Posted inଜାତୀୟ

କୁରାନରେ ଉଲ୍ଲେଖ ଅଛି ସ୍ତ୍ରୀ-ସନ୍ତାନଙ୍କ ଯତ୍ନ ନେବା ସ୍ବାମୀଙ୍କ କର୍ତ୍ତବ୍ୟ: ହାଇକୋର୍ଟ…

ବେଙ୍ଗାଲୁରୁ,୩୧।୭ : ଇସଲାମର ପବିତ୍ର ଧର୍ମଗ୍ରନ୍ଥ କୁରାନରେ ଉଲ୍ଲେଖ ଥିବା ତଥ୍ୟ ଦର୍ଶାଇ କର୍ନାଟକ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି କୁରାନରେ କୁହାଯାଇଛି ସ୍ତ୍ରୀ ଏବଂ ସନ୍ତାନର ଯତ୍ନ ନେବା ସ୍ବାମୀଙ୍କର କର୍ତ୍ତବ୍ୟ। ବିଶେଷ କରି ଯେତେବେଳେ ସେମାନେ ଅସହାୟ ହୋଇଥାନ୍ତି ସ୍ବାମୀ ନିଜର କର୍ତ୍ତବ୍ୟରୁ ଓହରି ଯାଇ ପାରିବେ ନାହିଁ।

ସ୍ବାମୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ପ୍ରତି ମାସରେ ଦିଆଯିବାକୁ ଥିବା ରାଶି ୨୫ ହଜାର ଟଙ୍କାକୁ ହ୍ରାସ କରାଯିବାକୁ ଆବେଦନକାରୀଙ୍କ ଦାବିକୁ କୋର୍ଟ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି।
ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରୁଥିଲେ। ମହମ୍ମଦ ଅମଜାଦ ହାଇକୋର୍ଟରେ ପରିବାର କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ମହମ୍ମଦ ଅମଜାଦ ଏବଂ ନସିମା ବାନୁ ଅଲଗା ହୋଇଯାଇଛନ୍ତି ଏବଂ ପରିବାର କୋର୍ଟ ଅମଜାଦଙ୍କୁ ନାସିମା ଏବଂ ତାଙ୍କ ସନ୍ତାନର ଦାୟିତ୍ୱ ଗ୍ରହଣ କରିବାକୁ ଏବଂ ପ୍ରତି ମାସରେ ତାଙ୍କୁ ୨୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆବେଦନକୁ ଖାରଜ କରି ହାଇକୋର୍ଟ କହିଛନ୍ତି କୁରାନ ଓ ହଦିସରେ କୁହାଯାଇଛି ସ୍ତ୍ରୀ ଏବଂ ସନ୍ତାନର ଯତ୍ନ ନେବା ସ୍ବାମୀଙ୍କର ଦାୟିତ୍ୱ। ଜଷ୍ଟିସ ଦୀକ୍ଷିତ ଆହୁରି ମଧ୍ୟ କହିଛନ୍ତି ଆବେଦନକାରୀଙ୍କ ଚାହିଦା ମଧ୍ୟ ଗ୍ରହଣ କରାଯାଇପାରିବ ନାହିଁ ମାସିକ ୨୫ ହଜାର ଟଙ୍କା ପରିମାଣ ବହୁତ ଅଧିକ। କୋର୍ଟ କହିଛନ୍ତି ମୁଦ୍ରାସ୍ଫୀତିର ଏହି ଯୁଗରେ ଯେତେବେଳେ ରୋଟି, ରୁଟି ଭଳି ଅତ୍ୟାବଶ୍ୟକ ଜିନିଷ ରକ୍ତ ଅପେକ୍ଷା ମହଙ୍ଗା ହୋଇଥାଏ, ସେତେବେଳେ ଆବେଦନକାରୀଙ୍କ ଏହି ଦାବି ଗ୍ରହଣ କରାଯାଇପାରିବ ନାହିଁ।

ଅଦାଲତ କହିଛନ୍ତି ଛଡପତ୍ର ହେବା ପରେ ସ୍ତ୍ରୀ ଦାରିଦ୍ର୍ୟର ଶିକାର ହେବେ ନାହିଁ କିମ୍ବା ଗୃହହୀନ ହୋଇପାରିବେ ନାହିଁ। ଏହି ମାମଲାରେ ଆଡଭୋକେଟ ଦିଲଦାର ଶିରାଲୀ ମହମ୍ମଦ ଅମଜାଦଙ୍କ ତରଫରୁ ହାଜର ହୋଇଥିବାବେଳେ ନାସିମାଙ୍କ ପକ୍ଷକୁ ଓକିଲ ଇରଶାଦ ଅହମ୍ମଦ କୋର୍ଟରେ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri