Posted inଖେଳ

ନ୍ୟୁଟ୍ରାଲ ଅମ୍ପାୟରଙ୍କ ପାଇଁ ଦାବି କଲେ ଶାକିବ

ଡର୍ବାନ,୫।୪: ଦକ୍ଷିଣ ଆଫ୍ରିକା ୨୨୦ ରନ୍‌ରେ ବାଂଲାଦେଶକୁ ପ୍ରଥମ ଟେଷ୍ଟରେ ହରାଇବା ସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଅନ୍ତିମ ତଥା ଚତୁର୍ଥ ଇନିଂସରେ ଭ୍ରମଣକାରୀ ବାଂଲାଦେଶ ମାତ୍ର ୫୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ଇନିଂସରେ କେଶବ ମହାରାଜ ୭ ଉଇକେଟ ନେଇଥିଲେ। କିନ୍ତୁ ଅନ୍ତିମ ପାଳିରେ ଫିଲ୍ଡ ଅମ୍ପାୟର କିଛି ଭୁଲ ନିଷ୍ପତ୍ତି ନେଇଥିଲେ, ଯାହାକି ଯାଇଥିଲା ବାଂଲାଦେଶ ବିପକ୍ଷରେ। ଏଥି ନେଇ ବାଂଲାଦେଶ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଅଧିନାୟକ ପର୍ଯ୍ୟନ୍ତ ଟୁଇଟରରେ ଅସନ୍ତୋଷ ପ୍ରକାଶ କରିବା ସହ ଆଇସିସିକୁ ନ୍ୟୁଟ୍ରାଲ ଅମ୍ପାୟର ଯୋଗାଇବା ପାଇଁ ଦାବି କରିଛନ୍ତି।

https://twitter.com/niloy_himu/status/1510670463193731080?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1510670463193731080%7Ctwgr%5E%7Ctwcon%5Es1_&ref_url=https%3A%2F%2Fsports.ndtv.com%2Fcricket%2Fsouth-africa-vs-bangladesh-1st-test-questionable-on-field-umpiring-in-1st-test-fans-cry-foul-watch-2863197

ଦ୍ୱିତୀୟ ଇନିଂସରେ ବାଂଲାଦେଶ ପକ୍ଷରୁ କିଛି ଏଲ୍‌ବିଡବ୍ଲ୍ୟୁ ଅପିଲ କରାଯାଇଥିଲା, ଯାହାକୁ ଅମ୍ପାୟର ନଟ୍‌ ଆଉଟ୍‌ ଦର୍ଶାଇଥିଲେ। କିନ୍ତୁ ରିପ୍ଲେରେ ବଲ ଷ୍ଟମ୍ପରେ ବାଜୁଥିଲା। ଇନିଂସର ୧୯ତମ ଓଭରରେ ଦକ୍ଷିଣ ଆଫ୍ରିକା ବ୍ୟାଟର ସାରେଲ ଏରଓ୍ବିଙ୍କ ନଟ୍‌ ଆଉଟ୍‌ ନିଷ୍ପତ୍ତିକୁ ବାଂଲାଦେଶ ସଫଳତାର ସହ ବଦଳାଇ ଥିଲା। କିନ୍ତୁ ୨୬ତମ ଓଭରରେ କିଗାନ ପିଟରସନଙ୍କ ବିପକ୍ଷରେ ଏଲ୍‌ବିଡବ୍ଲ୍ୟୁ ଅପିଲକୁ ଅମ୍ପାୟର ମନା କରି ଦେଇଥିଲେ। ମାତ୍ର ବାଂଲାଦେଶ ରିଭ୍ୟୁ ନେଇଥିଲା। ରିପ୍ଲେରେ ବଲ ଷ୍ଟମ୍ପରେ ବାଜୁ ଥିବା ଦେଖିବାକୁ ମିଳିଥିଲା।

ପୂର୍ବତନ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟୁଇଟ୍‌ରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। “ମୋ ମତରେ କୋଭିଡ୍‌ ପରିସ୍ଥିତି ସୁଧୁରି ଥିବାରୁ ଆଇସିସିକୁ ନ୍ୟୁଟ୍ରାଲ ଅମ୍ପାୟର ନିୟମକୁ ଫେରାଇ ଆଣିବାର ସମୟ ଆସି ଯାଇଛି” ବୋଲି ସେ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ନର୍ସିଂ ଛାତ୍ରୀଙ୍କ ସାଇକଲ ଚୋରି, ସିସିଟିଭିରେ ରେକର୍ଡ

ବଲାଙ୍ଗୀର,୧୨।୫(ସୁନିଲ କୁମାର ମହାନ୍ତି): ହସ୍ପିଟାଲ ଭିତରେ ପୀଡିତ ରୋଗୀଙ୍କୁ ସେବା ଯୋଗାଉଥିବାବେଳେ ଜଣେ ନର୍ସିଂ ଛାତ୍ରୀଙ୍କ ସାଇକଲକୁ ହସ୍ପିଟାଲ ପରିସରରୁ ଜଣେ ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ…

ଯୌତୁକ ପାଇଁ ବଧୂ ହତ୍ୟା: ସ୍ୱାମୀ, ଶାଶୁ , ଶଶୁର ଗିରଫ

ନନ୍ଦପୁର,୧୨।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖୁର୍ଜୀ ପଞ୍ଚାୟତ ନନ୍ଦୀଗାଁରେ ସୋମବାର ଜଣେ ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼…

NEET-UG ପରୀକ୍ଷା ବାତିଲ; ସମାଲୋଚନା କଲେ ନବୀନ, ପରୀକ୍ଷାର୍ଥୀଙ୍କ ପ୍ରତି ବିଶ୍ୱାସଘାତକତା…

ଭୁବନେଶ୍ବର,୧୨।୫: NEET- UG ୨୦୨୬ ପରୀକ୍ଷାକୁ NTA ବାତିଲ କରିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ମେ ୩ ତାରିଖରେ ହୋଇଥିବା ପରୀକ୍ଷା ରଦ୍ଦ  କରାଯାଇଛି ।…

ରାମଚନ୍ଦ୍ରପୁରରେ ଟ୍ରେନ ରହଣି ଦାବି

ଲାଞ୍ଜିଗଡ଼, ୧୨।୫ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତର ରାମଚନ୍ଦ୍ରପୁର ପାସେଞ୍ଜର ହଲଟରେ ଟ୍ରେନ ରହଣି ଦାବି କରି ରେଳଯାତ୍ରୀ…

ମତୁଆଳି ଗ୍ରାମରେ ଦନ୍ତା ହାତୀର ଜଳକ୍ରୀଡା, ଆତଙ୍କିତ ଗ୍ରାମବାସୀ

ଦେବଗଡ,୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲ୍ଲା ବାରକୋଟ ବ୍ଳକ ଦେବଗଡ ବନଖଣ୍ଡ ଦନ୍ତାରିବାହାଲ ଗ୍ରାମରେ ଦନ୍ତା ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗାଁର ମତୁଆଳି ନାଳରେ…

ମନ୍ଦିରରୁ ବଡ଼ ଧରଣର ଚୋରି: ହୁଣ୍ଡି ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କା ସହ ଅଳଙ୍କାର

ରାୟଗଡ଼ା,୧୨।୫: ରାୟଗଡ଼ା ସାଇଲେଶ୍ୱର ମନ୍ଦିରରୁ ଏକ ବଡ଼ ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଇଛନ୍ତି। ମିଳିଥିବର…

ଶହୀଦ ମାଧୋ ସିଂଙ୍କ ଜୀବନୀରେ ଭୁଲ ତଥ୍ୟକୁ ନେଇ ବିଜେଡିର ପ୍ରତିବାଦ, ସରକାରଙ୍କୁ ଦାବିପତ୍ର

ବରଗଡ଼, ୧୨।୫ (ପ୍ରେମାନନ୍ଦ ଖମାରୀ): ଭାରତର ସ୍ୱାଧୀନତା ସଂଗ୍ରାମରେ ବରଗଡ଼ ମାଟିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ପରିପ୍ରେକ୍ଷିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ…

ବିଜୟ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ, TVK ସରକାରରେ ମିଳିଲା ବଡ଼ ପଦବୀ

ଚେନ୍ନାଇ,୧୨।୫: ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ପ୍ରଥମେ ତିନି ବର୍ଷ ପୂର୍ୱେ ପ୍ରତିଷ୍ଠିତ ତାଙ୍କ ଦଳ ସହିତ ନିର୍ୱାଚନରେ ଏକ ବଡ଼ ବିଜୟ ହାସଲ କରି ହଇଚଇ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri