Posted inଖେଳ

ଆଜିଠୁ କ୍ୱାର୍ଟର ଫାଇନାଲ

ଭୁବନେଶ୍ୱର, ୨୪।୧(କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ସ୍ପେନ୍‌ ଏବଂ ଦ୍ୱିତୀୟ କ୍ୱାର୍ଟରରେ ଗତଥରର ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ। ୨୫ ତାରିଖରେ ଅନ୍ୟ ୨ଟି କ୍ୱାର୍ଟର ଫାଇନାଲ ଏଠାରେ ଖେଳାଯିବ।
ଅଷ୍ଟ୍ରେଲିଆ ପଲା ଭାରି
ଟୁର୍ନାମେଣ୍ଟରେ ସବୁଠାରୁ ଅଧିକ ପଦକ ହାସଲ କରିଥିବା ଦଳ ହେଉଛି ଅଷ୍ଟ୍ରେଲିଆ। ଏହି ଦଳ ୧୯୮୬, ୨୦୧୦ ଓ ୨୦୧୪ରେ ଚାମ୍ପିୟନ ହୋଇଥିବାବେଳେ ୨୦୦୨ ଓ ୨୦୦୬ରେ ରନରଅପ୍‌ ଏବଂ ୧୯୭୮, ୧୯୮୨, ୧୯୯୦, ୧୯୯୪ ଓ ୨୦୧୮ରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ୍‌ ପଦକ ପାଇଥିଲା। ମୋଟ୍‌ ୧୦ଥର ପୋଡିୟମ ମଣ୍ଡନ କରିସାରିଥିବା ଅଷ୍ଟ୍ରେଲିଆ ସ୍ବାଭାବିକ ଭାବେ ସ୍ପେନ୍‌ ବିପକ୍ଷରେ ଫେଭରାଇଟ ବିବେଚିତ ହେବ। ସ୍ପେନ୍‌ କେବେ ଟାଇଟଲ ସ୍ବାଦ ଚାଖିପାରି ନ ଥିବାବେଳେ ୧୯୭୧ ଓ ୧୯୯୮ରେ ରୌପ୍ୟ ଏବଂ ୨୦୦୬ରେ ବ୍ରୋଞ୍ଜ୍‌ ପଦକ ଜିତିଛି। ରେକର୍ଡ ମଧ୍ୟ ଅଷ୍ଟ୍ରେଲିଆ ସପକ୍ଷରେ ରହିଛି। ଏହି ଦୁଇ ଦଳ ମଧ୍ୟରେ ୫୦ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇସାରିଛି। ଆଗାମୀ ମ୍ୟାଚ୍‌ ହେବ ୫୧ତମ ମୁକାବିଲା। ଏଥିମଧ୍ୟରୁ ଅଷ୍ଟ୍ରେଲିଆ ୩୩ ମ୍ୟାଚ୍‌ ଜିତିଥିବାବେଳେ ସ୍ପେନ୍‌ ୧୦ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଅନ୍ୟ ୭ଟି ଡ୍ର ରହିଛି। ୨୦୨୨ରେ ଦୁଇ ଦଳ ମଧ୍ୟରେ ହୋଇଥିବା ୩ ମୁକାବିଲାରେ ଅଷ୍ଟ୍ରେଲିଆ ୨ଟି ଏବଂ ସ୍ପେନ୍‌ ଗୋଟିଏ ଜିତିଛି। ତେଣୁ ବିଶ୍ୱର ନମ୍ବର ୱାନ୍‌ ଦଳ ଅଷ୍ଟ୍ରେଲିଆ ସପକ୍ଷରେ ରେକର୍ଡ ରହିଥିଲେ ହେଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିଲେ ୮ ନମ୍ବର ସ୍ପେନ୍‌ ମଧ୍ୟ ବିପର୍ଯ୍ୟୟ ସୃଷ୍ଟି କରିପାରିବ।
ଆଉ ଏକ ବିପର୍ଯ୍ୟୟ ସୃଷ୍ଟି ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
ପ୍ରତିଯୋଗିତାର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ। ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ୍‌ର ୨ୟ ସ୍ଥାନରେ ଥିବା ବେଲଜିୟମ ଟାଇଟଲ ବଜାୟ ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଭାରତକୁ ହରାଇବା ପରେ ନ୍ୟୁଜିଲାଣ୍ଡର ମନୋବଳ ବହୁ ଉପରେ ରହିଛି। ନିମ୍ନ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ହୋଇଥିଲେ ହେଁ ବେଲଜିୟମ ବିପକ୍ଷରେ ଏହାର ରେକର୍ଡ ବହୁତ ଭଲ। ତେଣୁ ଶ୍ରେଷ୍ଠ ପ୍ରଦର୍ଶନ କରି ଆଉ ଏକ ବିପର୍ଯ୍ୟୟ ସୃଷ୍ଟି ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ଓ ବେଲ୍‌ଜିୟମ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୩ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇସାରିଛି। ଏଥିରୁ ବ୍ଲାକ୍‌ ଷ୍ଟିକ୍‌(ନ୍ୟୁଜିଲାଣ୍ଡ) ଦଳ ୧୦ଟି ମ୍ୟାଚ୍‌ ଜିତିଥିବାବେଳେ ବେଲଜିୟମ ୯ଟିରେ ବିଜୟୀ ହୋଇଛି ଏବଂ ଅନ୍ୟ ୪ଟି ଡ୍ର ରହିଛି। ଶେଷଥର ପାଇଁ ଏହି ଦୁଇ ଦଳ ମଧ୍ୟରେ ୨୦୨୦ ପ୍ରୋ-ଲିଗ୍‌ରେ ମୁକାବିଲା ହୋଇଥିଲା। ଏଥିରେ ବେଲ୍‌ଜିୟମ ୩-୧ ଗୋଲରେ ବିଜୟୀ ହୋଇଥିଲା। ତେଣୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri