ଭିତରକନିକା ସୁରକ୍ଷାକୁ ନେଇ ପ୍ରଶ୍ନ

କେନ୍ଦ୍ରାପଡ଼ା,୨୮ା୭(ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ ଦେଇ ଧାମରାରୁ କଟକ ପର୍ଯ୍ୟନ୍ତ କୋଇଲା ଚୋରା ଚାଲାଣ ପୁନର୍ବାର ଆରମ୍ଭ ହୋଇଯାଇଛି। ଏହି ଚୋରା ଚାଲାଣକାରୀ ରାକେଟ ଏବେ ସକ୍ରିୟ ହୋଇଥିବା ବେଳେ ଭିତରକନିକାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଲାଣି। ୪ ବର୍ଷ ମଧ୍ୟରେ ରାଜନଗର, ରାଜକନିକା ପୋଲିସ ୧୦ରୁ ଊର୍ଦ୍ଧ୍ୱ ଥର ଚୋରା କୋଇଲା ଚାଲାଣକାରୀଙ୍କୁ ଗିରଫ କଲାଣି।
ଏ ସମ୍ପର୍କରେ ରାଜନଗରର ପ୍ରତ୍ୟୁଷ ନାୟକ କହିଛନ୍ତି, ୨୦୧୯ ଏପ୍ରିଲରେ ରାଜନଗର ଥାନା ପୋଲିସ ଏପରି ଏକ ଘଟଣାରେ କଟକର ଖୁଣ୍ଟୁଣୀ ଅଞ୍ଚଳର ୨ ଜଣ ବ୍ୟକ୍ତିଙ୍କୁ କୋଇଲା ଭର୍ତ୍ତି ଟ୍ରକ୍‌ ସହ ଗିରଫ କରିଥିଲା। ଏହି ଘଟଣା ପରେ ବେଆଇନ ଭାବେ ହେଉଥିବା କୋଇଲା ଚାଲାଣ ବନ୍ଦ ହୋଇଥିଲା। ପୁଣି କିଛିବର୍ଷ ଧରି କୋଇଲାର ଚୋରାଚାଲାଣ ଭିତରକନିକା ଅଭୟାରଣ୍ୟ ବାଟ ଦେଇ କଟକକୁ ଚାଲିଛି। ଏ ନେଇ ବନ ବିଭାଗ ଅଥବା ସ୍ଥାନୀୟ ପୋଲିସର ତଦାରଖ ନାହିଁ। ଫଳରେ ଭିତରକନିକାର ସଂରକ୍ଷିତ ଜୀବଜନ୍ତୁଙ୍କ ଚୋରାଚାଲାଣ ସମ୍ଭାବନା ବଢ଼ି ଯାଇଛି। ଏ ନେଇ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ରାଜନଗରର ତପନ କୁମାର ସାମଲ କହିଛନ୍ତି, ଖମାର ପଞ୍ଚାୟତ ଅଧୀନ ପରମାନନ୍ଦପୁର ଗ୍ରାମ ସୀମାକୁ ଲାଗିଥିବା ବ୍ରାହ୍ମଣୀ ନଦୀକୂଳରେ ଏହି କାରବାର ଚାଲିଛି। ସିମେଣ୍ଟ ବସ୍ତାରେ ପ୍ୟାକିଂ ହୋଇ ଆସୁଥିବା ଏହି କୋଇଲା ଧାମରା ବନ୍ଦରରୁ ବୋଟ ଯୋଗେ ସମୁଦ୍ରପଥ ଓ ବୈତରଣୀ ନଦୀ ମଧ୍ୟ ଦେଇ ପରମାନନ୍ଦପୁରରେ ପହଞ୍ଚୁଛି। ବ୍ଲକର ନଳିତାପାଟିଆଠାରେ କୋଇଲା ଅନଲୋଡିଂ ହେଉଛି। ମାତ୍ର ୩ ଘଣ୍ଟା ମଧ୍ୟରେ ଏହା ଟ୍ରକ୍‌ରେ ଲଦା ହୋଇ କଟକ ସହ ଅନ୍ୟ ସହରକୁ ଚାଲାଣ ହେଉଛି। ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଏହି କାରବାର ଚାଲିଥିବା ବେଳେ ବନ ବିଭାଗ ଟୋଲ ଏଠାରୁ ମାତ୍ର ୧ କିଲୋମିଟର ଦୂର। ରାତିରେ କୋଇଲା ଭର୍ତ୍ତି ଟ୍ରକ୍‌ଗୁଡ଼ିକ ଯାଉଛି। ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଉପକୂଳ ସୁରକ୍ଷାକୁ ନେଇ ଜିଲା ପ୍ରଶାସନ ବହୁବାର ବୈଠକ କରୁଛନ୍ତି। ତେବେ ଏହାର କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଛି। ସମୁଦ୍ର ମଧ୍ୟ ଦେଇ ବାଂଲାଦେଶୀ କେନ୍ଦ୍ରାପଡ଼ାକୁ ଆସୁଥିବା ବେଳେ ବିଭିନ୍ନ ନିଶା କାରବାର ହେଉଥିବା ଗଣମାଧ୍ୟମରେ ଜାଣିବାକୁ ମିଳୁଛି। ସେହିପରି ଚିଙ୍ଗୁଡ଼ି ଘେରି ଉଚ୍ଛେଦ, ହେନ୍ତାଳବଣ ନଷ୍ଟକୁ ନେଇ ଜିଲା ପ୍ରଶାସନ ସତର୍କ ନ ଥିବା ବେଳେ କୋଇଲା ଚୋରା ଚାଲାଣ ଭିତରକନିକାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ରେଞ୍ଜର ମାନସ କୁମାର ଦାସଙ୍କୁ ପଚାରିବାରେ କୋଇଲା ଚୋରା ଚାଲାଣ ଘଟଣା ନଜରକୁ ଆସିନାହିଁ। ଏପରି କାର୍ଯ୍ୟ ଚାଲିଥିଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?