ସେଓ ଚାଷ କରି ଉଦାହରଣ ସୃଷ୍ଟିକଲେ ରବୀନ୍ଦ୍ର

କୋରେଇ,୪ା୫(ଡି.ଏନ.ଏ.): ଗଛ ଡାଳରେ ଝୁଲୁଛି ପିଜୁଳି, ସପେଟା, ଆମ୍ବ ଏବଂ ସେଓ। ଧୀର ପବନରେ ଝୁଲିଝୁଲି ସତେ ଯେପରି ଆନନ୍ଦରେ ନାଚୁଛି ସେଓ ପେନ୍ଥା। ଏହା କଶ୍ମୀର କିମ୍ବା ଅନ୍ୟ କୌଣସି ରାଜ୍ୟର ଦୃଶ୍ୟ ନୁହେଁ। ଏହା ହେଉଛି ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତରେ ଥିବା ଫଳ ବଗିଚାର ଦୃଶ୍ୟ। ଏଭଳି ଫଳ ଚାଷ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ବନ୍ଦାଳୋ ପଞ୍ଚାୟତର ରବୀନ୍ଦ୍ର ନାୟକ(୫୫)। ଯାଜପୁର ମାଟିରେ ସେଓ ଚାଷ କରି ଅନେକ ଚାଷୀଙ୍କ ପାଇଁ ସେ ଉଦାହରଣ ସୃଷ୍ଟି କରିଛନ୍ତି। ରବୀନ୍ଦ୍ରଙ୍କୁ କୌଣସି ସରକାରୀ ସାହାଯ୍ୟ ମିଳି ନ ଥିଲେ ମଧ୍ୟ ସେ ପଛଘୁଞ୍ଚା ନ ଦେଇ ନିଜ କର୍ମକ୍ଷେତ୍ରରେ ଆଗେଇ ଚାଲିଛନ୍ତି। ନିଜ ବାଡ଼ିରେ ବିଭିନ୍ନ ପ୍ରକାରର ଆମ୍ବ, ପିଜୁଳି, ସପେଟା, ଅମୃତଭଣ୍ଡା ଆଦି ଚାଷ କରିବା ସହ ଏବେ ସେଓ ଚାଷ କରି ଅନେକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିଛନ୍ତି।
ରବୀନ୍ଦ୍ର ପ୍ରଥମେ ପନିପରିବା ଚାଷ ସହ ଆମ୍ବ, ପିଜୁଳି ଚାଷ କରୁଥିଲେ। ପରେ ସେ ଓଡ଼ିଶା ବାହାରର ଏକ ସେଓ ବଗିଚାକୁ ଯାଇ ସେଠାରୁ ସେଓ ଚାଷ ଦେଖିଥିଲେ। ଏଣୁ ସେ ନିଜେ ସେଓ ଚାଷ କରିବାର ଚିନ୍ତା କରି ବହୁ ଆଶାଆଶଙ୍କା ମଧ୍ୟରେ ଏକ ବର୍ଷ ପୂର୍ବେ ପରୀକ୍ଷାମୂଳକ ଭାବେ ୬୦ ସେଓ ଗଛ ଆଣି ଲଗାଇଥିଲେ। ଏହାଦେଖି ଗ୍ରାମବାସୀ ରବୀନ୍ଦ୍ରଙ୍କୁ ସମାଲୋଚନା କରିବା ସହ ଯାଜପୁରରେ ସେଓ ଫଳାଇବା ଅସମ୍ଭବ ବୋଲି କହିଥିଲେ। ଏହାକୁ ଭ୍ରୂକ୍ଷେପ ନ କରି ରବୀନ୍ଦ୍ର ପ୍ରାୟ ଏକ ବର୍ଷ ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମ କରିବା ପରେ ଶେଷରେ ଚଳିତବର୍ଷ ଗଛରେ ସେଓ ଫଳିଛି। ସେଓ ଗଛରେ ପ୍ରଚୁର ପରିମାଣର ସେଓ ଫଳିବା ଯୋଗୁ ଗଛ ପ୍ରତି ବିପଦ ଆଶଙ୍କା କରି ରବୀନ୍ଦ୍ର ଅଳ୍ପ ସେଓ ରଖି ବାକି ସବୁକୁ ତୋଳି ଦେଉଛନ୍ତି।
ଏହି ସେଓ ଚାଷ ବିଷୟରେ ଜାଣିବା ପରେ ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳ ସହ ଅନେକ ଜିଲାରୁ ଚାଷୀ ଆସି ରବୀନ୍ଦ୍ରଙ୍କ ସେଓ ବଗିଚା ବୁଲି ଦେଖିବା ସହ ବେଶ୍‌ ପ୍ରଶଂସା କରୁଛନ୍ତି। ଚଳିତ ବର୍ଷ ପ୍ରଥମ କରି ସେଓ ଫଳିଥିବାବେଳେ ସେଓକୁ ଛାଡ଼ି ଅନ୍ୟ ସମସ୍ତ ଫଳ ଚାଷରୁ ଖର୍ଚ୍ଚ ଯିବା ପରେ ବର୍ଷକୁ ପ୍ରାୟ ୫ ଲକ୍ଷ ଟଙ୍କା ଆୟ କରୁଥିବା ସେ ପ୍ରକାଶ କରିଛନ୍ତି। ଶୀତଳଭଣ୍ଡାର ଏବଂ ବଜାର ସମସ୍ୟାର ଅଭାବ ଥିବାରୁ ଅନେକ ଚାଷୀ ଚାଷ ଛାଡୁଥିବାବେଳେ ରବୀନ୍ଦ୍ର ଏବଂ ତାଙ୍କ ଭାଇ ପରିଶ୍ରମ କରି ସଫଳ ହୋଇଛନ୍ତି। ରବୀନ୍ଦ୍ର ନିଜ ଫଳ ବଗିଚାରେ ୪ ଜଣଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି। ଆଗକୁ ବିଭିନ୍ନ ପ୍ରକାର ଫଳଗଛ ଲଗାଇ ଏକ ନର୍ସରି ଆରମ୍ଭ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ବର୍ତ୍ତମାନ ଯୁବପିଢ଼ି ବେକାରି ସମସ୍ୟା ନେଇ ଚିନ୍ତିତ ଥିବାବେଳେ ଚାକିରି ଖୋଜିବାରେ ସମୟ ନଷ୍ଟ ନ କରି ଚାଷ କରି ଭଲ ରୋଜଗାର କରିବାକୁ ରବୀନ୍ଦ୍ର ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀମାନେ ଚାଷ ପାଇଁ ମନ ବଳାଉନାହାନ୍ତି। ଜିଲା ପ୍ରଶାସନ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଦେଲେ ରବୀନ୍ଦ୍ରଙ୍କ ପରି ଅନେକ ଚାଷୀ ସୃଷ୍ଟି ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri