Posted inଜାତୀୟ

ଔରଙ୍ଗାବାଦର ଏହି କିଲାର ନାମ ବଦଳାଇବେ ଶିନ୍ଦେ ସରକାର

ଔରଙ୍ଗାବାଦ,୧୮ ।୯:  ଦେଶରେ ବିଭିନ୍ନ ସହରର ନାମ ବଦଳାଇବା କୌଣସି ନୂଆ କଥା ନୁହେଁ । ଏହା ହେଉିଛି ଏକ ପୁରୁଣା ପରମ୍ପରା । ମୋଗଲ ସାମଜ୍ୟ ସମୟରେ କିଛି ସହରର ନାମ ବଦଳାଯାଇଥିଲା । ଏହାପରେ ଇଂରେଜମାନେ ଓ ଏବେ କିଛି ସରକାର ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି । ଏବେ ମହାରାଷ୍ଟ୍ରର ଏକନାଥ ଶିନ୍ଦେ ସରକାର ଏକ କିଲାର ନାମ ବଦଳାଇବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ମଙ୍ଗଳ ପ୍ରଭାତ ଲୋଦା ଶନିବାର କହିଛନ୍ତି ମହାରାଷ୍ଟ୍ର ପର୍ଯ୍ୟଟନ ବିଭାଗ ଔରଙ୍ଗାବାଦ ସହର ନିକଟରେ ଥିବା ଦୌଲତାବାଦ କିଲାର ନାମ ବଦଳାଇ ଏହାର ପୁରୁଣା ନାମ ‘ଦେବଗିରି’ ରଖିବାର ପ୍ରସ୍ତାବ ଉପସ୍ଥାପନ କରିବ ।
ସୂଚନାଯୋଗ୍ୟ, ଦୌଲତାବାଦ କିଲା ପରିସରରେ ଥିବା ଭାରତ ମାତା ମନ୍ଦିରରେ ଶନିବାର ‘ହାଇଦ୍ରାବାଦ ମୁକ୍ତି ସଂଗ୍ରାମ ଦିବସ’ ସମାରୋହର ଆୟୋଜନ କରାଯାଇଥିଲ । ଏହି ସମାରୋହରେ ଲୋଦା ତ୍ରିରଙ୍ଗା ଉଡାଇଥିଲେ । ଲୋଦା ଖବରଦାତାଙ୍କୁ କହିଥିଲେ, କିଲା ଦୌଲତାବାଦ ଓରଫ ଦେବଗିରି ନାମରେ ପରିଚିତ । ଏହା ଏବେ ଦୌଲତାବାଦ କିଲା ଭାବେ ପରିଚିତ । ରାଜ୍ୟ ପର୍ଯ୍ୟଟନ ବିଭାଗ ଏହାର ନାମ ପରିବର୍ତ୍ତନ କରି ଦେବଗିରି କିଲା କରିବାର ପ୍ରସ୍ତାବ ଉପସ୍ଥାପନ କରିବ । ସେ କହିଥିଲେ ହାଇଦ୍ରାବାଦ ମୁକ୍ତି ସଂଗ୍ରାମ ଦିବସରେ ପ୍ରଥମଥର ତ୍ରିରଙ୍ଗା ଉଡାଯାଇଛି । ଏବେ ଏହା ପ୍ରତିବର୍ଷ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri