ପ୍ରଦର୍ଶିତ ହେବ ରାବଣ ପୋଡ଼ି

ବଇଣ୍ଡା, ୨୬ା୯ (ଡି.ଏନ.ଏ.): ପାଖେଇ ଆସୁଛି ଦଶହରା ପର୍ବ। ଏଥିପାଇଁ ଶେଷ ହୋଇଆସୁଛି ପ୍ରସ୍ତୁତି। ମୂର୍ତ୍ତି, ମେଢ଼ ଓ ତୋରଣ ନିର୍ମାଣ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ। ମଣ୍ଡପ ନିକଟରେ ଅସ୍ଥାୟୀ ଦୋକାନ ବଜାର ପଡ଼ିବା ଆରମ୍ଭ ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବନ୍ଧାଯାଉଛି ଟେଣ୍ଟ। ଗତ ୨ ବର୍ଷ ହେଲା ଧୁମ୍‌ଧାମରେ ପୂଜା ହୋଇ ନ ଥିବାରୁ ଏଥର ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ଲକ୍ଷ୍ୟ ରଖିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକର ବାମୁର ପୂଜା କମିଟି। ଚଳିତବର୍ଷ ୫୫ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଏହି କମିଟି ୧୦ ଲକ୍ଷ ଟଙ୍କାର ବଜେଟ୍‌ ରଖିଛି। ଚିତ୍ତାକର୍ଷକ ରାବଣ ପୋଡ଼ି ପାଇଁ ୪୦ ଫୁଟ ଉଚ୍ଚତାର ରାବଣ ପିତୁଳା ପ୍ରସ୍ତୁତ କରାଯାଉଛି। ଏହା ହିଁ ପୂଜାର ପ୍ରମୁଖ ଆକର୍ଷଣ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।
କମିଟି କର୍ମକର୍ତ୍ତାମାନଙ୍କ କହିବା ଅନୁଯାୟୀ, ୧୯୬୭ ମସିହାରେ ଗ୍ରାମରେ ପ୍ରଥମ କରି ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଗ୍ରାମର କରୁଣାକର ପ୍ରଧାନ, ପ୍ରସାଦି ପ୍ରଧାନ, ବାଶିଷ୍ଠ ପ୍ରଧାନ, ଜିତ ପ୍ରଧାନ, ଯତୀନ୍ଦ୍ର ନାଥ ପ୍ରଧାନ ଏକ ମାଟି ଘରେ ମା’ ଦୁର୍ଗାଙ୍କ ଫଟୋ ରଖି ପୂଜା କରିଥିଲେ। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୧୨୦ ଟଙ୍କା। ଗ୍ରାମବାସୀଙ୍କ ଠାରୁ ଆଦାୟ ହୋଇଥିବା ଧାନ ଓ ଚାଉଳ ମାଧ୍ୟମରେ ଏହି ଅର୍ଥ ସଂଗ୍ରହ କରାଯାଇଥିଲା। ହେଲେ ସମୟ ଅନୁସାରେ ପୂଜା ଆୟୋଜନରେ ଅନେକ ପରିବର୍ତ୍ତନ ଆସିଛି। ବିଶେଷକରି ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ପ୍ରତିବର୍ଷ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି। କରୋନା ପାଇଁ ଗତ ୨ ବର୍ଷ ଧରି ପୂଜା ନିରାଡ଼ମ୍ବର ରହିଥିଲା। ଦର୍ଶକମାନେ ମଧ୍ୟ ପୂଜା ବୁଲି ମଜା ଉଠାଇପାରି ନ ଥିଲେ। ତେଣୁ ଏବର୍ଷ ପୂଜାକୁ ବ୍ଲକ ଅଞ୍ଚଳବାସୀ ଚାହିଁ ବସିଛନ୍ତି। ସେମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମୂର୍ତ୍ତି ଓ ମେଢ଼ ସାଜସଜ୍ଜାକୁ ଆକର୍ଷଣୀୟ କରିବାକୁ ସମସ୍ତ ବ୍ୟବସ୍ଥା ହୋଇଛି। ବଇଣ୍ଡା ଅଞ୍ଚଳର ମୂର୍ତ୍ତି କାରିଗର ମୁରଲୀ ଶଙ୍ଖାରିଙ୍କ ଦ୍ୱାରା ସାଢେ ୭ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଉଛି। ୧୨ ଫୁଟ ଉଚ୍ଚତାର ମେଢ଼ କଟକ ଠାରେ ପ୍ରସ୍ତୁତ କରାଯାଉଛି। ସେହିପରି ପୂଜା ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ଯାତ୍ରା ପରିବେଷଣ କରାଯିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ଦିନ ୧ ହଜାର ଲୋକଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରିବାକୁ ସ୍ଥିର କରାଯାଇଛି। ରାବଣ ପୋଡ଼ି ବାମୁର ପୂଜା ମଣ୍ଡପର ପ୍ରମୁଖ ଆକର୍ଷଣ ହୋଇଥିବାରୁ ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ୪୦ ଫୁଟ ଉଚ୍ଚତାର ରାବଣ ନିର୍ମାଣ ସହ ଆତସବାଜି ପ୍ରଦର୍ଶନ କରାଯିବ। ସେହିପରି ଭସାଣି ଉସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ବାମୁର ଗ୍ରାମବାସୀ, ମାହେଶ୍ୱରୀ ଅଟୋ ମାଲିକ ସଂଘ, ଟ୍ରକ୍‌ ମାଲିକ ସଂଘ କର୍ମକର୍ତ୍ତାମାନେ ପୂଜା ଆୟୋଜନରେ ଲାଗିପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri