ମାର୍ଚ୍ଚ ୧ରେ ଭୁବନେଶ୍ୱରକୁ ଟ୍ରାକ୍ଟର ରାଲି

ସମ୍ବଲପୁର,୧୩।୨ (ବ୍ୟୁରୋ): ସମ୍ବଲପୁର ବରେଇପାଲି ମାର୍କେଟ ୟାର୍ଡ ପରିସରରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚାଷୀମାନେ ଟାଗେର୍ଟ କରି ବର୍ଷିଥିଲେ। ଫେବୃୟାରୀ ଶେଷ ସୁଦ୍ଧା ପଶ୍ଚିମ ଓଡିଶାର ବିଭିନ୍ନ ମଣ୍ଡିରେ ପଡିଥିବା ଧାନ ସଂଗ୍ରହ ସହ ରାଜ୍ୟ ସରକାର ଠିକା ଚାଷ ଓ ମଣ୍ଡି ଘରୋଇକରଣ ପାଇଁ ଆଣିଥିବା ଅଧ୍ୟାଦେଶ ବାତିଲ ଦାବିରେ ଚାଷୀମାନେ ମାର୍ଚ୍ଚ ୧ରେ ଭୁବନେଶ୍ୱରକୁ ଟ୍ରାକ୍ଟର ରାଲି କରିବେ ବୋଲି ଚେତାବନୀ ଦେଇଛନ୍ତି। ବାଇକ୍‌ରେ ମଧ୍ୟ ପଶ୍ଚିମ ଓଡିଶାର ହଜାର ସଂଖ୍ୟାରେ ଚାଷୀ ବିଧାନସଭା ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି।
ପଶ୍ଚିମ ଓଡିଶା କୃଷକ ସଂଗଠନ ଆବାହକ ଅଶୋକ ପ୍ରଧାନ କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଚିନ୍ତା କରୁନାହାନ୍ତି। ଚାଷୀଙ୍କୁ ନେଇ ଅଯଥାରେ ରାଜନୀତି କରାଯାଉଛି। ବାସ୍ତବରେ ଚାଷୀ ଘରୋଇକରଣକୁ ବିରୋଧ କରିଆସିଛି। ହେଲେ ରାଜ୍ୟ ସରକାର ପୂର୍ବରୁ ୨ଥର ମଣ୍ଡି ଘରୋଇକରଣ କରିବା ଓ ଠିକା ଚାଷକୁ ନେଇ ବିଲ୍‌ ପାସ୍‌ କରିବାକୁ ଚେଷ୍ଟା କରିଥିଲେ। ହେଲେ ବିରୋଧ ହେବାରୁ ତାହା ହୋଇପାରି ନ ଥିଲା। ଇତିମଧ୍ୟରେ ଏହି ଅଧ୍ୟାଦେଶ ଆଣିଥିବା ଜଣାପଡିଛି। ଏହା ବିରୋଧରେ ପଶ୍ଚିମ ଓଡିଶାର ଚାଷୀ ଭୁବନେଶ୍ୱର ଯାଇ ଆନ୍ଦୋଳନ କରିବେ। ସମ୍ବଲପୁର ଜିଲା ସମେତ ପଶ୍ଚିମ ଓଡିଶାରେ ଲକ୍ଷାଧିକ କୁଇଣ୍ଟାଲ ଧାନ ପଡିରହିଛି। ଏହାସହ ଅଦିନିଆ ବର୍ଷାରେ ଧାନ ନଷ୍ଟ ହୋଇଯାଇଛି। ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ଅଭିଯୋଗ ସହ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଏପରି କି ଧାନ ସଂଗ୍ରହ ପାଇଁ
ରାଜ୍ୟ ସରକାର ସିଧାସଳଖ ମନା କରିଦେଉଛନ୍ତି। ବିକଳ୍ପ ନ ଥିବାରୁ ଚାଷୀମାନେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ସମର୍ଥନ କରିବ ଓ ଭାଗିଦାରୀ ରହିବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ପ୍ରଧାନ, ମୁରାରୀ ପୁରୋହିତ, ସୁଶୀଲ ସାହୁ, ମର୍କଧ୍ୱଜ ପ୍ରଧାନ, ଗିରିଶ ସାହୁ, ଶିବ ପ୍ରଧାନ, ସରୋଜ ମହାନ୍ତି, ଦିଲୀପ ବଢ଼େଇ, ବିରଞ୍ଚତ୍ ସାହୁ, ପ୍ରଦୀପ ସ୍ବାଇଁ, ହରିଶଙ୍କର ପୁରୋହିତ, ବ୍ୟୋମକେଶ ଠାକୁର, ଉମେଶ ମିଶ୍ର, ସୁରେଶ ତ୍ରିପାଠୀ, ଦେବେନ୍ଦ୍ର ପ୍ରଧାନ, ଏମ୍‌ ଗୋବିନ୍ଦୁ, ଗୌରବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?