Posted inଫୁରସତ

ମୁକେଶ ଅମ୍ବାନୀଙ୍କ ପରି ତାଙ୍କ ଭାବି ସମୁଦିଙ୍କର ବି ଅଛି ପୁଳାପୁଳା ଟଙ୍କା

ପୁଣି ଥରେ ଅମ୍ବାନୀ ପରିବାରରେ ଶାହାନାଇ ବାଜିବାକୁ ଯାଉଛି। ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ ଶୀଘ୍ର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି।
ଦୁହେଁ ଦୀର୍ଘ ଦିନରୁ ପରସ୍ପରକୁ ଜାଣିଛନ୍ତି।ଏହି ଦମ୍ପତିଙ୍କ ବିବାହ କାର୍ଡ ମଧ୍ୟ ପ୍ରକାଶ ପାଇଛି, ଦମ୍ପତିଙ୍କ ବିବାହ ପୂର୍ବର କାର୍ଯ୍ୟ ବିଷୟରେ କାର୍ଡରେ ସମସ୍ତ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଅନନ୍ତ ଅମ୍ବାନୀଙ୍କ ଭାବି ସ୍ତ୍ରୀ ରାଧିକା କିଏ? ତାଙ୍କ ପିତା କଣ କରନ୍ତି? ସମସ୍ତଙ୍କ ମନରେ ଏପରି ଅନେକ ପ୍ରଶ୍ନ ଉଠିଛି।
ରାଧିକା ହେଉଛନ୍ତି ଭାରତୀୟ କୋଟିପତି ବିରେନ ମର୍ଚାଣ୍ଟଙ୍କ ଝିଅ। ରାଧିକା ମର୍ଚାଣ୍ଟଙ୍କ ପିତା ବୀରେନ ମର୍ଚାଣ୍ଟଙ୍କ ନାମ ଦେଶର କୋଟିପତି ତାଲିକାରେ ସାମିଲ ଅଛି। ସେ ଏକ ସ୍ବାସ୍ଥ୍ୟ ସେବା କମ୍ପାନୀ ଏନକୋରର ସିଇଓ ଅଟନ୍ତି। ଏହା ବ୍ୟତୀତ ବୀରେନ ମର୍ଚାଣ୍ଟ ମଧ୍ୟ ଭାରତୀୟ ବଜାରରେ ଅନେକ ବଡ କମ୍ପାନୀ ପରିଚାଳନା କରନ୍ତି। ଏଥିମଧ୍ୟରେ ‘ଏନକୋର ବିଜନେସ ସେଣ୍ଟର ପ୍ରାଇଭେଟ ଲିମିଟେଡ’, ‘ଏନକୋର ନାଚ୍ୟୁରାଲ ପଲିମର୍ସ ପ୍ରାଇଭେଟ ଲିମିଟେଡ’, ‘ZYG ଫାର୍ମା ପ୍ରାଇଭେଟ ଲିମିଟେଡ’, ‘ସୌଦର୍ଶନ ବିଜ୍‌ନେସ୍‌ ସେଣ୍ଟର ପ୍ରାଇଭେଟ ଲିମିଟେଡ’ ଏବଂ ’ଏନକୋର ପଲିଫ୍ରାକ ପ୍ରଡକ୍ଟ ପ୍ରାଇଭେଟ ଲିମିଟେଡ’ ଭଳି ବଡ଼ କମ୍ପାନୀ ଅନ୍ତର୍ଭୁକ୍ତ। ବୀରେନ ମୋଟ ସମ୍ପତ୍ତି ୭୫୫ କୋଟି ଟଙ୍କା ମାଲିକ ଅଟନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ: ଅଡ଼ବା ପୁଲିସର ଚଢ଼ାଉରେ …

ମୋହନା, ୧୧।୮ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣକାରୀଙ୍କ ବିରୋଧରେ ଅଡ଼ବା ପୋଲିସକୁ ମିଳିଛି ବଡ଼ ସଫଳତା। କେଶରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେକାବନ୍ଧା ସଂରକ୍ଷିତ ଜଙ୍ଗଲରେ ଲୁଚାଇ…

ତାଳବଣିଆ ଛକ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର, ୧୧।୮ (ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଞ୍ଚାୟତର ତାଳବଣିଆ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକ ବୋଝେଇ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ମୃତ୍ୟୁକୁ ଜୟ କରିପାରିଲେନି ମୃତ୍ୟୁଞ୍ଜୟ: ଶେଷରେ…

ଗୁଡାରି, ୧୧।୮ (ପ୍ରମୋଦ କୁମାର ପତି): ଗୁଡାରି ସହରର ଗୌଡ଼ ସାହି ବାସିନ୍ଦା ନରସିଂହ ପାଢ଼ୀଙ୍କ କଲେଜ ପଢୁଆ ପୁଅ ମୃତ୍ୟୁଞ୍ଜୟ ପାଢ଼ୀ କ୍ୟାନ୍‌ସର ସହ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri