ଶୀଘ୍ର ବାହାରୁ ସମାଧାନ ସୂତ୍ର

ଆଠମଲ୍ଲିକ,୧୮।୬(ଡି.ଏନ.ଏ.)  ଆଠମଲ୍ଲିକ-ଧଳପୁର ସେତୁ ଲୋକାର୍ପଣକୁ ଆଠମଲ୍ଲିକବାସୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ସେତୁ କାର୍ଯ୍ୟକ୍ଷମ ହେଲେ ଦକ୍ଷିଣ ଓଡ଼ିଶା ସହ ମଧ୍ୟ ଓଡ଼ିଶାର ସିଧାସଳଖ ସଂଯୋଗ ସମ୍ଭବ ହେବ। ତେବେ ଏହି ସେତୁର ସଂଯୋଗୀକରଣ ରାସ୍ତାରେ ଥିବା ଲେଭଲକ୍ରସିଂ ନିକଟରେ ଭିଡ଼ ଏଡ଼ାଇବାକୁ ଏକ ଗୋଲେଇ ଛକ (ରୋଟାରି) ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରୁଛନ୍ତି। କିନ୍ତୁ ବୈଷୟିକ ଅସୁବିଧା ରହିଥିବା ଠିକା ସଂସ୍ଥା କହିବା ସହ ପ୍ରଶାସନର ନିଷ୍ପତ୍ତିକୁ ଅପେକ୍ଷା କରି ଏଠାରେ ରାସ୍ତା ନିର୍ମାଣ ବନ୍ଦ ରଖିଛି। ଫଳରେ ସଂଯୋଗୀକରଣ ରାସ୍ତାର କିଛିଅଂଶ ଅଧାପନ୍ତରିଆ ଅବସ୍ଥାରେ ରହିଛି। ତେଣୁ ପ୍ରଶାସନ ଶୀଘ୍ର ସମାଧାନର ପନ୍ଥା ବାହାର କରିବା ପାଇଁ ଦାବି ହେଉଛି।
ପ୍ରକାଶ ଯେ, ଆଠମଲ୍ଲିକ-ଧଳପୁର ମହାନଦୀ ସେତୁ ଓ ଆଠମଲ୍ଲିକ-କିଆକଟା ରାଜ୍ୟ ରାଜପଥ ମଧ୍ୟରେ ଦେଢ଼ କିଲୋମିଟର ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉଛି। ତେବେ ଏହି ସଂଯୋଗୀକରଣ ରାସ୍ତାର ଲିପ୍ତିଙ୍ଗା ଗାଁ ନିକଟରେ ରହିଛି ଲେଭଲକ୍ରସିଂ। ଲିପ୍ତିଙ୍ଗା ଓ ପୁଲେଶ୍ୱର ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭର କରୁଥିବାବେଳେ ଆଠମଲ୍ଲିକ ସହରକୁ ମହାନଦୀରୁ ଯୋଗାଣ ହୋଇଥିବା ପାନୀୟ ଜଳର କାର୍ଯ୍ୟାଳୟ ଓ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପୁଲେଶ୍ୱର ନିକଟରେ ରହିଛି। ଫଳରେ ବହୁ ସଂଖ୍ୟକ ଶ୍ରମିକ ଓ କର୍ମଚାରୀ ଏହି ଛକ ଦେଇ ଯାତାୟାତ କରୁଛନ୍ତି। ଆଠମଲ୍ଲିକ-ଧଳପୁର ସେତୁ ଲୋକାର୍ପଣ ହେବା ମାତ୍ରେ ଏହି ସଂଯୋଗୀକରଣ ରସ୍ତା ଦେଇ ଦୈନିକ ସହସ୍ରାଧିକ ଗାଡି ଯାତାୟାତ କରିବ। ତେଣୁ ଲିପ୍ତିଙ୍ଗା ଗ୍ରାମର ଏହି ଲେଭଲକ୍ରସିଂଠାରେ ପ୍ରବଳ ଭିଡ଼ ଲାଗିବା ସହ ଦୁର୍ଘଟଣା ଆଶଙ୍କା ଦେଖାଦେବ। ଏହାକୁ ଏଡ଼ାଇବାକୁ ଲେଭଲକ୍ରସିଂଠାରେ ଗୋଲେଇ ଛକ ନିର୍ମାଣ କରିବାକୁ ଗ୍ରାମବାସୀ ଉପଖଣ୍ଡ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଥିଲେ। ଉପଜିଲାପାଳ ଲଳିତ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ୫ ଥର ଗ୍ରାମବାସୀଙ୍କ ପ୍ରତିନିଧି, ପୂର୍ତ୍ତ ବିଭାଗ ଅନୁଗୋଳ ଓ କନ୍ଧମାଳ ଡିଭିଜନର ଅଧିକାରୀ, ଠିକା ସଂସ୍ଥାର ଟେକ୍ନିକାଲ ପର୍ସନଙ୍କୁ ନେଇ ବୈଠକ ବସିଛି। ଗୋଲେଇ ଛକ ଦ୍ୱାରା କିଛିକାଂଶରେ ଟ୍ରାଫିକ ସମସ୍ୟା ସୁଧୁରିପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ହେଲେ ବୈଷୟିକ ସମସ୍ୟା ହିଁ ଏଥିରେ ଅଡ଼ୁଆ କରୁଛି। ଆଠମଲ୍ଲିକ – ଧଳପୁର ସେତୁ ଓ ସଂଯୋଗୀକରଣ ରାସ୍ତା ନିର୍ମାଣ କାର୍ଯ୍ୟ ଏବେ କନ୍ଧମାଳ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ସେତୁ ଲୋକାର୍ପିତ ହେଲାପରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଅନୁଗୋଳ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ। ଏହାପରେ ଯାଇ ଲେଭଲକ୍ରସିଂ ନିକଟରେ ଗୋଲେଇ ଛକ ନିର୍ମାଣ ପାଇଁ ବାଟ ଫିଟିବ। ଏହି ବୈଷୟିକ ସମସ୍ୟାର ସମାଧାନ ପ୍ରଶାସନ ତୁରନ୍ତ କରୁ ନ ଥିବାରୁ ସଂଯୋଗୀକରଣ ରାସ୍ତାର ପ୍ରାୟ କାମ ସରିଥିଲେ ମଧ୍ୟ ଲିପ୍ତିଙ୍ଗା ଗ୍ରାମ ଲେଭଲକ୍ରସିଂ ନିକଟରେ ୬୦ ମିଟର ରାସ୍ତା ନିର୍ମାଣ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri