ଶୀଘ୍ର ବାହାରୁ ସମାଧାନ ସୂତ୍ର

ଆଠମଲ୍ଲିକ,୧୮।୬(ଡି.ଏନ.ଏ.)  ଆଠମଲ୍ଲିକ-ଧଳପୁର ସେତୁ ଲୋକାର୍ପଣକୁ ଆଠମଲ୍ଲିକବାସୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ସେତୁ କାର୍ଯ୍ୟକ୍ଷମ ହେଲେ ଦକ୍ଷିଣ ଓଡ଼ିଶା ସହ ମଧ୍ୟ ଓଡ଼ିଶାର ସିଧାସଳଖ ସଂଯୋଗ ସମ୍ଭବ ହେବ। ତେବେ ଏହି ସେତୁର ସଂଯୋଗୀକରଣ ରାସ୍ତାରେ ଥିବା ଲେଭଲକ୍ରସିଂ ନିକଟରେ ଭିଡ଼ ଏଡ଼ାଇବାକୁ ଏକ ଗୋଲେଇ ଛକ (ରୋଟାରି) ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରୁଛନ୍ତି। କିନ୍ତୁ ବୈଷୟିକ ଅସୁବିଧା ରହିଥିବା ଠିକା ସଂସ୍ଥା କହିବା ସହ ପ୍ରଶାସନର ନିଷ୍ପତ୍ତିକୁ ଅପେକ୍ଷା କରି ଏଠାରେ ରାସ୍ତା ନିର୍ମାଣ ବନ୍ଦ ରଖିଛି। ଫଳରେ ସଂଯୋଗୀକରଣ ରାସ୍ତାର କିଛିଅଂଶ ଅଧାପନ୍ତରିଆ ଅବସ୍ଥାରେ ରହିଛି। ତେଣୁ ପ୍ରଶାସନ ଶୀଘ୍ର ସମାଧାନର ପନ୍ଥା ବାହାର କରିବା ପାଇଁ ଦାବି ହେଉଛି।
ପ୍ରକାଶ ଯେ, ଆଠମଲ୍ଲିକ-ଧଳପୁର ମହାନଦୀ ସେତୁ ଓ ଆଠମଲ୍ଲିକ-କିଆକଟା ରାଜ୍ୟ ରାଜପଥ ମଧ୍ୟରେ ଦେଢ଼ କିଲୋମିଟର ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉଛି। ତେବେ ଏହି ସଂଯୋଗୀକରଣ ରାସ୍ତାର ଲିପ୍ତିଙ୍ଗା ଗାଁ ନିକଟରେ ରହିଛି ଲେଭଲକ୍ରସିଂ। ଲିପ୍ତିଙ୍ଗା ଓ ପୁଲେଶ୍ୱର ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭର କରୁଥିବାବେଳେ ଆଠମଲ୍ଲିକ ସହରକୁ ମହାନଦୀରୁ ଯୋଗାଣ ହୋଇଥିବା ପାନୀୟ ଜଳର କାର୍ଯ୍ୟାଳୟ ଓ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପୁଲେଶ୍ୱର ନିକଟରେ ରହିଛି। ଫଳରେ ବହୁ ସଂଖ୍ୟକ ଶ୍ରମିକ ଓ କର୍ମଚାରୀ ଏହି ଛକ ଦେଇ ଯାତାୟାତ କରୁଛନ୍ତି। ଆଠମଲ୍ଲିକ-ଧଳପୁର ସେତୁ ଲୋକାର୍ପଣ ହେବା ମାତ୍ରେ ଏହି ସଂଯୋଗୀକରଣ ରସ୍ତା ଦେଇ ଦୈନିକ ସହସ୍ରାଧିକ ଗାଡି ଯାତାୟାତ କରିବ। ତେଣୁ ଲିପ୍ତିଙ୍ଗା ଗ୍ରାମର ଏହି ଲେଭଲକ୍ରସିଂଠାରେ ପ୍ରବଳ ଭିଡ଼ ଲାଗିବା ସହ ଦୁର୍ଘଟଣା ଆଶଙ୍କା ଦେଖାଦେବ। ଏହାକୁ ଏଡ଼ାଇବାକୁ ଲେଭଲକ୍ରସିଂଠାରେ ଗୋଲେଇ ଛକ ନିର୍ମାଣ କରିବାକୁ ଗ୍ରାମବାସୀ ଉପଖଣ୍ଡ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଥିଲେ। ଉପଜିଲାପାଳ ଲଳିତ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ୫ ଥର ଗ୍ରାମବାସୀଙ୍କ ପ୍ରତିନିଧି, ପୂର୍ତ୍ତ ବିଭାଗ ଅନୁଗୋଳ ଓ କନ୍ଧମାଳ ଡିଭିଜନର ଅଧିକାରୀ, ଠିକା ସଂସ୍ଥାର ଟେକ୍ନିକାଲ ପର୍ସନଙ୍କୁ ନେଇ ବୈଠକ ବସିଛି। ଗୋଲେଇ ଛକ ଦ୍ୱାରା କିଛିକାଂଶରେ ଟ୍ରାଫିକ ସମସ୍ୟା ସୁଧୁରିପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ହେଲେ ବୈଷୟିକ ସମସ୍ୟା ହିଁ ଏଥିରେ ଅଡ଼ୁଆ କରୁଛି। ଆଠମଲ୍ଲିକ – ଧଳପୁର ସେତୁ ଓ ସଂଯୋଗୀକରଣ ରାସ୍ତା ନିର୍ମାଣ କାର୍ଯ୍ୟ ଏବେ କନ୍ଧମାଳ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ସେତୁ ଲୋକାର୍ପିତ ହେଲାପରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଅନୁଗୋଳ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ। ଏହାପରେ ଯାଇ ଲେଭଲକ୍ରସିଂ ନିକଟରେ ଗୋଲେଇ ଛକ ନିର୍ମାଣ ପାଇଁ ବାଟ ଫିଟିବ। ଏହି ବୈଷୟିକ ସମସ୍ୟାର ସମାଧାନ ପ୍ରଶାସନ ତୁରନ୍ତ କରୁ ନ ଥିବାରୁ ସଂଯୋଗୀକରଣ ରାସ୍ତାର ପ୍ରାୟ କାମ ସରିଥିଲେ ମଧ୍ୟ ଲିପ୍ତିଙ୍ଗା ଗ୍ରାମ ଲେଭଲକ୍ରସିଂ ନିକଟରେ ୬୦ ମିଟର ରାସ୍ତା ନିର୍ମାଣ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri