Posted inଜାତୀୟ

ନିଟ୍‌ ପରୀକ୍ଷାର ସ୍ବଚ୍ଛତା ନେଇ ପ୍ରଶ୍ନ, ନକଲି ପ୍ରାର୍ଥୀ ସିବିଆଇ ଜାଲରେ…

ନୂଆଦିଲ୍ଲୀ, ୧୯।୭ : ନିଟ୍‌ ୟୁଜି ୨୦୨୨ ପରୀକ୍ଷାରେ ସିବିଆଇ ପକ୍ଷରୁ ଏକ ବଡ଼ ଧରଣର ରିଗିଂ ର଼୍ୟାକେଟର ପର୍ଦ୍ଦାଫାଶ୍‌ କରାଯାଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିବିଆଇ ମାଷ୍ଟରମାଇଣ୍ଡ ଏବଂ ସ୍ଲୋଭର ସମେତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କହିଛି ଯେ ଏହି ଅଭିଯୁକ୍ତମାନେ ପ୍ରକୃତ ପ୍ରାର୍ଥୀଙ୍କ ବଦଳରେ ଡମି ପ୍ରାର୍ଥୀ ହୋଇ ନିଟ୍‌ ୟୁଜି ପରୀକ୍ଷାରେ ହାଜର ହୋଇଥିଲେ। ଏହି ଘଟଣା ପରେ ନିଟ୍‌ ପରୀକ୍ଷାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିବାରେ ଲାଗିଛି ମୂଳ ପ୍ରାର୍ଥୀଙ୍କ ବଦଳରେ ପରୀକ୍ଷା ଦେଇଥିବା ମାଷ୍ଟରମାଇଣ୍ଡ ସମେତ ଏଜେନ୍ସି ଆଠ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ବ୍ୟତୀତ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ବର୍ତ୍ତମାନ ଗିରଫ ହୋଇଥିବା ତିନି ଜଣଙ୍କୁ ପଚରାଉଚରା କରାଯାଉଛି।

ଅପରପକ୍ଷରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାମ ସୁଶୀଲ ରଂଜନ, ବ୍ରିଜମୋହନ ସିଂ, କୃଷ୍ଣ ଶଙ୍କର ଯୋଗୀ, ସନ୍ନି ରଂଜନ, ପପୁ, ରଘୁନନ୍ଦନ, ଜିପୁ ଲାଲ, ଉମାଶଙ୍କର ଗୁପ୍ତା, ନିଧି, ହେମେନ୍ଦ୍ର ଏବଂ ଭାରତ ସିଂ ବୋଲି ଜଣାପଡିଛି। ସିବିଆଇ ଏବଂ ଏନଟିଏ ଗୁପ୍ତ ସୂଚନା ପାଇଥିଲେ ଯେ ଦିଲ୍ଲୀ ଏବଂ ହରିୟାଣାର ଅନେକ କେନ୍ଦ୍ରରେ ନକଲ କରୁଥିବା ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି। ଏହି ଅଭିଯୁକ୍ତମାନେ ପ୍ରକୃତ ପ୍ରାର୍ଥୀ ବଦଳରେ ଡମି ପ୍ରାର୍ଥୀ ଭାବରେ ପରୀକ୍ଷା ପାଇଁ ହାଜର ହେବା ଉଦ୍ଦେଶ୍ୟରେ ପହଞ୍ଚିଥିଲେ। ସେମାନେ ମୂଳ ପ୍ରାର୍ଥୀଙ୍କ ୟୁଜର୍‌ ଆଇଡି ଏବଂ ପାସୱାର୍ଡରେ ମଧ୍ୟ ସଂଶୋଧନ କରିଥିଲେ। ଏଥିସହିତ ପରୀକ୍ଷାରେ ହାଜର ହେବା ପାଇଁ ଡମି ପ୍ରାର୍ଥୀଙ୍କ ଫଟୋ ଆକାର ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏଜେନ୍ସି କହିଛି ଯେ ଏହି ସ୍ଲୋଭର ଏବଂ ଡମି ପ୍ରାର୍ଥୀଙ୍କୁ ପ୍ରାର୍ଥୀଙ୍କ ତରଫରୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଛି।

ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ନିଆଯାଇଥିବା ଏହି କାର୍ଯ୍ୟ ବିଷୟରେ ସିବିଆଇ ସୂତ୍ର ସୂଚନା ଦେଇଛି। ନ୍ୟୁଜ ଏଜେନ୍ସି ଏଏନଆଇ ମଧ୍ୟ ଏହା ନିଶ୍ଚିତ କରିଛି। ସ୍ନାତକୋତ୍ତରସ୍ତରର ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ନିଟ୍‌ ପରୀକ୍ଷା ରବିବାର କରାଯାଇଥିଲା। ଏହି ପରୀକ୍ଷା ଦେଶ ତଥା ବିଦେଶର ୫୫୦ ରୁ ଅଧିକ ସହରରେ କରାଯାଇଥିଲା। ଏହି ପରୀକ୍ଷା ପାଇଁ ୧୮.୭୨ ଲକ୍ଷ ପ୍ରାର୍ଥୀ ପଞ୍ଜୀକୃତ ହୋଇଥିଲେ। ଏଥିମଧ୍ୟରୁ ୧୮ ଲକ୍ଷରୁ ଅଧିକ ଅର୍ଥାତ ୯୯ ପ୍ରତିଶତ ପ୍ରାର୍ଥୀ ପରୀକ୍ଷାରେ ହାଜର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?