ପ୍ରଦର୍ଶିତ ହେବ ରାବଣ ପୋଡ଼ି

ବଇଣ୍ଡା, ୨୬ା୯ (ଡି.ଏନ.ଏ.): ପାଖେଇ ଆସୁଛି ଦଶହରା ପର୍ବ। ଏଥିପାଇଁ ଶେଷ ହୋଇଆସୁଛି ପ୍ରସ୍ତୁତି। ମୂର୍ତ୍ତି, ମେଢ଼ ଓ ତୋରଣ ନିର୍ମାଣ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ। ମଣ୍ଡପ ନିକଟରେ ଅସ୍ଥାୟୀ ଦୋକାନ ବଜାର ପଡ଼ିବା ଆରମ୍ଭ ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବନ୍ଧାଯାଉଛି ଟେଣ୍ଟ। ଗତ ୨ ବର୍ଷ ହେଲା ଧୁମ୍‌ଧାମରେ ପୂଜା ହୋଇ ନ ଥିବାରୁ ଏଥର ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ଲକ୍ଷ୍ୟ ରଖିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକର ବାମୁର ପୂଜା କମିଟି। ଚଳିତବର୍ଷ ୫୫ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଏହି କମିଟି ୧୦ ଲକ୍ଷ ଟଙ୍କାର ବଜେଟ୍‌ ରଖିଛି। ଚିତ୍ତାକର୍ଷକ ରାବଣ ପୋଡ଼ି ପାଇଁ ୪୦ ଫୁଟ ଉଚ୍ଚତାର ରାବଣ ପିତୁଳା ପ୍ରସ୍ତୁତ କରାଯାଉଛି। ଏହା ହିଁ ପୂଜାର ପ୍ରମୁଖ ଆକର୍ଷଣ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।
କମିଟି କର୍ମକର୍ତ୍ତାମାନଙ୍କ କହିବା ଅନୁଯାୟୀ, ୧୯୬୭ ମସିହାରେ ଗ୍ରାମରେ ପ୍ରଥମ କରି ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଗ୍ରାମର କରୁଣାକର ପ୍ରଧାନ, ପ୍ରସାଦି ପ୍ରଧାନ, ବାଶିଷ୍ଠ ପ୍ରଧାନ, ଜିତ ପ୍ରଧାନ, ଯତୀନ୍ଦ୍ର ନାଥ ପ୍ରଧାନ ଏକ ମାଟି ଘରେ ମା’ ଦୁର୍ଗାଙ୍କ ଫଟୋ ରଖି ପୂଜା କରିଥିଲେ। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୧୨୦ ଟଙ୍କା। ଗ୍ରାମବାସୀଙ୍କ ଠାରୁ ଆଦାୟ ହୋଇଥିବା ଧାନ ଓ ଚାଉଳ ମାଧ୍ୟମରେ ଏହି ଅର୍ଥ ସଂଗ୍ରହ କରାଯାଇଥିଲା। ହେଲେ ସମୟ ଅନୁସାରେ ପୂଜା ଆୟୋଜନରେ ଅନେକ ପରିବର୍ତ୍ତନ ଆସିଛି। ବିଶେଷକରି ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ପ୍ରତିବର୍ଷ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି। କରୋନା ପାଇଁ ଗତ ୨ ବର୍ଷ ଧରି ପୂଜା ନିରାଡ଼ମ୍ବର ରହିଥିଲା। ଦର୍ଶକମାନେ ମଧ୍ୟ ପୂଜା ବୁଲି ମଜା ଉଠାଇପାରି ନ ଥିଲେ। ତେଣୁ ଏବର୍ଷ ପୂଜାକୁ ବ୍ଲକ ଅଞ୍ଚଳବାସୀ ଚାହିଁ ବସିଛନ୍ତି। ସେମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମୂର୍ତ୍ତି ଓ ମେଢ଼ ସାଜସଜ୍ଜାକୁ ଆକର୍ଷଣୀୟ କରିବାକୁ ସମସ୍ତ ବ୍ୟବସ୍ଥା ହୋଇଛି। ବଇଣ୍ଡା ଅଞ୍ଚଳର ମୂର୍ତ୍ତି କାରିଗର ମୁରଲୀ ଶଙ୍ଖାରିଙ୍କ ଦ୍ୱାରା ସାଢେ ୭ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଉଛି। ୧୨ ଫୁଟ ଉଚ୍ଚତାର ମେଢ଼ କଟକ ଠାରେ ପ୍ରସ୍ତୁତ କରାଯାଉଛି। ସେହିପରି ପୂଜା ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ଯାତ୍ରା ପରିବେଷଣ କରାଯିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ଦିନ ୧ ହଜାର ଲୋକଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରିବାକୁ ସ୍ଥିର କରାଯାଇଛି। ରାବଣ ପୋଡ଼ି ବାମୁର ପୂଜା ମଣ୍ଡପର ପ୍ରମୁଖ ଆକର୍ଷଣ ହୋଇଥିବାରୁ ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ୪୦ ଫୁଟ ଉଚ୍ଚତାର ରାବଣ ନିର୍ମାଣ ସହ ଆତସବାଜି ପ୍ରଦର୍ଶନ କରାଯିବ। ସେହିପରି ଭସାଣି ଉସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ବାମୁର ଗ୍ରାମବାସୀ, ମାହେଶ୍ୱରୀ ଅଟୋ ମାଲିକ ସଂଘ, ଟ୍ରକ୍‌ ମାଲିକ ସଂଘ କର୍ମକର୍ତ୍ତାମାନେ ପୂଜା ଆୟୋଜନରେ ଲାଗିପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ମୁଣ୍ଡବିନ୍ଧା କରୁଛି ନ୍ୟାୟିକ ମାମଲା, ଆଇନ ବିଭାଗର ସହାୟତା ଲୋଡ଼ିଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗରେ ନ୍ୟାୟିକ ମାମଲାର ସୁପରିଚାଳନା କରିବାପାଇଁ ସ୍ବତନ୍ତ୍ର ଲିଗାଲ ସେଲ୍‌ ରହିଛି। ହେଲେ ବିଭିନ୍ନ ସମୟରେ ଦାୟିତ୍ୱସମ୍ପନ୍ନ ଅଧିକାରୀମାନେ ଠିକଣା…

ସୋମବାର ବନ୍ଦ ରହିବ ବ୍ୟାଙ୍କ? ଜାଣନ୍ତୁ RBIର ଛୁଟିଦିନ ସମ୍ବନ୍ଧୀୟ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଯଦି ଆପଣ ସୋମବାର, ୧୨ ଅକ୍ଟୋବର ୨୦୨୬ ଦିନ କୌଣସି ଜରୁରୀ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଯୋଜନା କରୁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ…

ଭାରତରେ ପ୍ରତି ୫ ଜଣରେ ଜଣେ ଝିଅ କରୁଛନ୍ତି ବାଲ୍ୟବିବାହ, ଜାତିସଂଘ ଓ ବିଶେଷଜ୍ଞଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୧୨ା୧୦(ପି.ଟି.): ୨୦୩୦ ମସିହା ସୁଦ୍ଧା ବିଶ୍ୱରୁ ବାଲ୍ୟବିବାହ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ଜାତିସଂଘ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବିଶ୍ୱର ମୋଟ ବାଲ୍ୟବିବାହର ଏକ-ତୃତୀୟାଂଶ ଭାରତରେ ସଂଘଟିତ…

ସଞ୍ଜୁଙ୍କ ସ୍ଥାନ ନେବେ କି ବୈଭବ? ଚତୁର୍ଥ T20 ପୂର୍ବରୁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୨ା୧୦: ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଭାରତୀୟ ଦଳ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଛି । ତେବେ ଦଳର ଓପନିଂ ଯୋଡ଼ିକୁ ନେଇ…

ଜେଜେମା’ଙ୍କ ମୃତ୍ୟୁ ପରେ ଭାଇ ସହ କଥା ହେବାକୁ ଫୋନ୍‌ ଦେଇ ନ ଥିଲା ପୋଲିସ: ଦୀପ୍‌କେ

ନୂଆଦିଲ୍ଲୀ,୧୨ା୧୦: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଶନିବାର ନୂଆଦିଲ୍ଲୀର ବିକ୍ଷୋଭ ପୂର୍ବରୁ ଏହାର ନେତା ଅଭିଜିତ୍‌ ଦୀପ୍‌କେଙ୍କୁ ପୋଲିସ ଅଟକ ରଖିଥିଲା। ସେହି ସମୟରେ ଦୀପ୍‌କେଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?