ସେଓ ଚାଷ କରି ଉଦାହରଣ ସୃଷ୍ଟିକଲେ ରବୀନ୍ଦ୍ର

କୋରେଇ,୪ା୫(ଡି.ଏନ.ଏ.): ଗଛ ଡାଳରେ ଝୁଲୁଛି ପିଜୁଳି, ସପେଟା, ଆମ୍ବ ଏବଂ ସେଓ। ଧୀର ପବନରେ ଝୁଲିଝୁଲି ସତେ ଯେପରି ଆନନ୍ଦରେ ନାଚୁଛି ସେଓ ପେନ୍ଥା। ଏହା କଶ୍ମୀର କିମ୍ବା ଅନ୍ୟ କୌଣସି ରାଜ୍ୟର ଦୃଶ୍ୟ ନୁହେଁ। ଏହା ହେଉଛି ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତରେ ଥିବା ଫଳ ବଗିଚାର ଦୃଶ୍ୟ। ଏଭଳି ଫଳ ଚାଷ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ବନ୍ଦାଳୋ ପଞ୍ଚାୟତର ରବୀନ୍ଦ୍ର ନାୟକ(୫୫)। ଯାଜପୁର ମାଟିରେ ସେଓ ଚାଷ କରି ଅନେକ ଚାଷୀଙ୍କ ପାଇଁ ସେ ଉଦାହରଣ ସୃଷ୍ଟି କରିଛନ୍ତି। ରବୀନ୍ଦ୍ରଙ୍କୁ କୌଣସି ସରକାରୀ ସାହାଯ୍ୟ ମିଳି ନ ଥିଲେ ମଧ୍ୟ ସେ ପଛଘୁଞ୍ଚା ନ ଦେଇ ନିଜ କର୍ମକ୍ଷେତ୍ରରେ ଆଗେଇ ଚାଲିଛନ୍ତି। ନିଜ ବାଡ଼ିରେ ବିଭିନ୍ନ ପ୍ରକାରର ଆମ୍ବ, ପିଜୁଳି, ସପେଟା, ଅମୃତଭଣ୍ଡା ଆଦି ଚାଷ କରିବା ସହ ଏବେ ସେଓ ଚାଷ କରି ଅନେକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିଛନ୍ତି।
ରବୀନ୍ଦ୍ର ପ୍ରଥମେ ପନିପରିବା ଚାଷ ସହ ଆମ୍ବ, ପିଜୁଳି ଚାଷ କରୁଥିଲେ। ପରେ ସେ ଓଡ଼ିଶା ବାହାରର ଏକ ସେଓ ବଗିଚାକୁ ଯାଇ ସେଠାରୁ ସେଓ ଚାଷ ଦେଖିଥିଲେ। ଏଣୁ ସେ ନିଜେ ସେଓ ଚାଷ କରିବାର ଚିନ୍ତା କରି ବହୁ ଆଶାଆଶଙ୍କା ମଧ୍ୟରେ ଏକ ବର୍ଷ ପୂର୍ବେ ପରୀକ୍ଷାମୂଳକ ଭାବେ ୬୦ ସେଓ ଗଛ ଆଣି ଲଗାଇଥିଲେ। ଏହାଦେଖି ଗ୍ରାମବାସୀ ରବୀନ୍ଦ୍ରଙ୍କୁ ସମାଲୋଚନା କରିବା ସହ ଯାଜପୁରରେ ସେଓ ଫଳାଇବା ଅସମ୍ଭବ ବୋଲି କହିଥିଲେ। ଏହାକୁ ଭ୍ରୂକ୍ଷେପ ନ କରି ରବୀନ୍ଦ୍ର ପ୍ରାୟ ଏକ ବର୍ଷ ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମ କରିବା ପରେ ଶେଷରେ ଚଳିତବର୍ଷ ଗଛରେ ସେଓ ଫଳିଛି। ସେଓ ଗଛରେ ପ୍ରଚୁର ପରିମାଣର ସେଓ ଫଳିବା ଯୋଗୁ ଗଛ ପ୍ରତି ବିପଦ ଆଶଙ୍କା କରି ରବୀନ୍ଦ୍ର ଅଳ୍ପ ସେଓ ରଖି ବାକି ସବୁକୁ ତୋଳି ଦେଉଛନ୍ତି।
ଏହି ସେଓ ଚାଷ ବିଷୟରେ ଜାଣିବା ପରେ ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳ ସହ ଅନେକ ଜିଲାରୁ ଚାଷୀ ଆସି ରବୀନ୍ଦ୍ରଙ୍କ ସେଓ ବଗିଚା ବୁଲି ଦେଖିବା ସହ ବେଶ୍‌ ପ୍ରଶଂସା କରୁଛନ୍ତି। ଚଳିତ ବର୍ଷ ପ୍ରଥମ କରି ସେଓ ଫଳିଥିବାବେଳେ ସେଓକୁ ଛାଡ଼ି ଅନ୍ୟ ସମସ୍ତ ଫଳ ଚାଷରୁ ଖର୍ଚ୍ଚ ଯିବା ପରେ ବର୍ଷକୁ ପ୍ରାୟ ୫ ଲକ୍ଷ ଟଙ୍କା ଆୟ କରୁଥିବା ସେ ପ୍ରକାଶ କରିଛନ୍ତି। ଶୀତଳଭଣ୍ଡାର ଏବଂ ବଜାର ସମସ୍ୟାର ଅଭାବ ଥିବାରୁ ଅନେକ ଚାଷୀ ଚାଷ ଛାଡୁଥିବାବେଳେ ରବୀନ୍ଦ୍ର ଏବଂ ତାଙ୍କ ଭାଇ ପରିଶ୍ରମ କରି ସଫଳ ହୋଇଛନ୍ତି। ରବୀନ୍ଦ୍ର ନିଜ ଫଳ ବଗିଚାରେ ୪ ଜଣଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି। ଆଗକୁ ବିଭିନ୍ନ ପ୍ରକାର ଫଳଗଛ ଲଗାଇ ଏକ ନର୍ସରି ଆରମ୍ଭ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ବର୍ତ୍ତମାନ ଯୁବପିଢ଼ି ବେକାରି ସମସ୍ୟା ନେଇ ଚିନ୍ତିତ ଥିବାବେଳେ ଚାକିରି ଖୋଜିବାରେ ସମୟ ନଷ୍ଟ ନ କରି ଚାଷ କରି ଭଲ ରୋଜଗାର କରିବାକୁ ରବୀନ୍ଦ୍ର ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀମାନେ ଚାଷ ପାଇଁ ମନ ବଳାଉନାହାନ୍ତି। ଜିଲା ପ୍ରଶାସନ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଦେଲେ ରବୀନ୍ଦ୍ରଙ୍କ ପରି ଅନେକ ଚାଷୀ ସୃଷ୍ଟି ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri