Posted inଫୁରସତ

ଧୂମପାନ ତ୍ୟାଗ ସମ୍ଭବ

ପ୍ରତିବର୍ଷ ମାର୍ଚ୍ଚ ୧୩ ତାରିଖକୁ ‘ଜାତୀୟ ଧୂମପାନ ବର୍ଜନ ଦିବସ’ ଭାବରେ ପାଳନ କରାଯାଇଥାଏ। ଏକ ସଦ୍ୟତମ ଆକଳନରୁ ଜଣାପଡିଛି ଯେ, ପ୍ରତିବର୍ଷ ସମଗ୍ର ବିଶ୍ୱରେ ପ୍ରାୟ ୬୦ ଲକ୍ଷ ଲୋକ ଧୂମପାନଜନିତ ରୋଗ ଯୋଗୁ ମୃତ୍ୟୁବରଣ କରିଥାଆନ୍ତି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ଲୋକ (୧୦ ପ୍ରତିଶତ) ଧୂମପାନ କରୁ ନ ଥିଲେ ମଧ୍ୟ ଦ୍ୱିତୀୟ ପ୍ରକାର ଧୂମ (ସେକେଣ୍ଡ ହ୍ୟାଣ୍ଡ ସ୍ମୋକ୍‌) ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥାଆନ୍ତି। ତୃତୀୟ ପ୍ରକାର ତମାଖୁ ଧୂମ ମଧ୍ୟ ସେହିପରି ଗର୍ଭସ୍ଥ ଶିଶୁକୁ ମା’ର ରକ୍ତ ସଞ୍ଚାଳନ ଦ୍ୱାରା ବାହିତ ଧୂମ ରାସାୟନିକ ଦ୍ୱାରା ପ୍ରଭାବିତ କରି ନାନା ରୋଗରେ ପକାଇଥାଏ। ଏପରି କି ବିକଳାଙ୍ଗ ଶିଶୁ ଜନ୍ମ ନେବାର ଆଙ୍କା ଥାଏ।
ପ୍ରଥମ ପ୍ରକାର ଧୂମ ହେଲା ଯାହା ଧୂମପାୟୀ ବ୍ୟକ୍ତିର ଶରୀରକୁ ଯାଏ। ଦ୍ୱିତୀୟ ପ୍ରକାର ଧୂମ ହେଲା ଯାହା ଧୂମପାୟୀ ବ୍ୟକ୍ତି ବାହାରକୁ ଛାଡ଼ିଥାଏ ଏବଂ ସେ ବ୍ୟବହାର କରୁଥିବା ଜଳନ୍ତା ସିଗାରେଟ୍‌ କିମ୍ବା ବିଡିର ଅଂଶରୁ ବାହାରୁଥିବା ଧୂଅଁା। ପରିସଂଖ୍ୟାନ ତଥ୍ୟାନୁଯାୟୀ ଗୋଟିଏ ମାତ୍ର ସିଗାରେଟ୍‌ ପାନ କଲେ ଆମ ଜୀବନରୁ ୧୧ ମିନିଟ୍‌ କ୍ଷୟ ହୋଇଥାଏ। ସମସ୍ତ ପ୍ରକାର ହୃଦ୍‌ରୋଗଜନିତ ରୋଗର ୨୦ ପ୍ରତିଶତ ଧୂମପାନ ଯୋଗୁ ହୋଇଥାଏ। ଆମ ଦେଶରେ ପ୍ରତିବର୍ଷ ହାରାହାରି ୧୦ ଲକ୍ଷରୁ ଅଧିକ ଲୋକ ଧୂମପାନଜନିତ ରୋଗରେ ମୃତ୍ୟୁବରଣ କରିଥାଆନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ)ର ଆକଳନ ଅନୁଯାୟୀ ଭାରତର ୭୦ ପ୍ରତିଶତ ପୁରୁଷ ଏବଂ ୧୩-୧୫ ପ୍ରତିଶତ ମହିଳାମାନେ ଧୂମପାନ କରିଥାଆନ୍ତି।
ନିୟମିତ ଧୂମପାନ କଲେ ହୃଦ୍‌ରୋଗ, ଫୁସଫୁସଜନିତ ରୋଗ ସହିତ ଅନ୍ଧତ୍ୱ, ଦ୍ୱିତୀୟ ପ୍ରକାର ମଧୁମେହ (ଟାଇପ-୨ ଡାଇବେଟିସ୍‌), ଉଚ୍ଚ ରକ୍ତଚାପ, ଯୌନ ଅକ୍ଷମତା, ହାଡର ଦୁର୍ବଳତା ଏପରି କି ଜନ୍ମିତ ଶିଶୁର ବିକଳାଙ୍ଗତା ଇତ୍ୟାଦି ହୋଇଥାଏ। ଧୂମପାନ ଫୁସଫୁସକୁ କ୍ଷତି ପହଞ୍ଚାଇବା ସହିତ ସ୍ବାସ୍ଥ୍ୟାବସ୍ଥାକୁ ଅଧିକ ମାତ୍ରାରେ କ୍ଷତି କରିଥାଏ। ତମାଖୁର ସୂକ୍ଷ୍ମ କଣିକା ଶରୀର ମଧ୍ୟକୁ ଯାଇ ନିମୋନିଆ,ଏମଫିସିମା, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଓ କ୍ୟାନ୍‌ସର ପରି ଜୀବନନାଶକ ରୋଗ ସୃଷ୍ଟି କରିଥାଏ। ପ୍ରକାର ଭେଦରେ ତମାଖୁ ଧୂମବିହୀନ ଏବଂ ଧୂମଯୁକ୍ତ-ଏହି ଦୁଇ ପ୍ରକାରର ଅଟେ। ଧୂମବିହୀନ ତମାଖୁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ। ଧୂମପାନ ତ୍ୟାଗ ଅତ୍ୟନ୍ତ ଉପକାରୀ ହୋଇଥାଏ। ଧୂମପାନ ତ୍ୟାଗର ମାତ୍ର କେଇ ମାସ ମଧ୍ୟରେ ଅନେକ ଉନ୍ନତି ମିଳିଥାଏ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ହ୍ରାସ, କଫ ଓ କାଶରେ କମ୍‌ ଏବଂ ନିଃଶ୍ୱାସ ନେବାରେ କ୍ଷମତା ବଢ଼ିଥାଏ।
ଧୂମପାନ ଓ ତମାଖୁ ତ୍ୟାଗ କରିବା ଉପାୟ : ପରିବାର, ବନ୍ଧୁମାନଙ୍କର ଦିଗ୍‌ଦର୍ଶନ, ଅନୁରୋଧ, ସହଯୋଗ ଏବଂ ବାରମ୍ବାର ନିରୀକ୍ଷଣ ଧୂମପାନ ତ୍ୟାଗ କରିବା ଲାଗି ଉତ୍ସାହ ବଢ଼ାଇଥାଏ। ଗୋଟିଏ ଥରରେ ଧୂମପାନକୁ ‘ନା’ କରିବା ଉଚିତ। ସୁଗାର ନ ଥିବା ଚୁଇଙ୍ଗମ ବ୍ୟବହାର କରିପାରନ୍ତି। ସ୍ଥଳବିଶେଷରେ ଚୁଇଙ୍ଗମ ସ୍ଥାନରେ ଲବଙ୍ଗ ଓ ଗୁଜୁରାତି ମଧ୍ୟ ବ୍ୟବହାର କରାଯାଇପାରେ। ଯେଉଁମାନେ ଚେନ୍‌ ସ୍ମୋକର ଏବଂ ଦୀଘଦିନ ଧରି ଧୂମପାୟୀ ସେମାନେ ଏଥିରେ ବୈଷୟିକ ଜ୍ଞାନ ଥିବା ବ୍ୟକ୍ତିମାନଙ୍କଠାରୁ ପରାମର୍ଶ ନେବା ଉଚିତ। ଏଥିପାଇଁ ମଧ୍ୟ ‘କୁଇଟ୍‌ ସ୍ମୋକ୍‌ ଥେରାପି’ (ଧୂମପାନ ତ୍ୟାଗ ଚିକିତ୍ସା) ଉପଲବ୍ଧ।
ଧୂମପାନ ତ୍ୟାଗର ମାତ୍ର କେଇଦିନ ମଧ୍ୟରେ ଶୁଙ୍ଘିବା ଶକ୍ତି ଏବଂ ଜିଭର ସ୍ବାଦ ଅନୁଭବ କରିବା ଶକ୍ତିରେ ଉନ୍ନତି ପରିଲକ୍ଷିତ ହୋଇଥାଏ। ସେହିପରି ମାତ୍ର କେଇ ସପ୍ତାହରେ କଫର ପରିମାଣ କମି ଯାଇଥାଏ ଏବଂ ଫୁସଫୁସର କାର୍ଯ୍ୟରେ ଉନ୍ନତି ଘଟିଥାଏ। ଧୂମପାନ ତ୍ୟାଗର ବର୍ଷେ ଭିତରେ ହୃଦ୍‌ଜନିତ ରୋଗ ହେବାର ଆଶଙ୍କା ପ୍ରାୟ ୫୦ ପ୍ରତିଶତ କମିଯାଏ। ଧୂମପାନ ତ୍ୟାଗ କରିବା ଦ୍ୱାରା ଜୀବନକାଳ ବଢ଼ିଥାଏ। ଏହାଦ୍ୱାରା ନିଜର ଉପକାର ହେବା ସହ ଅନ୍ୟମାନେ ମଧ୍ୟ ଲାଭବାନ ହୋଇଥାଆନ୍ତି। ନିଜକୁ ଅତ୍ୟଧିକ ପଜିଟିଭ ଏବଂ ସ୍ମାର୍ଟ ଲାଗେ।
-ଡା. ରାମଚନ୍ଦ୍ର ରାଉତ
ବରିଷ୍ଠ ଚିକିତ୍ସକ, ଅବସରପ୍ରାପ୍ତ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?