Posted inଜାତୀୟ

ଷଷ୍ଠ ମହଲାରୁ ଡେଇଁଲେ ମଡେଲ୍‌

ଯୋଧପୁର,୩୧।୧: ରାଜସ୍ଥାନର ଯୋଧପୁରର ମଡେଲ୍‌ ଗୁନ୍‌ଗୁନ୍‌ ଉପାଧ୍ୟାୟ ସନ୍‌ସିଟି ଯୋଧପୁରର ରତନଡା ପୋଲିସ ଷ୍ଟେଶନ ନିକଟ ଏକ ହୋଟେଲର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟବଶତଃ ସେ ସିଧା ଭୂମିରେ ପଡ଼ିବା ପରିବର୍ତ୍ତେ ତଳେ ପାର୍କିଂ ହୋଇଥିବା କାର ଉପରେ ପଡ଼ିଯାଇଥିଲେ। ଏହି କାରଣରୁ ତାଙ୍କ ଗୋଡ ଏବଂ ଛାତି ହାଡ ଭାଙ୍ଗି ଯାଇଥିଲେ ମଧ୍ୟ ଜୀବନ ରକ୍ଷା ହୋଇଯାଇଛି। ଗୁନ୍‌ଗୁନ୍‌ଙ୍କୁ ଏମଡିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଏବେ ସେ ବିପଦମୁକ୍ତ ଥିବା କୁହାଯାଉଛି। ଏହି ଦୁର୍ଘଟଣା ପରେ ଗୁନ୍‌ଗୁନ୍‌ଙ୍କ ବାପା ଜଣେ ଯୁବକ ନାଁରେ ବ୍ଲାକମେଲ କରିବା ଅଭିଯୋଗରେ ମାମଲା ରୁଜୁ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସର ସୂଚନାନୁସାରେ, ଗୁନ୍‌ଗୁନ୍‌ଙ୍କ ପିତା ମାଣ୍ଡିରେ ବ୍ୟବସାୟ କରନ୍ତି। ଗୁନ୍‌ଗୁନ୍‌ ମଡେଲିଂ କରନ୍ତି। ଆତ୍ମହତ୍ୟା ଉଦ୍ୟମର କାରଣ ପ୍ରକାଶ କରାଯାଇ ନାହିଁ।
ଗୁନ୍‌ଗୁନ୍‌ ହୋଟେଲରୁ ତାଙ୍କ ବାପାଙ୍କୁ ଫୋନ କରି ସେ ଆତ୍ମହତ୍ୟା କରିବାକୁ ଯାଉଥିବା କଥା କହିଥିଲେ। ଏହା ଶୁଣି ତାଙ୍କ ବାପା ପୋଲିସକୁ ଫୋନ କରି ସାହାଯ୍ୟ ମାଗିଥିଲେ। ପୋଲିସ ଗୁନ୍‌ଗୁନ୍‌ଙ୍କ ଫୋନ ଟ୍ରାକ କରି ହୋଟେଲ ପହଞ୍ଚିଥିଲା। ହେଲେ ସେତେବେଳକୁ ସେ ହୋଟେଲର ଷଷ୍ଠ ମହଲାରୁ ଡେଇଁ ସାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଏତ୍‌ନାମ ଯିବେ ରାଜନାଥ: ୧୨ ହାଇସ୍ପିଡ୍‌ ଗାର୍ଡ ବୋଟ୍‌କୁ କରିବେ ହସ୍ତାନ୍ତର

ନୂଆଦିଲ୍ଲୀ,୫।୬: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୁନ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଭିଏତ୍‌ନାମ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଭିଏତ୍‌ନାମ...

୧୦ବର୍ଷ ପୁରୁଣା ମାମଲାର ବିଚାର ଶୀଘ୍ର କରାଯିବ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୨୦।୧୧: ଦେଶର ବିଭିନ୍ନ କୋର୍ଟରେ ପଡ଼ିରହିଥିବା ମାମଲାଗୁଡ଼ିକର ବିଚାର ଶୀଘ୍ର କରିବାକୁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ଲୋକସଭାରେ କହିଛନ୍ତି। ୧୦ ବର୍ଷ ଧରି ପଡ଼ିରହିଥିବା...

ପୃଥିବୀର ୮୦ ପ୍ରତିଶତ ଲୋକ ଖାଉଛନ୍ତି କୀଟପତଙ୍ଗ: ଭାରତରେ ଶହେ ପ୍ରଜାତି ଖାଦ୍ୟ ଯୋଗ୍ୟ

ଆଲମୋରା,୭।୧୧: ଆଗାମୀ ଦିନରେ ପୃଥିବୀରେ ଖାଦ୍ୟ ସଙ୍କଟ ଦେଖାଯିବ। ଏପରିସ୍ଥଳେ କୀଟପତଙ୍ଗକୁ ଖାଦ୍ୟ ଭାବେ ବ୍ୟବହାର କରାଗଲେ ଏହି ସମସ୍ୟାର ସହଜରେ ସମାଧାନ ହୋଇପାରିବ। ସମ୍ପ୍ରତି...

ଟ୍ରାଫିକ୍‌ ନିୟମ ବୁଝାଉଥିବା ‘ଡ୍ୟାନ୍ସିଂ ଗର୍ଲ’ଙ୍କ ଭିଡିଓ ଭାଇରାଲ

ଇନ୍ଦୋର, ୧୯।୧୧: ମଧ୍ୟ ପ୍ରଦେଶରେ ଜଣେ ଏମ୍‌ବିଏ ଛାତ୍ରୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଛାତ୍ରୀ ଜଣକ ଟ୍ରାଫିକ୍‌ ପୋଷ୍ଟରେ ଲୋକଙ୍କୁ ଭିନ୍ନ...

ସିଆର୍‌ପିଏଫ୍‌ ଯବାନଙ୍କୁ ଟାର୍ଗେଟ: ଆଇଇଡ଼ି ବିସ୍ଫୋରଣ କଲେ ଆତଙ୍କବାଦୀ

ଶ୍ରୀନଗର,୧୬।୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ମଙ୍ଗଳବାର ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ବିଜ୍‌ବିହାରାର ପାଜାଲପୋରାରେ ସିଆର୍‌ଆର୍‌ପିଏଫ୍‌ ରୋଡ୍‌ ଓପନିଂ ପାର୍ଟିକୁ କ୍ଷତି...

ଦେଶରେ ସାଇକେଲ୍‌ର ପଡିପାରେ ଅଭାବ ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୯।୭: ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। ଏପର୍ଯ୍ୟନ୍ତ କୌଣସି ଟିକା ବାହାରି ନ ଥିବାରୁ ଏହି ମହାମାରୀ ଏବେ ମାଡିଚାଲିଛି।...

ପୁଣି ସଂଘର୍ଷ ଆଶଙ୍କା: ଡେପସାଙ୍ଗ୍‌ ଉପରେ ଚାଇନା ଆଖି

ଲଦାଖ, ୧୮।୭: ଭାରତ ଚାଇନା ମଧ୍ୟରେ ଲଦାଖ ସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ର ଗଲଓ୍ବାନ ଘାଟିରେ ହିଂସ୍ରକ ସଂଘର୍ଷ ଘଟିବା ପରେ ସୀମା ବିବାଦର ଶାନ୍ତିପୂର୍ଣ୍ଣ...

ଆଜାଦ୍‌ କରୁଥିଲେ ଡ୍ରଇଁ ରୁମ୍‌ ରାଜନୀତି, ତାଙ୍କ ବିନା ଦଳ ଉପରେ କୌଣସ ପ୍ରଭାବ ପଡ଼ିବ ନାହିଁ, କହିଲା କଂଗ୍ରେସ …

ନୂଆଦିଲ୍ଲୀ, ୧।୯ : କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଦଳର ନେତାଙ୍କ...

Advertisement
Archives

Model This Week