଳପଥର ଦୋହରୀକରଣ ନେଇ ଟନେଲ କାର୍ଯ୍ୟ ଚାଲିଥିବାବେଳେ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କ ଜୀବନ ଯାଇଛି। ଏହି ଘଟଣା ବୁଧବାର ଅପରାହ୍ନରେ ଘଟିଥିବାବେଳେ ମୃତକ ହେଲେ ଲକ୍ଷ୍ମୀପୁର ବ୍ଲକର ବୁଜ୍ରା ଗ୍ରାମର ରବି ପ୍ରେପେକା ଓ ଆସାମର ବରପେଟା ଜିଲା ମାଜଗାଁ ଗ୍ରାମର ଜହରଦିନ। କୋରାପୁଟ- ରାୟଗଡ଼ା ଟ୍ରେନ ଲାଇନର ଦୋହଣୀକରଣ ପାଇଁ ଲକ୍ଷ୍ମୀପୁର ବ୍ଲକର କାକିରିଗୁମ୍ମା ନିକଟ କେଲାର ଓ କୁସୁମୁଗୁଡ଼ା ଗ୍ରାମ ନିକଟରେ ଥିବା ୨ ନମ୍ବର ଟନେଲ କାମ ଚାଲିଥିବାବେଳେ ଟନେଲରୁ ହଠାତ ମାଟି ଧସି ଏହି ଦୁଇଜଣ ଗୁରୁତର ହୋଇଥିଲେ। ଉଭୟଙ୍କୁ ତୁରନ୍ତ ଚିକିସତ୍ା ପାଇଁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତଦେହ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। କାକିରିଗୁମ୍ମା ପୋଲିସ ଏହି ଘଟଣାର ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଥିବା ଥାନାଧିକାରୀ ଦାମୋଦର ବିହାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟପ୍ରାଣୀ ଆଇନ ସଂଶୋଧନ ନେଇ ସନ୍ଦେହ

ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ଦିନକୁ ଦିନ ଓଡ଼ିଶା ସମେତ ଦେଶରେ ବନ୍ୟପ୍ରାଣୀ ଅପରାଧ ବଢ଼ିବାରେ ଲାଗିଛି। ଆଇନରେ ଥିବା ଗଳାବାଟରେ ଅପରାଧୀମାନେ ସହଜରେ ଖସିଯାଉଛନ୍ତି। ତେଣୁ ଆଇନକୁ...

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ଭଦ୍ରକ ଅଫିସ,୨୯।୧୦: ଭଦ୍ରକ ଟାଉନ ଥାନା ଅଧୀନ ମୋଟେଲ ଛକରୁ ସୋମବାର ବିଳମ୍ବିତ ରାତିରେ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ ହୋଇଛି। ସୂଚନାଯୋଗ୍ୟ, କୌଣସି...

ଧାରଣା ସ୍ଥଳରେ ଟଳିପଡିଲେ ଶିକ୍ଷକ: ମୟୂରଭଞ୍ଜ ଜିଲା ଗଣଶିକ୍ଷକ ସଂଘ ସଭାପତି ଥିଲେ; ଅଧୁରା ରହିଗଲା ଦାବି ପୂରଣ

ଭୁବନେଶ୍ୱର,୨ା୧୨(ବ୍ୟୁରୋ)/କୁଆମରା/ଖୁଣ୍ଟା(ଡି.ଏନ୍‌.ଏ) – ଦାବି ପୂରଣ ପାଇଁ ଆସିଥିଲେ ରାଜଧାନୀ। ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିର ଆନ୍ଦୋଳନସ୍ଥଳରେ ଅନ୍ୟଶିକ୍ଷକଙ୍କ ସହ ଧାରଣା ଦେଇଥିଲେ। ବିକ୍ଷୋଭ ଓ ପ୍ରତିବାଦ...

ମିଳୁନି ଅଣଧାନ ବିହନ

ବଅଁରପାଳ,୧ା୮(ଡି.ଏନ.ଏ.) – ଅନୁଗୋଳ କୃଷି ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଅଣ ଧାନ ଜାତୀୟ ବିହନ ପାଇପାରୁନାହାନ୍ତି ଚାଷୀ। ବାରମ୍ବାର କୃଷି କାର୍ଯ୍ୟାଳୟଠାରୁ ଆରମ୍ଭ କରି...

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟି, ତାର: ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ଓ୍ବେସ୍କୋ

ରାଉରକେଲା ଅଫିସ, ୨୪।୨- ଷ୍ଟିଲ ସିଟି ସ୍ମାର୍ଟ ସିଟି ମାନ୍ୟତା ପାଇଲା। ହେଲେ ରାଉରକେଲାରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଯେମିତିକୁ ସେମିତି ପୁରୁଣାକାଳିଆ ଢଙ୍ଗରେ ଚାଲିଛି।...

କେନ୍ଦୁଝରରେ ୬୫୪ ଶିକ୍ଷକ ପଦବୀ ଖାଲି

କେନ୍ଦୁଝର,୨୦।୧୨(ସ୍ବ.ପ୍ର.)  କେନ୍ଦୁଝର ଜିଲାରେ ଶିକ୍ଷକ ଅଭାବ ଯୋଗୁ ୨୦୮ଟି ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀଶିକ୍ଷକ ପଦବୀ ଖାଲି ରହିଛି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ସରକାରୀ ବିଦ୍ୟାଳୟଗୁଡ଼ିକରେ ସଂସ୍କୃତ...

କାଠ ଦୋକାନ ଉପରେ ରାତିଅଧିଆ ଚଢ଼ାଉ

ଭଦ୍ରକ ଅଫିସ, ୬।୧୨: ଭଦ୍ରକ ଜିଲା ବନବିଭାଗ ପକ୍ଷରୁ ଗୁରୁବାର ରାତିରେ ଭଦ୍ରକ ସହରର ଦୁଇଟି ସରକାରୀ କାଠ ଦୋକାନରେ ଚଢ଼ାଉ କରାଯାଇଛି। କ୍ଷମତାଠାରୁ ଅଧିକ...

ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଜଣେ ଯୁବକ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରୁଥିବା ସୂଚନା ମିଳିଛି। ତାଙ୍କର...

Advertisement
Archives

Model This Week