Odisha Elections 2024

ଭିତରକନିକା ସୁରକ୍ଷାକୁ ନେଇ ପ୍ରଶ୍ନ

କେନ୍ଦ୍ରାପଡ଼ା,୨୮ା୭(ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ ଦେଇ ଧାମରାରୁ କଟକ ପର୍ଯ୍ୟନ୍ତ କୋଇଲା ଚୋରା ଚାଲାଣ ପୁନର୍ବାର ଆରମ୍ଭ ହୋଇଯାଇଛି। ଏହି ଚୋରା ଚାଲାଣକାରୀ ରାକେଟ ଏବେ ସକ୍ରିୟ ହୋଇଥିବା ବେଳେ ଭିତରକନିକାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଲାଣି। ୪ ବର୍ଷ ମଧ୍ୟରେ ରାଜନଗର, ରାଜକନିକା ପୋଲିସ ୧୦ରୁ ଊର୍ଦ୍ଧ୍ୱ ଥର ଚୋରା କୋଇଲା ଚାଲାଣକାରୀଙ୍କୁ ଗିରଫ କଲାଣି।
ଏ ସମ୍ପର୍କରେ ରାଜନଗରର ପ୍ରତ୍ୟୁଷ ନାୟକ କହିଛନ୍ତି, ୨୦୧୯ ଏପ୍ରିଲରେ ରାଜନଗର ଥାନା ପୋଲିସ ଏପରି ଏକ ଘଟଣାରେ କଟକର ଖୁଣ୍ଟୁଣୀ ଅଞ୍ଚଳର ୨ ଜଣ ବ୍ୟକ୍ତିଙ୍କୁ କୋଇଲା ଭର୍ତ୍ତି ଟ୍ରକ୍‌ ସହ ଗିରଫ କରିଥିଲା। ଏହି ଘଟଣା ପରେ ବେଆଇନ ଭାବେ ହେଉଥିବା କୋଇଲା ଚାଲାଣ ବନ୍ଦ ହୋଇଥିଲା। ପୁଣି କିଛିବର୍ଷ ଧରି କୋଇଲାର ଚୋରାଚାଲାଣ ଭିତରକନିକା ଅଭୟାରଣ୍ୟ ବାଟ ଦେଇ କଟକକୁ ଚାଲିଛି। ଏ ନେଇ ବନ ବିଭାଗ ଅଥବା ସ୍ଥାନୀୟ ପୋଲିସର ତଦାରଖ ନାହିଁ। ଫଳରେ ଭିତରକନିକାର ସଂରକ୍ଷିତ ଜୀବଜନ୍ତୁଙ୍କ ଚୋରାଚାଲାଣ ସମ୍ଭାବନା ବଢ଼ି ଯାଇଛି। ଏ ନେଇ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ରାଜନଗରର ତପନ କୁମାର ସାମଲ କହିଛନ୍ତି, ଖମାର ପଞ୍ଚାୟତ ଅଧୀନ ପରମାନନ୍ଦପୁର ଗ୍ରାମ ସୀମାକୁ ଲାଗିଥିବା ବ୍ରାହ୍ମଣୀ ନଦୀକୂଳରେ ଏହି କାରବାର ଚାଲିଛି। ସିମେଣ୍ଟ ବସ୍ତାରେ ପ୍ୟାକିଂ ହୋଇ ଆସୁଥିବା ଏହି କୋଇଲା ଧାମରା ବନ୍ଦରରୁ ବୋଟ ଯୋଗେ ସମୁଦ୍ରପଥ ଓ ବୈତରଣୀ ନଦୀ ମଧ୍ୟ ଦେଇ ପରମାନନ୍ଦପୁରରେ ପହଞ୍ଚୁଛି। ବ୍ଲକର ନଳିତାପାଟିଆଠାରେ କୋଇଲା ଅନଲୋଡିଂ ହେଉଛି। ମାତ୍ର ୩ ଘଣ୍ଟା ମଧ୍ୟରେ ଏହା ଟ୍ରକ୍‌ରେ ଲଦା ହୋଇ କଟକ ସହ ଅନ୍ୟ ସହରକୁ ଚାଲାଣ ହେଉଛି। ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଏହି କାରବାର ଚାଲିଥିବା ବେଳେ ବନ ବିଭାଗ ଟୋଲ ଏଠାରୁ ମାତ୍ର ୧ କିଲୋମିଟର ଦୂର। ରାତିରେ କୋଇଲା ଭର୍ତ୍ତି ଟ୍ରକ୍‌ଗୁଡ଼ିକ ଯାଉଛି। ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଉପକୂଳ ସୁରକ୍ଷାକୁ ନେଇ ଜିଲା ପ୍ରଶାସନ ବହୁବାର ବୈଠକ କରୁଛନ୍ତି। ତେବେ ଏହାର କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଛି। ସମୁଦ୍ର ମଧ୍ୟ ଦେଇ ବାଂଲାଦେଶୀ କେନ୍ଦ୍ରାପଡ଼ାକୁ ଆସୁଥିବା ବେଳେ ବିଭିନ୍ନ ନିଶା କାରବାର ହେଉଥିବା ଗଣମାଧ୍ୟମରେ ଜାଣିବାକୁ ମିଳୁଛି। ସେହିପରି ଚିଙ୍ଗୁଡ଼ି ଘେରି ଉଚ୍ଛେଦ, ହେନ୍ତାଳବଣ ନଷ୍ଟକୁ ନେଇ ଜିଲା ପ୍ରଶାସନ ସତର୍କ ନ ଥିବା ବେଳେ କୋଇଲା ଚୋରା ଚାଲାଣ ଭିତରକନିକାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ରେଞ୍ଜର ମାନସ କୁମାର ଦାସଙ୍କୁ ପଚାରିବାରେ କୋଇଲା ଚୋରା ଚାଲାଣ ଘଟଣା ନଜରକୁ ଆସିନାହିଁ। ଏପରି କାର୍ଯ୍ୟ ଚାଲିଥିଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri