ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ ପରୀକ୍ଷା ଅଛି। ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ଛାତ୍ରୀଛାତ୍ରଙ୍କୁ ଯାଞ୍ଚ କରି ପରୀକ୍ଷା ହଲ୍‌କୁ ଛଡ଼ା ଯାଉଛି। ଏଥିସହ ବିଭିନ୍ନ ହବ୍‌ କେନ୍ଦ୍ରରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ସକାଳୁ ୭.୩୦ ମିନିଟ୍‌ ମଧ୍ୟରେ କଡ଼ା ସୁରକ୍ଷା ମଧ୍ୟରେ ପଠାଯାଇଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ହୋଇଥିବା ହବ୍‌ କେନ୍ଦ୍ରରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି। କପିକୁ ରୋକିବା ପାଇଁ କଡ଼ା ନିୟମ ହୋଇଛି। ତେଣୁ ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ମାର୍ଚ୍ଚ ୨୮ରେ ପରୀକ୍ଷା ସରିବ। ଶେଷଦିନ ଗୃହ ବିଜ୍ଞାନ ପରୀକ୍ଷା ହେବ। ୨୩ ଦିନ ବିଭିନ୍ନ ପରୀକ୍ଷା ହେବ। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅଧ୍ୟକ୍ଷ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ହବ ସୁପରଭାଇଜର ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଡେପୁଟୀ ସୁପର ଭାଇଜର ସନାତନ ବେହେରା, ଅଧ୍ୟାପକ ପ୍ରତ୍ୟୁଷ କାର୍ଜୀ, ବୁଧେଶ୍ୱର ଗୋପାଳଗୋତ୍ର, ସହକାରୀ କର୍ମଚାରୀ ତପନ ବେହେରା, ବିନାୟକ ପ୍ରଧାନ, ବାଘା ଜେନା ପ୍ରମୁଖ ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାର ସହ ହେବ ସେଥିପାଇଁ ପଦକ୍ଷେପ ନେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ସିପିଆଇର ଦାବି, ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଜିଲାପାଳ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ଓ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ବିପନ୍ନଙ୍କୁ…

ବୋଲେରୋରେ ପିଛା କରି ବାଇକ୍ ଅଟକାଇଲେ, ମାଡ଼ ମାରି ମୁଣ୍ଡ ମଉସାଙ୍କ ଫଟାଇଥିଲେ; ପୁତୁରା ଗିରଫ, ଜେଲ୍‌କୁ ଗଲେ…

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ପାରିବାରିକ କଳହକୁ ନେଇ ମଉସାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତ ପୁତୁରାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗଞ୍ଜାମ ଜିଲା ସାନଖେମୁଣ୍ଡି…

‘ବଲାଙ୍ଗୀର ଦିନ୍’ ଉତ୍ସବର ଶୁଭାରମ୍ଭ: ନାଚ-ଗୀତରେ କମ୍ପିଲା ସହର, ରଙ୍ଗାରଙ୍ଗ ଶୋଭାଯାତ୍ରାରେ ଝୁମିଲେ ଲୋକେ

ବଲାଙ୍ଗୀର,୧।୧୧(ସୁନିଲ କୁମାର ମହାନ୍ତି): ଷଷ୍ଠ ‘ବଲାଙ୍ଗୀର ଦିନ୍’ ଉତ୍ସବ ପାଳନ ଆଜି ରବିବାର ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି। ବଲାଙ୍ଗୀର ଦିନ୍ ଆୟୋଜକ…

ବଢ଼ିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ପୁଣି ଖୋଲିଲା ୩ ଗେଟ୍‌

ସମ୍ବଲପୁର,୧ା୧୧(ପ୍ରମୋଦ ବହିଦାର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଉପର ପ୍ରବଳ ବର୍ଷା ଯୋଗୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ସେହି ଅନୁପାତରେ ହୀରାକୁଦ ଜଳଭଣ୍ଡାରକୁ…

ଶେଷ ମ୍ୟାଚ୍‌ରେ ହାରିଲା,ହେଲେ ୩-୨ରେ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ହାମିଲଟନ୍,୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ଟି-୨୦ ସିରିଜ୍ ୩-୨ ସ୍କୋର ସହ ଶେଷ ହୋଇଛି। ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍ କ୍ରମାଗତ ଭାବେ…

ରିଲିଫ୍‌ରୁ ବଞ୍ଚିତ ବନ୍ୟା ବିପନ୍ନ, ଗୁହାରି ଶୁଣିବା ବଦଳରେ ପ୍ରଶାସନ…

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ରଚିଛି ବିପର୍ଯ୍ୟୟ। ଘରଦ୍ୱାର ଉଜାଡ଼ିବା ସହ ଲୋକଙ୍କ ମୁହଁରୁ ଆହାର ଛଡ଼ାଇ…

ବନ୍ୟା ଦୁର୍ଦ୍ଦଶା ମଧ୍ୟରେ ପୁଣି ବାତ୍ୟା ଆଶଙ୍କା, ଚିନ୍ତାରେ ଗଞ୍ଜାମବାସୀ, ମୁକାବିଲା ପାଇଁ ଜିଲା ପ୍ରଶାସନ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବେ ବି ସ୍ବାଭାବିକ ହୋଇନାହିଁ। ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ଜମି ରହିଥିବାରୁ…

ବନ୍ୟା ପରିଚାଳନାରେ ଅବହେଳା: ଦୁଇ କର୍ମଚାରୀ ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ଓ ପରିଚାଳନା କାର୍ଯ୍ୟରେ ଅବହେଳା ଅଭିଯୋଗରେ ଗଞ୍ଜାମ ଜିଲା ୩ ଜଣ କର୍ମଚାରୀଙ୍କ ବିରୋଧରେ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?