କୁଇଣ୍ଟାଲ ଗଞ୍ଜେଇ ଜବତ ସହ ୪ ଗିରଫ: ଗଜପତିରୁ ଦିଲ୍ଲୀ ହେଉଥିଲା ଚାଲାଣ

ବ୍ରହ୍ମପୁର ଅଫିସ,୧୬।୯: ଗଜପତିରୁ ନିୟମିତ ବ୍ୟବଧାନରେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ନଜିର ରହିଛି। ଏହାକୁ ରୋକିବା ପାଇଁ ଉଭୟ ଅବକାରୀ ଓ ପୋଲିସ ବିଭାଗ ସଜାଗ ରହିଛି। ଏପରିକି କିଛି ଦିନ ହେବ ସହର ଓ ସହରତଳିରେ ଅବକାରୀ ବିଭାଗ ପକ୍ଷରୁ ଚୋରା ଗଞ୍ଜେଇ ଓ ନକଲି ମଦ ଜବତ ଜାରି ରହିଛି। ଏହି ଧାରାରେ ଶୁକ୍ରବାର ଅବକାରୀ ବିଭାଗ ଗୋପାଳପୁର ଜଙ୍ଗସନରୁ ଏକ କାରରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଳନାରେ ସମ୍ପୃକ୍ତ ଥିବା ଚାରି ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଦିଲ୍ଲୀ ବାଦପୁର ଥାନା ଅନ୍ତର୍ଗତ ତୁଘାଲଖଦ ଗ୍ରାମର ମୋହସିନ ଅଂଶାରୀ (୩୨), ଉତ୍ତରପ୍ରଦେଶ ମେରୁଟ ଅଞ୍ଚଳର ଜିତେନ୍ଦ୍ର କୁମାର(୩୪) , ଗଜପତି ଜିଲା ଅଢ଼ବା ଥାନା ଅଞ୍ଚଳର ସୋମନାଥ ରଇତ (୨୪) ବିଧାନ ସିଂ(୨୨)। ଜେରା ବେଳେ ଅଭିଯୁକ୍ତ ମାନେ ଗଜପତି ଜିଲାରୁ ଗଞ୍ଜେଇ ଆଣି ବ୍ରହ୍ମପୁର ଦେଇ ନୂଆଦିଲ୍ଲୀ ଚାଲାଣ କରିଥାନ୍ତେ ବୋଲି ଅବକାରୀ ପୋଲିସ ଜାଣିବାକୁ ପାଇଛି। ଉପରୋକ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଉପ ଆୟୁକ୍ତ (ଦକ୍ଷିଣାଞ୍ଚଳ) ଅଶୋକ କୁମାର ଶତପଥି ସୂଚନା ଦେଇଛନ୍ତି। ଗଜପତିରୁ ବ୍ରହ୍ମପୁର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ଏକ ସୂତ୍ରରୁ ଖବର ମିଳିବା ପରେ ଅବକାରୀ ଟିମ୍‌ ଗୋପାଳପୁରଠାରେ ପାଟ୍ରୋଲିଂ କରୁଥିଲେ। ସେହି ରାସ୍ତା ଦେଇ ଆସୁଥିବା ଏକ ମାରୁତି ଓ୍ବାଗନେର ନମ୍ବର ଡ଼ିଏଲ ୪ସି ଏ ଏମ -୨୧୩୩
କାରକୁ ଉକ୍ତ ଟିମ ଅଟକାଇଥିଲେ। ଯାଞ୍ଚ ବେଳେ ଉକ୍ତ କାରରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଅବକାରୀ ଟିମ କାର ସହ ସେଥିରେ ଥିବା ୧୦୦ କେଜି ଗଞ୍ଜେଇ ଜବତ କରିଥିବା କହିଛି। ଚେକିଂ ବେଳେ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଏଏସ ଆଇ ବ୍ରଜବିହାରୀ ନାୟକ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଶୁକ୍ରବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ମନ୍ତ୍ରୀ ଏକ ପ୍ରେସ...

ଖଳାରେ କାମ କରୁଥିବା ସମୟରେ ମହିଳାଙ୍କୁ ଆକ୍ରମଣ କଲା ବାରହା

ରାଜନଗର,୨୩।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବେଲପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସକାଳୁ ଗାଁର ଅମରୀ ସାହାଣୀ ନାମକ ୬୦ ବର୍ଷୀୟା ଜଣେ ମହିଳା...

ଜେଲ୍‌ ଗଲେ ଲାଞ୍ଚୁଆ ଡିଏସ୍‌ପି

ଢେଙ୍କାନାଳ ଅଫିସ,୩୧ା୮: ଲାଞ୍ଚ ମାମଲାରେ ବୁଧବାର ଜେଲ୍‌ ଯାଇଛନ୍ତି ଢେଙ୍କାନାଳ ସଦର ଥାନାଧିକାରୀରୁ ଡିଏସ୍‌ପି ପଦୋନ୍ନତି ପାଇଥିବା ଅଭିନବ ଡାଳୁଆ। କୋଇଲା ପରିବହନକାରୀଙ୍କଠାରୁ ୨ଟି ଟ୍ରକ୍‌...

ଇଟାଭାଟି ନିଆଁ, ଧୂଆଁରେ ଜୀବନ ଅସ୍ତବ୍ୟସ୍ତ

ଡେରାବିଶ, ୧।୫(ସ୍ବ.ପ୍ର.): ଗତ ଏକ ସପ୍ତାହ ହେବ ଡେରାବିଶ ବ୍ଲକ ଅଞ୍ଚଳରେ ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱ ତାପମାତ୍ରା ଅନୁଭୂତ ହେଉଛି।  ଜନଜୀବନ ଉପରେ ଏହାର ପ୍ରଭାବ...

ନାବାଳିକାଙ୍କୁ ଅପହରଣ

ବୈଶିଙ୍ଗା,୨୭ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳର ଜନୈକା ୧୭ ବର୍ଷୀୟା ନାବାଳିକା ଗ୍ରାମ ପୋଖରୀକୁ ପାଣି ଆଣିବାକୁ ଯାଇ ଘରକୁ ଫେରିନାହାନ୍ତି। ପରିବାର ଲୋକେ...

ଘାରିଲା ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ କୋରାନାର ଦ୍ୱିତୀୟ ଲହର ହନ୍ତସନ୍ତ କରୁଥିବା ବେଳେ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା ବଢ଼ାଇ ଦେଇଛି। କୋରାନାରୁ ସୁସ୍ଥ ହେଉଥିବା କେତେଜଣ...

୩ରୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା!

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଅକ୍ଟୋବର ୧ ତାରିଖ ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ...

ଉଡାନ-୪ ଯୋଜନାରେ ସାମିଲ ହେବ ଓଡ଼ିଶାର ୩ ଏୟାରପୋର୍ଟ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଉଡାନ-୪ ଯୋଜନାରେ ରାଜ୍ୟର ୩ ଏୟାରପୋର୍ଟ ସାମିଲ ହେବ। ଜୟପୁର, ରାଉରକେଲା ଏବଂ ଉତ୍କେଲା ଏୟାରପୋର୍ଟ ଏହି ଯୋଜନାରେ ସାମିଲ ହେବା ନେଇ ମୁଖ୍ୟ...

Advertisement
Archives

Model This Week